ସୁବର୍ଣ୍ଣପୁରରୁ ସ୍ୱତନ୍ତ୍ର ପ୍ରତିନିଧି ନିର୍ମଳ ଅଗ୍ରୱାଲ - ଘଂଚ ଅରଣ୍ୟ, ନଦନଦୀ, ଅନୁଜ ପହାଡ ପର୍ବତ ଓ ନାନା ପ୍ରାକୃତିକ ସୌନ୍ଦ୍ୟର୍ଯ୍ୟରେ ପରିପୂର୍ଣ୍ଣରେ ମନ୍ଦିରମାଲିନୀ ସୋନପୁର । ସୋନପୁର କୁ (ରାମୟଣ) ବର୍ଣ୍ଣିତ ପଶ୍ଚିମ ଲଙ୍କା ବୋଲି ବିଶିଷ୍ଟ ଐତିହାସିକ ସ୍ୱର୍ଗତ ଡ.ନବୀନକୁମାର ସାହୁଙ୍କ ସେମତ ଅନେକ ଐତିହାସିକ ତଥା ଗବେଷକ ମତପୋଷଣ କରିଛନ୍ତି । ଲଙ୍କାଗଡର ଦେବୀ ଲଙ୍କେଶ୍ୱରୀ ଆଜି ବି ଏଠାରେ ପୂଜିତ ହେଉଛନ୍ତି । ସେହି ସ୍କୃତିକୁ ବହନ କରି ପ୍ରତିବର୍ଷ ଭାଦ୍ରବ ସପ୍ତପୁରୀ ଅମାବାସ୍ୟ ଦିନ ଏଠାରେ ଲଙ୍କା ପୋଡି ଉତ୍ସବ ଅନୁଷ୍ଠିତ ହୁଏ । ଏହି ଦିନ ସକାଳ ବେଳା କୁନିକୁନି ପୁଅଝିଅମାନେ ବିଭିନ୍ନ ପ୍ରକାର କାଠ କଣ୍ଢେଇ , ଘୋଡା,ହାତୀ, ବାଘ, ସିଂହ , ଗାଈବାଛୁରୀ ରାଜରାସ୍ତାରେ ଟାଣି ଟାଣି ମଜା ନିଅନ୍ତି ।ଦ୍ୱିପହର ରେ କୁନୀ ଝିଅମାନେ ମାଟି ତିଆରି କୁଣ୍ଢିକାଂଚି ଖେଳ ସହ କଣ୍ଡେଇ ପୁଅଝିଅ ବାହା କରି ଖୁବ୍ ଖୁସୀରେ ଦିନ କାଟନ୍ତି ।ତେବେ ସୂର୍ଯ୍ୟାସ୍ଥ ପରେ ଯେତେବେଳେ ଅମାବାସ୍ୟ ରାତ୍ରିର ଘନ ଅନ୍ଧାର ନଅିଁ ଆସେ,ସେତେବେଳେ ସୋନପୁର ସହର ତଥା ଏହାର ଆଖପାଖ ଅଂଚଳରେ ପ୍ରତି ପରିବାର ରୁ ଶୋଭଯାତ୍ରାରେ ବାହାରେ ମାଟି ତିଆରି ବୀର ହନୁମାନ । ହନୁମାନର ଲାଂଜରେ ଅଗ୍ନି ସଂଯୋଗ କରି କୁନିକୁନି ପୁଅଝିଅମାନେ ବୀର ହନୁମାନକୁ ଜୟ ଧ୍ୱନୀ ଦେଇ ସହରସାରା ରାସ୍ତାରେ ଟାଣନ୍ତି । ଘନ ଅନ୍ଧକାର ମଧ୍ୟରେ ହଜାର ହଜାର ସଂଖ୍ୟା ରେ ହନୁମାନ ଶୋଭାଯାତ୍ରାର ଅପୂର୍ବ ଦୃଶ୍ୟ ଆଖପାଖ ଅଂଚଳର ବହୁ ଲୋକ ଏଠାକୁ ଆସିଥାନ୍ତି ।