ହେଡଲାଇନସ୍:

 ବାରିପଦାରେ ବନ୍ୟପ୍ରାଣୀ ନିୟମ ଉଲଙ୍ଘନକାରିଙ୍କୁ ଗିରଫ ଦାବୀରେ ବିକ୍ଷୋଭ: ଦାନା ବାନ୍ଧୁଚି ଆନ୍ଦୋଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

15-07-18-bari.jpg - 54.75 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ନିର୍ଦ୍ଧିଷ୍ଟ କେତେକ ବନ୍ୟପ୍ରାଣୀ ଆଇନ ଉଲଂଘନକାରୀଙ୍କୁ ଦୁଇଦିନ ମଧ୍ୟରେ ଗିରଫ କରିବା ଦାବୀରେ ଗତକାଲି ଅପରାହ୍ନରେ ଶିମିଳିପାଳ ଅଭିଯାନ ସୁରକ୍ଷା ମଂଚର ସଭ୍ୟସଭ୍ୟାମାନଙ୍କ ଦ୍ୱାରା ବାରିପଦାସ୍ଥିତ ଡିଭିଜନାଲ ଫରେଷ୍ଟ ଅଫିସର, ଆଂଚଳିକ ମୁଖ୍ୟ ବନ ସଂରକ୍ଷକ  ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଦାବୀପତ୍ର ପ୍ରଦାନ କରାଯାଇଛି । ଭିକ୍ଷୋଭକାରୀମାନେ ଦାବୀପତ୍ର ସହିତ ବନ୍ୟପ୍ରାଣୀ ଆଇନ ଉଲଂଘନକାରୀମାନଙ୍କର ବେଆଇନ କାର୍ଯ୍ୟକଳାପର ପ୍ରମାଣ ସ୍ୱରୂପ ସ୍ଥିରଚିତ୍ର ଓ ଭିଡିଓ ସମ୍ବଳିତ ଏକ ସିଡି ମଧ୍ୟ ପ୍ରଦାନ କରିଥିବାର ସୂଚନା ମିଳିଛି ।

ଦାବୀପତ୍ରରେ ହୋଇଥିବା ଅଭିଯୋଗ ଆଧାରରେ, ନିକଟ ଅତୀତରେ ମାନସ ବେହେରା ନାମକ ବ୍ୟକ୍ତି ଉଦ୍ଧାର କରାଯାଇଥିବା ଏକ ଅହିରାଜ ସାପର ମୁହଁକୁ ସ୍ୟାଲୋଟେପ ଦ୍ୱାରା ବନ୍ଦ କରାଯାଇଥିବା ଅବସ୍ଥାରେ ସାପକୁ ଧରି ବିଭିନ୍ନ ଭଙ୍ଗିରେ ଫୋଟ ଉତ୍ତୋଳନ କରିବା, ସାପଟିକୁ ଖେଳାଇବା ଓ ସାପର ମୁଁହକୁ ଚୁମ୍ବନ ଦେବା ପାଇଁ ଉଦ୍ୟତ ହେବାର ଫୋଟ ଓ ଭିଡିଓ ନିଜେ ସୋସିଆଲ୍ ମିଡିଆରେ ଛାଡିଥିଲେ । ଯାହା ଭାରତୀୟ ବନ୍ୟପ୍ରାଣୀ ନିୟମ ୧୯୭୨ର ଖୋଲାଖୋଲି ଉଲଂଘନ ଅଟେ । କେତେକ ସ୍ଥିର ଚିତ୍ରରେ ମାନସ ବେହେରା ଜାତୀୟ ବୈଦ୍ୟୁତିକ  ଗଣମାଧ୍ୟମ ଏଏନ୍ଆଇର ବୁମ୍ ଧରି ଉଦ୍ଧାର କରାଯାଇଥିବା ସାପ ସହ ଖେଳୁଥିବାର ଅଭିଯୋଗ ହୋଇଛି ।

