ହେଡଲାଇନସ୍:

ସୁବର୍ଣ୍ଣପୁର : ନାହିଁ ଆବଶ୍ୟକ କ୍ରୀଡା ଭିତ୍ତିଭୂମି, ଷ୍ଟାଡିୟମ ଥାଇ ନଥିଲା ଭଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖେଳ ପଡିଆ କେଉଁଠି ଜବରଦଖଲରେ ତ କେଉଁଠି ପାଲଟିଛି ହାଟ

ସୁବର୍ଣ୍ଣପୁରରୁ ସ୍ୱତନ୍ତ୍ର ପ୍ରତିନିଧି ନିର୍ମଳ କୁମାର ଅଗ୍ରୱାଲ : ସୁବର୍ଣ୍ଣପୁର ଜିଲ୍ଲା କେବଳ ସୌନ୍ଦ୍ୟର୍ଯ୍ୟରେ ଭରପୂର ନୁହଁ । ଏହି ଜିଲ୍ଲାରେ ଯୁଆନ ପୁଅ ଝିଅ କ୍ରୀଡାରେ ବି ରଖିଛନ୍ତି ରୁଚି । ଦୌଡ ପ୍ରତିଯୋଗିତା ହେଉ କି ଖୋଖୋ ପ୍ରତିଯୋଗିତା ହେଉ ,ସବୁ ରେ ସମସ୍ତଙ୍କୁ କରନ୍ତି ବାଜିମାତ । ହେଲେ ଜିଲ୍ଲାରେ କ୍ରୀଡାର ଭିତ୍ତିଭୂମି ସେତେଟା ନାହିଁ , ତଥାପି ସୀମିତ ସୁବିଧା ସୁଯୋଗ ଭିତରେ ଜିଲ୍ଲାପାଇଁ ଗୌରବ ଆଣିବାରେ ଆମର କ୍ରିଡାବିତ୍ ଆଗମୁହାଁ । କ୍ରିଡା କ୍ଷେତ୍ର ରେ ଜାତୀୟସ୍ତର ରୁ ନେଇ ରାଜ୍ୟସ୍ତର ଏବଂ ଜିଲ୍ଲାସ୍ତରୀୟ ସବୁ ରେ ନାଁ କରଛନ୍ତି ଜିଲ୍ଲାର ପୁଅ ଝିଅ । ଏସବୁ ଭିତରେ ସୋନପୁରରେ କ୍ରୀଡାର ଭିତିଭୂମି , ଯେକେହି ଦେଖିବ କହିବ କିଛି ନାହିଁ । ସୋନପୁର ସହର ର ରାମେଶ୍ୱର ମନ୍ଦିର ପାଖରେ ରହିଛି ଏକ ମାତ୍ର ଷ୍ଟାଡିୟମ । ଷ୍ଟାଡିୟମ କହିଲେ କେବଳ ଚାରିପଟରେ ପାଚେରୀ ଏବଂ ପାଚେରୀ ଭିତରେ ରହିଛି ଏକ ଇଣ୍ଡୋର ଷ୍ଟାଡିୟମ । ରକ୍ଷଣବେକ୍ଷଣ ଅଭାବରୁ ଚାରିଆଡେ ଲଟାବୁଦା ଉଠିଯାଇଛି ଏବଂ ବର୍ଷାଦିନରେ ଚାରିପଟେ ପାଣି ଜମି ରହୁଛି । କେବଳ କ୍ରୀଡାକ୍ଷେତ୍ର ରେ ରୁଚି ରଖିଥିବା ପୁଅଝିଅ ମାନେ ନିଜେ ନିଜେ ଆସି ସେଠାରେ କିଛି କିଛି ସମୟ ଅଭ୍ୟସ କରୁଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ପିଲାମାନଙ୍କୁ କ୍ରୀଡାର ଉନ୍ନତ ଜ୍ଞାନକୌଶଳ ପ୍ରଶିକ୍ଷଣ ଦେବାକୁ କାହାକୁ ନିଯୂକ୍ତି ଦିଆଯାଇପାରିନାହିଁ । ଫଳରେ ତାଙ୍କ ର ଯେତିକି ବିକାଶ ହେବା କଥା ହୋଇପାରୁନାହି । ମୋଟମୋଟି କହିବାକୁ ଗଲେ ଜିଲ୍ଲା ପ୍ରଶାସନ ଜିଲ୍ଲାରେ କ୍ରିଡା ର ବିକାଶ ଏବଂ କ୍ରୀଡାବିତ୍ ମାନଙ୍କୁ ପୁରା ଅଣଦେଖା କରୁଛି ।
