ହେଡଲାଇନସ୍:

ଦୁର୍ନୀତି ବିରୋଧରେ ଆନ୍ଦୋଳନ ପାଇଁ ସଜବାଜ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମ ପଞ୍ଚାୟତ ର ଖଲାବାହାଲ ଠାରେ ପଞ୍ଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ପଞ୍ଚାୟତ ର ସବୁ ଗ୍ରାମର ଲୋକମାନେ ସାମିଲ ହୋଇଥିଲେ। ଏହି ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୁର୍ନୀତି ଏବଂ ମନରେଗା କାମରେ ହୋଇଥିବା ଦୁର୍ନୀତି ବିଷୟରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଏହି ଦୁର୍ନୀତି ର ନିରପେକ୍ଷ ତଦନ୍ତ ହୋଇ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାନଗଲେ ଆନ୍ଦୋଳନ ର ପନ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାରମ୍ବାର ଅଭିଯୋଗ ସତ୍ବେ ପ୍ରଶାସନିକ ଅଧିକାରୀ ଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଗାଇସିଲେଟ ବ୍ଲକ ଦୁର୍ନୀତି ର ଗନ୍ତାଘର ପାଲଟିଛି ବୋଲି ଆଲୋଚନା ହୋଇଥିଲା। ଏଥିରେ ଶ୍ରୀମାନ ଗୋବର୍ଦ୍ଧନ ଭୋଏ ରାଜ୍ୟ ସାଧାରଣ ସମ୍ପାଦକ ଏସ ଟି ମୋର୍ଚ୍ଚା ବିଜେପି , ଅଶୋକ ବରିହା , ବରିଷ୍ଠ ବିଜେପି ନେତା ଝସକେତନ ପଧାନ, ସଂଜୟ ଝରଜରିଆ,ପପିନ ପଧାନ,ନେତ୍ର ରଣା,ଖଗେଶ୍ୱର ଦିଶିରି ଉପସ୍ଥିତ ଥିଲେ।

0
0
0
s2sdefault