ପଦ୍ମପୁର(ଶାସକ ପ୍ରଶାସକ)-ତାଲୁକା ଆଇନସେବା ପ୍ରାଧିକରଣ ପଦ୍ମପୁର ଆନୁକୂଲ୍ୟରେ ପଦ୍ମପୁର ବ୍ଳକ ଭେଉଁରିଆ ଗ୍ରାମପଞ୍ଚାୟତ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଆଇନ ସଚେତନତା ଶିବିରରେ ପଦ୍ମପୁର ଏଡିଜେ ଅରବିନ୍ଦ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଇନ ପ୍ରାଧିକରଣ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭେଉଁରିଆ ସରପଞ୍ଚ ରଜନୀ ସାହୁ, ଆଇନଜୀବୀ ଶାନ୍ତନୁ କୁମାର ତ୍ରୀପାଠୀ,ଆଇନଜୀବୀ ଶୁଶାନ୍ତ ମିଶ୍ର, ଆଇନଜୀବୀ ପରମେଶ୍ବର ସାହୁ ଏବଂ ପିଏଲଭି ମାନେ ଉପସ୍ଥିତ ଥିଲେ । ଏହି ଶିବିରରେ ଭେଉଁରିଆ ଗ୍ରାମ ପଞ୍ଚାୟତର ବୁଦ୍ଧିଜୀବୀ ଓ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଯୋଗଦେଇଥିଲେ ।
ରାଜ୍ୟ
ଭେଉଁରିଆ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ।
- Hits: 805