ଦାବୀପତ୍ରରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି, ଜନୈକ କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ଓରଫ ବାବୁ ନାମକ ବ୍ୟକ୍ତ ନିକଟ ଅତୀତରେ ବିଭିନ୍ନ ବୈଦୁ୍ୟନିକ ଗଣମାଧ୍ୟମରେ ଚାଳିଶ ରୁ  ହଜାରରୁ ପଚାଶ  ହଜାର ସଂଖ୍ୟାରେ ବିଭିନ୍ନ ପ୍ରଜାତିର ସାପ ଧରିଛନ୍ତି ବୋଲି ବକ୍ତବ୍ୟ ଦେଇଛନ୍ତି । ତନ୍ମଧ୍ୟରୁ ପ୍ରାୟ •ରିହଜାର ସାପ ସିଡୁ୍ୟଲ-୧ ଶ୍ରେଣୀର ବୋଲି କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ନିଜେ ସ୍ୱୀକାର କରିଛନ୍ତି । ବନ୍ୟପ୍ରାଣୀ ଆଇନ ଅନୁଯାୟୀ ଯଦି କୌଣସି ବ୍ୟନ୍ୟପ୍ରାଣୀ କିମ୍ବା ସରିସୃପ ଉଦ୍ଧାର କରାଯାଏ, ପରବର୍ତ୍ତୀ  ଅବସ୍ଥାରେ ଉକ୍ତ ପ୍ରାଣୀଟିକୁ ମୁକ୍ତ କରାଯିବା ସମୟରେ ସଂପୃକ୍ତ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତି ଏବଂ ମୁକ୍ତ କରାଯାଇଥିବା ବନ୍ୟପ୍ରାଣୀର ବିବରଣୀ ସରକାରୀ ନଥିରେ ଲିପିବଦ୍ଧ ହେବା ବାଧ୍ୟତାମୁଳକ ଅଟେ । ମାତ୍ର କୃଷ୍ଣଚନ୍ଦ୍ର  ଗୋଚ୍ଛାୟତ ଗଣମାଧ୍ୟମରେ ପ୍ରସାରିତ ନିଜ ବ୍ୟକ୍ତବ୍ୟ ଅନୁଯାୟୀ ଉଦ୍ଧାର କରିଥିବା •ଳିଶରୁ ପ•ଶହଜାର ସରୀସୃପମାନଙ୍କ ମଧ୍ୟରୁ  ଏକ ହଜାରରୁ ଅଧିକ ସରୀସୃପଙ୍କର ମୁକ୍ତହେବା ବିବରଣୀ ମଧ୍ୟ ସରକାରୀ ନଥିରେ ଲିପିବଦ୍ଧ ନହେବା ଘଟଣା ଘୋର ଉଦ୍ବେଗଜନକ ବୋଲି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ନିକଟ ଅତୀତରେ କୃଷ୍ଣଚନ୍ଦ୍ର ଗୋଛାୟତଙ୍କୁ ବାଘଚମଡା ବେଆଇନ ଚାଲାଣ ଘଟଣାରେ କ୍ରାଇମବ୍ରାଂଚ ଦ୍ୱାରା ପ•ରାଉଚରା ପାଇଁ ଡକାଯାଇଥିବା ବେଳେ  ଚାଳିଶରୁ ପଚାଶ  ହଜାର ଉଦ୍ଧାର କରାଯାଇଥିବା ସରୀସୃପଙ୍କ ମୁକ୍ତ ହେବାର ବିବରଣୀ ବିଭାଗୀୟ ନଥିପତ୍ରରେ ଉଲ୍ଲେଖ ନହେବା ଘଟଣା କୃଷ୍ଣଚନ୍ଦ୍ର ଗୋଛାୟତଙ୍କ ଗତିବିଧିକୁ ସନ୍ଦେହର ପରିସରକୁ ଟାଣିଆଣିଛି । ଆନ୍ତଃରାଜ୍ୟ ସରୀସୃପ ଚାଲଣକାରୀମାନଙ୍କ ସହ କୃଷ୍ଣଚନ୍ଦ୍ର ଗୋଚ୍ଛାୟତଙ୍କ ସମ୍ଭାବ୍ୟ ସଂପୃକ୍ତି ଅନୁସଂଧାନ ସାପେକ୍ଷ ବୋଲି ଦାବୀ କରାଯାଇଛି ।

