ହେଡଲାଇନସ୍:

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପାଳିଲେ ବିଘ୍ନରାଜ ଗଣେଶ ପୂଜା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର:-ଆଜି ପବିତ୍ର ବିଘ୍ନରାଜ ଗଣେଶ ଙ୍କ ପୂଜାର୍ଚ୍ଚନା ସମଗ୍ର ବରଗଡ ଜିଲ୍ଲା ରେ ପାଳନ କରିଥିବାବେଳେ ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ର ଟେମେରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୋଢ଼ା ଗ୍ରାମର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁର ରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନେ ବହୁ ଆନନ୍ଦ ଉଲ୍ଲାସ ମଧ୍ୟରେ ବିଘ୍ନରାଜ ଶ୍ରୀଶ୍ରୀ ଗଣେଶ ପୂଜା ପାଳନ କରିଛନ୍ତି lପୂଜକ ଶ୍ରୀମାନ ଶିରିଷ କୁମାର ପାଣିଗ୍ରାହୀ ନିଷ୍ଠାପର ଭାବେ ପୂଜା କାର୍ଯ୍ୟ ଆରମ୍ଭ କରିଥିବାବେଳେ କର୍ତ୍ତା ଭାବେ ସପ୍ତମ ଶ୍ରେଣୀ ର ଛାତ୍ରୀ କୁମାରୀ ପୁନମ୍ ପ୍ରଧାନ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ lଗତବର୍ଷ ମହାମାରୀ କରୋନା ପ୍ରକୋପ କୁ ଦୃଷ୍ଟିରେ ରଖି ଫିକା ଫିକା ଭାବେ ପୂଜାକାର୍ଯ୍ୟ ହୋଇଥିଲା lବିଦ୍ୟାଦାତା ଶ୍ରୀ ଗଣେଶ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ସଦବୁଦ୍ଧି ସହ ବିଦ୍ୟା ପ୍ରଦାନ କରିବାପାଇଁ ଶ୍ରୀ ପାଣିଗ୍ରାହୀ ଠାକୁର ଙ୍କ ଠାରେ ପ୍ରାର୍ଥନା କରିଥିଲେ lଭାଗ୍ୟଶ୍ରୀ ପ୍ରଧାନ, ଆକାଂକ୍ଷା ପ୍ରଧାନ, ରେଣୁକା ପ୍ରଧାନ,ଲିପିକା ସାହୁ,ମୁସକାନ ତ୍ରିପାଠୀ, ଅନ୍ୟ ସ୍କୁଲ ରେ ଅଧ୍ୟୟନରତ ଶ୍ରୀତମ ପ୍ରଧାନ,ସାକ୍ଷୀ ପ୍ରଧାନ, ରାକ୍ଷୀ ପ୍ରଧାନ, ଇତିଶ୍ରୀ ପ୍ରଧାନ,କୁନ୍ଦନ ଶ୍ରୀୟାନସ ପ୍ରଧାନ,ଆକାଶ ପ୍ରଧାନ, ଆଚାର୍ଯ୍ୟ ପ୍ରଧାନ,ପରୀ ପ୍ରଧାନ,ପ୍ରୀୟା ପ୍ରଧାନ, ଆଦିତ୍ୟ ପ୍ରଧାନ,ପ୍ରିତମ ପ୍ରଧାନ,ପ୍ରତିକ ପ୍ରଧାନ,ଖୁସବୁ ବାରିକ ପ୍ରମୁଖ ଓପବାସ କରି ନିଷ୍ଠାର ସହ ପୂଜାର୍ଚ୍ଚନା କରି ପୃଥିବୀର ମଙ୍ଗଳ କାମନା କରିଥିଲେ l

0
0
0
s2sdefault