ହେଡଲାଇନସ୍:

କଳିଙ୍ଗନଗର ମେଡିକାରେ ସାପ କାମୁଡା ରୋଗୀକୁ ବିଧାୟକଙ୍କ ସହାୟତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

15-07-18-jajpur-.jpg - 45.49 kB

ଡୁବୁରୀ/ସନାତନ ମହାନ୍ତ- ଗତକାଲି ଦାନଗଦୀ ବ୍ଲକ୍ ଅନ୍ତର୍ଗତ ନଡିଆଭଙ୍ଗା ଗ୍ରାମର ରମେଶ ମଲିକଙ୍କ  ଝିଅ ଟିକିଲି ମଲିକ୍ (୧୮) ଗାଁ ପାଖ ଝରଣାକୁ ଶୌଚ ହେବାକୁ ଯିବା ସମୟରେ ଏକ ବିଷାକ୍ତ ସାପ ଦର୍ଶନ କରିଥିଲା । ସଂଗେ ସଂଙ୍ଗେ ସେ ଅସୁସ୍ଥ ହୋଇ ପଡିଲା । ଖବର ପାଇ ସ୍ଥାନୀୟ ସ୍ୱେଛାସେବୀ ଚକାଡୋଳା ହେଲପ୍ ଲାଇନର  ପ୍ରତିଷ୍ଠାତା  ଅଧକ୍ଷ ଜୟପ୍ରକାଶ ସାହୁ(କୁନିଆ) ତାଙ୍କୁ ଟାଟା ମେଡିକାକୁ ଆଣି ତୁରନ୍ତ ଚିକିତ୍ସା କରାଇଥିଲେ । ତତ୍ ପରେ ଚକାଡୋଳା ହେଲପ୍ ଲାଇନ୍ ତରଫରୁ ସାଧାରଣ ସଂପାଦକ ରତିକାନ୍ତ ନାଥ ସ୍ଥାନୀୟ ବିଧାୟକଙ୍କୁ ଅବଗତ କରିଥିଲେ । ବିଧାୟକ ମହୋଦୟ ଏ.ଟି.ଏମ୍ ପରି ସଂଙ୍ଗେ ସଂଙ୍ଗେ ଟାଟା ମେଡିକାରେ ପହଁଚି ପିଲାର ସମସ୍ତ ଖର୍ଚ୍ଚ ବହନ କରିବା ସହିତ ପିଲାର ଆରୋଗ୍ୟ କାମନା କରିଥିଲେ । ଏ ଖବର ସ୍ଥାନୀୟ ଅଂଚଳରେ ପ୍ରଘଟ ହେବାରୁ ବିଧାୟକଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଧନ୍ୟବାଦ୍ ଜଣାଇଥିଲେ । ନିକଟରେ ଏହି ସେବା କାର୍ଯ୍ୟପାଇଁ ଯୁବ ବିଧାୟକ ଇଂ ପ୍ରିତିରଂଜନ ଘଡେଇ (ଡାନି) ଉତ୍କଳମଣୀ  ଗୋପବନ୍ଧୁ ଦାସ୍ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । 

0
0
0
s2sdefault