ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ୱାଡର଼୍ ନଂ ୫ସ୍ଥିତ ପରିବା ମାର୍କେଟ ପରିସରରେ ପିପି ମୋଡ଼ରେ ୩ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ବରାଦରେ ମାରୱାଡି ଯୁବ ମଂଚ ପ୍ରଗତି ଓ ବାରିପଦା ପୌରପରିଷଦର ମିଳିତ ସହଭାଗିତାରେ ଶମ୍ଭୁଲାଲ ଅଗ୍ରୱାଲାଙ୍କ ସ୍ମୃତିରେ ଏକ ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ବିଧାନସଭାର ଉପବାଚସ୍ପତି ତଥା ବାରିପଦା ବିଧାୟକ ସାନନ୍ଦ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ମାରୱାଡି ଯୁବ ମଂଚ ପ୍ରଗତିର ରାଜ୍ୟ ସଭାପତି ହେମନ୍ତ ଶାହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବାରିପଦା ଉପନଗରପାଳ ଜିତେନ୍ଦ୍ର ମହାନ୍ତି, ନଗରପାଳ ବବିତା ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ସମୟରେ ମଞ୍ଚର ବାରିପଦା ଶାଖା ସଭାପତି ନରେଶ ଅଗ୍ରୱାଲ, ବାରିପଦା ଶାଖା ମନ୍ତ୍ରୀ ରାକେଶ ଶାହା, ମଙ୍ଗିଲାଲ ଲୋଢ଼ା, ଶମ୍ଭୁ ଅଗ୍ରୱାଲା, ଜିତେଶ ଅଗ୍ରୱାଲା, ଅଶୋକ ଖଣ୍ଡେଲୱାଲା, ପବନ ଅଗ୍ରୱାଲା ପ୍ରମୁଖ ସଦସ୍ୟମାନେ ଯୋଗ ଦେଇଥିଲେ ।
ଏହି ଅବସରରେ ମଞ୍ଚର ରାଜ୍ୟ ସଭାପତି ଶ୍ରୀଶାହା ଆମର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧିଙ୍କୁ ଏକ ସାକ୍ଷାତକାରରେ କହିଥିଲେ, ଆଜିର ଉଦଘାଟିତ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ ଆରଓ ସିଷ୍ଟମ ସାଙ୍ଗରେ ଅଲଟ୍ରା ଭାଉଲେଟ୍ ୱାଟର ପିଉରିଫାଏଡ଼ ବ୍ୟବସ୍ଥା ରହିଛି । ପିଆରଏମ ମେଡ଼ିକାଲ କଲେଜ ପରିସରରେ ଲାଗିଥିବା ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପଟି ମେଡ଼ିକେଟେଡ ୱାଟର ପିଉରିଫାଏଡ଼ ସିଷ୍ଟମର ବ୍ୟବସ୍ଥା ରହିଛି । ବାରିପଦା ସହରରେ ଏହିପରି ମୋଟ ୭ଟି ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିବା ସମୟରେ ସର୍ବଭାରତୀୟ ସ୍ତରରେ ୩୧୧୮ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି । ବାରିପଦା ପୌରପରିଷଦ ସହିତ ପିପି ମୋଡରେ ୨ଟି ପ୍ରକଳ୍ପ କାର୍ଯ୍ୟ କରୁଛି । ସହରରେ ୨ଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି ଏବଂ ଆସନ୍ତା ୭ ଦିନ ମଧ୍ୟରେ ଏହା ଉଦଘାଟନ ହେବ । ପୌରପରିଷଦ ସହାୟତା ବା ସହେଯାଗର ହାତ ବଢ଼ାଇଲେ ମଞ୍ଚ ବାରିପଦା ପୌରପରିଷଦର ସମସ୍ତ ୱାର୍ଡରେ ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରିବାକୁ ପ୍ରସ୍ତୁତ ରହିଛି ବୋଲି କହିଥିଲେ ।