ଅଞ୍ଚଳକୁ ନାହିଁ ପିଚୁ ରାସ୍ତା, ମୋବାଇଲ ଟାୱାର , ଉଜ୍ଜଳା ଯୋଜନା ଓ ବିଭିନ୍ନ ମୌଳିକ ବ୍ୟବସ୍ଥା
କି ପ୍ରତିଶ୍ରୁତି...କି କୁମ୍ଭୀର କାନ୍ଦଣା ....କି ପ୍ରକାର ସମବେଦନା ....ଅମୂତାଞ୍ଜନ ଆଖିରେ ମାରି ନେତାଙ୍କ କି ଶୋକ | ଲାଗୁଥିଲା ଯୋଉ ଭଳି ଭାବେ ନେତାଙ୍କ ସୁଅ ଛୁଟିଲାଣି ଆଉ ଯେଉଁଭଳି ଭାବେ ନେତା ସେମାନଙ୍କ ପାଇଁ କାଂଦିଲେଣି, ଆଉ ଏ ଅଂଚଳର ସମସ୍ୟା ରହିବ ନାହିଁ | ହେଲେ ଯେଉଁ ତିମିର କୁ ସେଇ ତିମିର, ଗାଲୁଆ ସାଜି ବସିଛନ୍ତି ପ୍ରଶାସନ ଓ ସରକାର
ଗୁମୁଡୁମାହାରୁ ଗଗନ କୁମାର ପ୍ରଧାନ
କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଳକ୍ ଏହି ବ୍ଳକ୍ ଅଧିନରେ ରହିଅଛି ପରମପାଙ୍ଗା ପଞ୍ଚାୟତର ଗୁମୁଡୁମାହା ଗ୍ରାମ । ୨୦୧୬ ମସିହାରେ ଏହି ଗ୍ରାମ ସାରାରାଜ୍ୟ ଓ ଦେଶରେ ବେସ୍ ପରିଚିତ ଥିଲା । ଏହି ଗ୍ରାମକୁ ଜାତାୟତ ପାଇଁ ରାସ୍ତା ନଥିଲେ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ଓ ସରକାରୀ ବଡବଡିଆଙ୍କ ପାଦ ପଡିଥିଲା । କାରଣ ଏହି ଗ୍ରାମର ୫ଜଣ ନିରୀହ ଆଦିବାସୀଙ୍କ ସୁରକ୍ଷାକର୍ମୀଙ୍କ ଗୁଳିରେ ଜୀବନ ରହାଇବାକୁ ପଡିଥିଲା । ସୁରକ୍ଷା କର୍ମୀଙ୍କ ଗୁଳିରେ ଲୁଟ ଦିଗାଳ ଓ ସୁନିତା ଦିଗାଳଙ୍କ ୧୩ମାସର ପୁତ୍ର ସନ୍ତାନ ମଧ୍ୟ ବର୍ତ୍ତିନଥିଲେ । ଯାହାକି ସାରା ରାଜ୍ୟ ଓ ଦେଶରେ ଚହଳ ପକାଇଥିଲା ଏବଂ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ରାଜନୈତିକ ଫାଇଦା ପାଇଁ ମଧ୍ୟ ଟଣା ଓଟରା ଲାଗିଥିଲା । ଏହି ନିରିହ ଆଦିବାସୀଙ୍କ ଜନମତକୁ ହାସଲ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରତିସୃତି ଦେଇଥିଲେ । କିନ୍ତୁ ଏହି ଘଟଣା ଘଟିବାର ଦୁଇବର୍ଷ ପୁର୍ତ୍ତି ହୋଇଥିଲେ ମଧ୍ୟ ସରକାରୀ ବାବୁଙ୍କ ଠାରୁ ମିଳିଥିବା ପ୍ରତିସୃତି ପାଣିର ଗାର ହୋଇଯାଇଛି ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି । ଗୁମୁଡୁମାହା ବାସୀଙ୍କୁ ସରକାର ପ୍ରତିସୃତି ଦେଇଛନ୍ତି କିନ୍ତୁ ବିକାଶ ନୁହେଁ ବୋଲି ଗ୍ରାମର ବାସୀନ୍ଦା କହିଛନ୍ତି । ଏହି ଦୁଇ ବର୍ଷ ପୁର୍ତ୍ତି ଅବସରରେ ଆମ ପ୍ରତିନିଧି ଗଗନ କୁମାର ପ୍ରଧାନ ଗୁମୁଡୁମାହା ପରିଦର୍ଶନ କରି ମୃତକ ପରିବାର ଓ ଅଞ୍ଚଳବାସୀଙ୍କ ସହ ସାକ୍ଷାତକରି ସରକାର ପ୍ରତିଶ୍ରୁତି ଉପରେ ପଚାରି ବୁଝିଥିଲେ । ସରକାରୀ ବାବୁ ଓ ରାଜନେତାମାନେ ଏଠାକୁ ଆସି କେବଳ ପ୍ରତିସୃତି ଦେଇଛନ୍ତି । ବର୍ତ୍ତମାନ ସୁଧା ଆମପାଇଁ ବିକାଶ ଦିବା ସ୍ୱପ୍ନ ସଦୃଶ୍ୟବୋଲି ଗୁମୁଡୁମାହାର କଲେଜ ପଢୁଆ ଛାତ୍ର ସୁମନ୍ତ ଦିଗାଳ ଅତି ଦୁଃଖର ସହିତ କହିଛନ୍ତି । ପ୍ରଶାସନ ତରଫରୁ ଅଞ୍ଚଳକୁ ମୁଖ୍ୟ ସାସ୍ତାସହ ସଂଯୁକ୍ତ କରିବା ପାଇଁ ପିଚୁରାସ୍ତା, ସୁଦ୍ଧ ପାନୀୟ ଜଳ, ମୋବାଇଲ ସେବା, ଏ.