ଏତଦ୍ ବ୍ୟତୀତ ଉଦ୍ଧାର କରାଯାଇଥିବା ସାପମାନଙ୍କୁ ଚୁମ୍ବନ ଦେବା, ସାପମାନଙ୍କୁ ଷ୍ଟୁଡିଓକୁ ନେଇ ଭିନ୍ନ ଭିନ୍ନ ଭଙ୍ଗୀରେ ଫଟୋ ଉତ୍ତୋଳନ କରିବା, ଉଦ୍ଧାର କରାଯାଇଥିବା ହାତୀଛୁଆ ସହ ମୁଣ୍ଡ ଲଢେଇର ଭିଡଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଓ ଗଣମାଧ୍ୟମରେ ପ୍ରସାର କରିବା ପୂର୍ବକ ଜନସାଧରଣଙ୍କୁ ବନ୍ୟପ୍ରାଣୀଙ୍କ ସହ ଆଇନ ବର୍ହିଭୁତ ବ୍ୟବହାର କରିବାକୁ କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ପ୍ରତ୍ୟକ୍ଷରେ ପ୍ରେରଣା ଦେଉଛନ୍ତି ବୋଲି ଶିମିଳିପାଳ ସ୍ୱାଭିମାନ ସୁରକ୍ଷା ଅଭିଯାନ ମଂଚ ପକ୍ଷରୁ ଅଭିଯୋଗ କରାଯାଇଛି ।

ଦାବୀପତ୍ର ପ୍ରଦାନ କରାଯିବାର ଦୁଇଦିନ କିମ୍ବା ଅଠଚାଲିଶ ଘଣ୍ଟା ମଧ୍ୟରେ ବନ୍ୟପ୍ରାଣୀ ନିୟମ ଲଂଘନକାରୀ ମାନସ ବେହେରା ଓ କୃଷ୍ଣଚନ୍ଦ୍ରଙ୍କୁ ଗିରଫ କରାନଗଲେ ଶିମିଳିପାଳ ସୁରକ୍ଷା ଅଭିଯାନ ମଂଚ ତରଫରୁ ବାରିପଦା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଓ ଧାରଣା ଦିଆଯିବ ବୋଲି ବାରିପଦା ଡିଭିଜନାଲ ଫରେଷ୍ଟ ଅଫିସର, ଆଂଚଳିକ ମୁଖ୍ୟ ବନ ସଂରକ୍ଷକ  ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଦାବୀପତ୍ର ମାଧ୍ୟମରେ ଅବଗତ କରାଯାଇଛି । ଉକ୍ତ ଆନ୍ଦୋଳନରେ ସୁବ୍ରତ ମହାନ୍ତ, ଜନ୍ମେଜୟ କୁମାର ବେହେରା, ସୃଷ୍ଟି ଜେନା, ଜବା ମାର୍ଣ୍ଡି, ଟୁକିନ ପାତ୍ର, ରାହୁଲ କୁମାର ସାମଲ, ସାବ୍ୟସଚୀ ସିହ୍ନା, କୌଶିକ ଦାସ, ଅଶୋକ କୁମାର କାମିଳା, ଅବିନାଶ ଦାସ, କରନ କୁମାର ମହାନ୍ତି, ସୁବ୍ରତ କୁମାର ମହାନ୍ତି, ରଜତ କୁମାର ମହାନ୍ତ, ସୁହାନ ମହାନ୍ତ, ଭାନୁପ୍ରିୟା ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ ।

 

 

0
0
0
s2sdefault