ଏପରିକି ବାହାର ରାଜ୍ୟ ତଥା ଦେଶ ବିଦେଶର ପର୍ଯ୍ୟଟକମାନେ ମଧ୍ୟ ଏହି ସମୟରେ ଏଠାକୁ ଆସିଥାନ୍ତି । ମାଟି ଚକରେ ବାଉଷ ପ୍ରେଂମ୍ କରାଯାଇ ହନୁମାନ ବନ୍ଧାଯାଇଥାଏ । ସୋନପୁର କୁମ୍ଭାର ପରିବାର ଲୋକେ ଏହି ବିଭିନ୍ନ ପ୍ରକାର ମାଟି ହନୁମାନ ତିଆରି କରିଥାନ୍ତି । ତନ୍ମମଧ୍ୟରୁ ବିକଟମୂଖୀ, ତ୍ରିଭଙ୍ଗୀ, ଉକୁଟିଆ ଓ ଦାନ୍ତନିକୁଟିଆ ହନୁମାନ ବିଶେଷ ଆକର୍ଷଣୀୟ ମନେ ହୁଏ । ସୋନପୁର ଟେରାକୋଟା ଶିଳ୍ପର ନିଦର୍ଶନ ମାଟି ତିଆରି ହନୁମାନ । ଏହା ରାଜ୍ୟ ତଥା ରାଜ୍ୟ ବାହାରେ ଖୁବ୍ ପ୍ରସିଦ୍ଧି ଲାଭ କରିଛି । ବିଭିନ୍ନ ପ୍ରଦର୍ଶିନୀମାନଙ୍କ ରେ ଏହା ପ୍ରଦର୍ଶିତ ହୋଇଥାଏ ।ଏପରିକି ଦେଶ ବିଦେଶରେ ଅନୁଷ୍ଠିତ ହସ୍ତଶିଳ୍ପ ପ୍ରଦର୍ଶନୀରେ ସୋନପୁର ର ହନୁମାନ ମୂର୍ତୀ ପ୍ରଦର୍ଶିତ ହୁଏ । ସଂଭ୍ରାନ୍ତ ଲୋକେ ଡ୍ରଇଂ ରୁମ୍ , ଦୋକାନ ତଥା ନିଜ ଅଫିସ ଗୃହରେ ଏହା ସଜ୍ଜିତ କରି ରଖିଥାନ୍ତି । କରୋନା କଟକଣା ଯୋଗୁଁ ସୋନପୁରର ଏହି ପ୍ରସିଦ୍ଧ ତଥା ଗୁରୁତ୍ୱପୂର୍ଣ୍ଣ ପର୍ବ ବନ୍ଦ ହୋଇଯାଇଥିବା ଯୋଗୁ କଳାକାର ବା ହସ୍ତଶିଳ୍ପ କାରିଗର ମାନେ ସେମାନଙ୍କ ଜୀବନ ଜୀବିକା ହରାଇଛନ୍ତି । କେବଳ ବିଧି ରକ୍ଷା ପୂର୍ବକ ଏହି ସପ୍ତପୁରୀ ଅମାବାସ୍ୟ ପାଳନ କରାଯାଉଛି । ହେଲେ ତାକୁ ନେଇ ଉତ୍ସାହ ଆଉ ଦେଖିବାକୁ ମିଳୁନାହିଁ ।ଏଣୁ ସାଧାରଣରେ ଖୁବ୍ ଅସନ୍ତୋଷ ଦେଖାଦେଇଛି ।
ରାଜ୍ୟ
କରୋନା ଧୋଇନେଲା ସୋନପୁରର ଅନନ୍ୟ "ଲଙ୍କାପୋଡି ଉତ୍ସବ"
- Hits: 453