ପଦ୍ମପୁର(ଶାସକପ୍ରଶାସକ)-ଆଜି ଶ୍ରୀଯୁକ୍ତ ରାଧାମୋହନ ପୂଜାହାରୀଙ୍କ ସଭାପତିତ୍ବ ରେ ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ର ସମ୍ବଲପୁରୀ ସାହିତ୍ୟ ପତ୍ରିକା ଇ ସିରଜିନା ଉନ୍ମୋଚିତ ହୋଇଯାଇଛି ।ଏହି ଇ ସିରଜିନା ପତ୍ରିକା ନିଶ୍ଚୟ ସମ୍ବଲପୁରୀ ସାହିତ୍ୟ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ, ଏହି ପତ୍ରିକାରେ ୨୯ ଟି କବିତା ତିନୋଟି ଗଳ୍ପ , ତିନୋଟି ପ୍ରବନ୍ଧ ଓ ଶିଶୁ କିଶୋର ମାନଂକର ଚିତ୍ର ପ୍ରକାଶିତ ହୋଇଛି । ଅକ୍ଷର ସଜ୍ଜିକରଣ ବେଦବ୍ୟାସ ମେହେର ଓ ଚନ୍ଦନ ସାହୁ ଅଳଙ୍କରଣ କରିଛନ୍ତି ଶ୍ରୀ ଭଗବାନ ମଲ୍ଲିକ. ରାଧାମୋହନ ଭାଇ ଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ଏହି ପତ୍ରିକା ପ୍ରକାଶିତ ହୋଇପାରିଛି ବୋଲି ରାଜେନ୍ଦ୍ର ମହାନ୍ତି କହିଛନ୍ତି । ସମସ୍ତଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଗଲା ।
ରାଜ୍ୟ
ଅନଲାଇନରେ ସିରଜିନା ଉନ୍ମୋଚିତ ହେଲା ।
- Hits: 514