ସେହିପରି ଜିଲ୍ଲା ସଦର ମହକୁମା ସୋନପୁର ଠାରେ ରହିଛି ପୁରାତନ ଗାନ୍ଧୀପଡିଆ ଏବଂ ରୟାଲପଡିଆ । ଗାନ୍ଧୀପଡିଆ ରେ ଏବେ ଦୈନିକ ବଜାର ବସୁଥିବା ବେଳେ ରୟାଲପଡିଆ ର ଅଧାରୁ ଅଧିକ ସ୍ଥାନ ଜବରଦଖଲକାରୀଙ୍କ କବ୍ଚା ରେ ରହିଛି । ଏବଂ କ୍ରୀଡା ପାଇଁ ଆବଶ୍ୟକ ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ୟ ଏଠାରେ ନାହିଁ । ଫଳରେ ଖେଳାଳୀମାନଙ୍କ ବିଭିନ୍ନ କ୍ରିଡାର ଦୈନିକ ଅଭ୍ୟସରେ ଖୁବ୍ ସମସ୍ୟା ଦେଖାଦେଇଛି । ଜିଲ୍ଲାର ପୁଅଝିଅମାନେ କବାଡି ଏବଂ ଖୋଖୋ ରେ ଜାତୀୟସ୍ତରରେ ଭାଗ ନେଇଥିବା ବେଳେ ରାଜ୍ୟସ୍ତରରେ ଦୌଡ ଏବଂ ଜେଭେଲିନ୍ ଥ୍ରୋ ରେ ଭାଗ ନେଇ ସିଲଭର ଏବଂ ବ୍ରଂଜ୍ ପଦକ ମଧ୍ୟ ପାଇଛନ୍ତି । ଜିଲ୍ଲାସ୍ତରୀୟ ଦୈଡ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ମଧ୍ୟ ପାଇଛନ୍ତି । ଜିଲ୍ଲାର ପୁଅଝିଅମାନଙ୍କ ଅନେକ ପ୍ରତିଭା ରହିଥିଲେ ହେଁ ତାଙ୍କ ଯୋଗ୍ୟତା ଅନୁସାରେ ତାଙ୍କୁ ପ୍ରତ୍ସୋହନର ଅଭାବ ହେଉଥିବା ରୁ ସେମାନେ ହାଇଲେଭେଲ କୁ ଯାଇପାରୁନାହଁନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ କେବଳ କ୍ରିକେଟ ଖେଳକୁ ରାଜ୍ୟ ତରଫରୁ କିଛି କିଛି ପ୍ରତ୍ସୋହନ ମିଳୁଥିବା ବେଳେ ଫୁଟବଲ, ହକି ଆଦି ଖେଳକୁ ପୁରାପୁରି ଅଣଦେଖା କରାଯାଉଛି । ଅତିତୀରେ ଜିଲ୍ଲା ରୁ ବହୁ ପ୍ରତିଭାବାନ ଫୁଟବଲ ଖେଳାଳୀ ନିଜ ଭଳ ପ୍ରଦର୍ଶନ ଦେଖାଇଥିବା ବେଳେ ତାଙ୍କୁ ମଧ୍ୟ ଅଣଦେଖା କରାଯାଇଛି । ସେହିପରି ଜାତୀୟ ଖେଳ ହକି କୁ ଜିଲ୍ଲାରେ ଆଦୌ ଗୁରୁତ୍ୱ ଦିଆଯାଇନାହିଁ ।ଫଳରେ କ୍ରିଡାବିତ୍ ମାନଙ୍କ ମଧ୍ୟ ଖୁବ୍ ଅସନ୍ତୋଷ ଦେଖାଦେଇଛି । ଅପରପକ୍ଷରେ ଜିଲ୍ଲାରେ ରହିଥିବା କ୍ରୀଡା ସଂଘ କୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉନଥିବା ମଧ୍ୟ ଅଭିଯୋଗ ହେଉଛି । ଯଦି ଜିଲ୍ଲା କ୍ରୀଡାସଂଘକୁ ଅଧିକ କ୍ରିୟାଶୀଳ କରିଯିବା ସହ ପ୍ରଶାସନ ସଂଘ କୁ ସମସ୍ତ ପ୍ରକାର ସହଯୋଗ କରନ୍ତା, ତେବେ ଜିଲ୍ଲାର କ୍ରୀଡା କ୍ଷେତ୍ର ରେ ଅନେକ ଉନ୍ନତି ଆସିପାରନ୍ତା ବୋଲି କ୍ରୀଡାବିତମାନଙ୍କ ମଧ୍ୟ ଆଲୋଚନା ହେଉଛି ।

0
0
0
s2sdefault