ହେଡଲାଇନସ୍:

ଆଇ.ଏମ.ଏସ ଓ ସମ୍ ହସ୍ପିଟାଲରେ ଗୁରୁଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇ.ଏମ.ଏସ ଓ ସମ୍ ହସ୍ପିଟାଲରେ ସୋମବାର ଗୁରୁଦିବସ ପାଳନ କରାଯାଇଅଛି । ପ୍ରତି ବର୍ଷ ପରି ପୂର୍ବତନ ରାଷ୍ଟ୍ରପତି ତଥା ଶିକ୍ଷାବିତ୍ ଡ. ସର୍ବପଲ୍ଲି ରାଧାକ୍ରିଷ୍ଣନଙ୍କ ସ୍ମୃତିଚାରଣରେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରାଯାଇଥିଲା ।
ଗୁରୁକୁଳ ପରମ୍ପରାର ଆଦର୍ଶ ଓ ମହାନତାକୁ ଆଖିରେ ରଖି ଛାତ୍ର ଓ ଗୁରୁଙ୍କ ମଧ୍ୟରେ କିପରି ପବିତ୍ର ସମ୍ପର୍କ ରହିବ ଏବଂ ଛାତ୍ରଛାତ୍ରିମାନେ କିପରି ଅଗାଧ ଜ୍ଞାନରୂପ ଅଧିକାରି ହେବେ ଏହା ଥିଲା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଅନୁଷ୍ଠାନର ଡିନ୍ ପ୍ରଫେସର ଡ. ଗଙ୍ଗାଧର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରାରମ୍ଭିକ ସୂଚନା ମାଧ୍ୟମରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ସୋଆ କୁଳପତି ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର, ପ୍ରଫେସର ଡ. ସୁରେଶ୍ୱର ମହାନ୍ତି, ପ୍ରଫେସର ଡ. ତି୍ରଲୋଚନ ସାହୁ, ଅଧିକ୍ଷକ ପ୍ରଫେସର ଡ. ପୁଷ୍ପରାଜ ସାମନ୍ତସିଂହାର ପ୍ରମୁଖ ଗୁରୁ ଓ ଶିସ୍ୟଙ୍କ ମହାନତା ଉପରେ ଆଲୋକପାତ କରିଥିଲେ ।
ଏ ବର୍ଷର ଥିମ୍ ଥିଲା "ଗବେଷଣା ଏବଂ ତାର ପ୍ରସାରଣ' । ଏହି ଉତ୍ସବରେ କୃତିସଫଳ ୧୦ ଜଣ ଗବେଷକଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ସାତ ଜଣ ଗ୍ରାଜୁଏଟ୍ ଛାତ୍ର, ଆଠଜଣ ପୋଷ୍ଟ ଗ୍ରାଜୁଏଟ୍, ଦୁଇଜଣ ଡିଏମଓ ଏମ.ସି.ଏଚ ବିଦ୍ୟାର୍ଥି ଓ ବାରଜଣ ଚିକିତ୍ସାବିଦଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ନୂତନ ଭାବେ ଯୋଗଦାନ କରିଥିବା ଚାରିଜଣ ପ୍ରଫେସରଙ୍କୁ ସ୍ୱାଗତ କରାଯାଇଥିଲା । ଶେଷରେ ଅନୁଷ୍ଠାନର ଆଡିସନାଲ ଡିନ୍ ପ୍ରଫେସର ଡ. ଅଜୟ କୁମାର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ ।
ସୂଚନାଯୋଗ୍ୟ ଏହି କାର୍ଯ୍ୟକ୍ରମରେ କୋଭିଡ ନିୟମ ଅନୁଯାୟୀ ୩୦ ଜଣ ଫାକଲଟି ଉପସ୍ଥିତ ଥିବାବେଳେ ଅନ୍ୟାନ୍ୟ ସମସ୍ତେ ଭର୍ଚୁଆଲରେ ଥିଲେ ।

0
0
0
s2sdefault