ହେଡଲାଇନସ୍:

ଓଡ଼ିଶାର ପ୍ରେରଣାଦାୟୀ ଭିନ୍ନକ୍ଷମଙ୍କ ସଫଳତାର କାହାଣୀ "ଇନସ୍ପାୟାର୍.. ଏମ୍ପାଓ୍ୱାର'

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲୋକାର୍ପିତ ହେଲା ରାଜ୍ୟ ଭିନ୍ନକ୍ଷମ ଆୟୋଗ ଦ୍ୱାରା ପ୍ରକାଶିତ କଫିଟେବୁଲ ବୁକ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶାର କେତେକ ଭିନ୍ନକ୍ଷମଙ୍କ ଅସାଧାରଣ ସଫଳତାର କାହାଣୀ ସମ୍ବଳିତ ଏକ କଫିଟେବୁଲ ବହି "ଇନସ୍ପାୟାର୍.. ଏମ୍ପାଓ୍ୱାର' ଆଜି ପୂର୍ବାହ୍ନରେ ଲୋକାର୍ପିତ ହୋଇଛିା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଏବଂ କାରିଗରୀ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ରାଜ୍ୟ ଭିନ୍ନକ୍ଷମ ଆୟୋଗଙ୍କ ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ଦାସ ଏହାକୁ ଲୋକାର୍ପିତ କରିଛନ୍ତିା
ପ୍ରତିକୂଳତା ଓ ପ୍ରତିବନ୍ଧକକୁ ଅତିକ୍ରମ କରି ଇଚ୍ଛାଶକ୍ତି, ଅଭ୍ୟାସ ଓ ଅଧ୍ୟବସାୟ ବଳରେ ଓଡ଼ିଶାର ଅନେକ ଭିନ୍ନକ୍ଷମ ଯେଉଁ ସଫଳତା ଅର୍ଜନ କରିଛନ୍ତି ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକା ଦୃଷ୍ଟାନ୍ତ ସ୍ୱରୂପ ଓଡ଼ିଆ କ୍ରୀଡ଼ାବିତ୍ ପ୍ରମୋଦ ଭଗତଙ୍କ କୃତିତ୍ୱ ଆଜି ବିଶ୍ୱବିଦିତ ହୋଇଛି ଓ ଭିନ୍ନକ୍ଷମଙ୍କ ସଫଳତାକୁ ଶୀର୍ଷରେ ପହଞ୍ଚାଇଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତିା ରାଜ୍ୟର ପ୍ରତିଭାବାନ୍ ତଥା ସଫଳ ଭିନ୍ନକ୍ଷମ ବ୍ୟକ୍ତିତ୍ୱମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କଫିଟେବୁଲ ବହି ଏକ ପ୍ରୟାସ ବୋଲି ଉଲ୍ଲେଖ କରି ରାଜ୍ୟ ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ଦାସ ଆୟୋଗ ପକ୍ଷରୁ ଭିନ୍ନକ୍ଷମ ବ୍ୟକ୍ତିତ୍ୱମାନଙ୍କ ଦକ୍ଷତା, ସାମର୍ଥ୍ୟ ଓ ସଫଳତାକୁ ଆଧାର କରି ଏହା ପ୍ରସ୍ତୁତ କରାଯାଇଛି ବୋଲି ପ୍ରକାଶ କରିଛନ୍ତିା
ଏହି ବହିରେ ଟୋକିଓ ୨୦୨୦ ପାରାଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ବ୍ୟାଡମିଣ୍ଟନ ଖେଳାଳୀ ତଥା ଅର୍ଜୁନ ପୁର ସ୍କାର ବିଜେତା ପ୍ରମୋଦ ଭଗତ, ଚିତ୍ରଶିଳ୍ପୀ ଶ୍ରୀହର୍ଷ ଓ ସୁଦ୍ଧାର୍ଥ ଶୁକ୍ଳା, ଆନ୍ତର୍ଜାତିକ ଚେସ୍ ଖେଳାଳୀ ପ୍ରାଚୁର୍ଯ୍ୟ କୁମାର ଓ ସୌନ୍ଦର୍ଯ୍ୟ କୁମାର ପ୍ରଧାନ, ଅସୀଚାଳକ ଭି. ରମେଶ ରାଓ ଏବଂ ରାଖାଲ କୁମାର ସେଠୀ, ଓଡ଼ିଶୀ ନୃତ୍ୟ ଶିଳ୍ପୀ ରଶ୍ମିରେଖା ସାହୁ, ଓଡ଼ିଶା ବନସେବା ଅଧିକାରୀ ତପସ୍ୱିନୀ ଦାସ, ମେଧାବୀ ଛାତ୍ର ବରଜ ଦାସ, ନିଷ୍ଠପାର ଆଶାକର୍ମୀ ସବିତା ରଣା, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ବିଜୟିନୀ ଧାବିକା ଜୟନ୍ତୀ ବେହେରା, କ୍ରିକେଟ୍ ଖେଳାଳୀ ପଙ୍କଜ ଭୂଏ ଏବଂ ସୁଖରାମ ମାଝୀ, ସୁଗାୟକ ଶ୍ରୀନିବାସ ରାଓ ଏବଂ ଦିଲ୍ଲୀପ ସାହୁ, ଉଦ୍ୟୋଗ ଅଧିକାରୀ ଅଭିଜିତ କୁଣ୍ଡୁ, ଭିନ୍ନକ୍ଷମ ଅଧିକାର ପ୍ରବକ୍ତା ନିରଞ୍ଜନ ବେହେରାଙ୍କ ସଫଳ କାହାଣୀ ସନ୍ନିବିଷ୍ଟ ହୋଇଛିା ଏହା ସହିତ ଓଡ଼ିଶାର ଦୃଷ୍ଟିବାଧିତ ମହିଳା କ୍ରିକ୍ରେଟ ଦଳଙ୍କୁ ଅନ୍ତର୍ଭୁକ୍ତ କରାଯାଇଛିା

0
0
0
s2sdefault