ଏନ୍.ଏମ୍. କେନ୍ଦ୍ର, ପି.ଡି.ଏସ୍. ଚାଉଳ ବଣ୍ଟନ କେନ୍ଦ୍ର ଓ ବିଦ୍ୟୁତ ସଂଯୋଗ ଇତ୍ୟାଦି ପ୍ରତିଶ୍ରୁତି ଦିଆଯାଇଥିଲା । ବର୍ତ୍ତମାନ ସୁଧା ଏହି ସବୁ ସୁବିଧା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ୨୦୧୬ ମସିହାରେ ଏହି ଗ୍ରାମରେ ଘଟିଥିବା ଘଟଣା ବିଭିନ୍ନ ରାଜନୈତିକ ଦଳର ମୁଖ୍ୟ ପ୍ରସଙ୍ଗ ପାଲଟିଥିବା ବେଳେ ବିଭିନ୍ନ ଗଣମାଧ୍ୟମରେ ଏହି ଘଟଣା ମୁଖ୍ୟ ଖବର ପାଲଟିଥିଲା ।
କିନ୍ତୁ ଘଟଣାର କିଛି ମାସପରେ ଏହି ଗ୍ରାମ ସରକାରଙ୍କ ନଜରରୁ ଉଭେଇ ଯାଇଛି ବୋଲି ମୃତଙ୍କ ପରିବାର କହିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଯୋଗାଇଦିଆଯାଉଥିବା ଉଜ୍ଜଳ ଯୋଜନାରେ ଗ୍ରାମର କୌଣସି ଲୋକଙ୍କୁ ଇନ୍ଧନ ଗ୍ୟାସ୍ ଯୋଗାଇ ଦିଆଯାଇନାହିଁ ବୋଲି ଗୁମୁଡୁମାହାର ଵାର୍ଡ ମେମ୍ୱର ଅଭିଯୋଗ କରିଛନ୍ତି । ସେହିପରି ୪୭ ପରିବାର ମଧ୍ୟରୁ ୧୫ଟି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇଦିଆଯାଇଅଛି । ଗୁମୁଡୁମାହାର ଅଞ୍ଚଳବାସୀଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ ବୋଲି ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଓ କେନ୍ଦ୍ର ସରକାର କନ୍ଧମାଳରେ ବସବାସ କରୁଥିବା ଆଦାବାସୀଙ୍କ ବିକାଶ କରୁଥିବା ଡିଣ୍ଡିମ ପିଟୁଛନ୍ତି । ରାଜନୈତିକ ନେତାଙ୍କ ମୁଖ୍ୟ ପ୍ରସଙ୍ଗରେ ଥିବା ଗୁମୁଡୁମାହା ଅଞ୍ଚଳର ବିକାଶ ବର୍ତ୍ତମାନ ସୁଧା ହୋଇପାରୁନଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ୱାସ୍ଥ୍ୟ ସେବାର ସରକାରୀ ଅବହେଳା ହେତୁ ଛୋଟ ଛୋଟ ଶିଶୁ ବିଭିନ୍ନ ରୋଗରେ ଶିକାର ହୋଇଥିବା ଦେଖାଦେଇଛି । ଯେପରି ଶିକ୍ଷା ସଚେତନତା ଅଭାବରୁ ଛୋଟ ଛୋଟ ପିଲା ବିଦ୍ୟଳୟକୁ ଯାଉନଥିବା ଅଭିଭାବକ କହିଛନ୍ତି । ତେଣୁ ସରକାର ଦେଇଥିବା ପ୍ରତିସୃତିକୁ ପାଳନକରି ବିଭିନ୍ନ ମୌଳିକ ସୁବୁଧା ଯୋଗାଇଦେବା ପାଇଁ ପ୍ରେମିଲ ମଲିକ, ସୁନିତା ଦିଗାଳ, ସାମନ୍ତ ଦିଗାଳ, ବିଡିବୁଲି ମଲିକ, ବନମାଳି ମଲିକ ସମେତ ମୃତକଙ୍କ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି । ସରକାର ଗୁଳିକାଣ୍ଡକୁ ନେଇ ବହୁଟଙ୍କା ବ୍ୟୟକରି କମିସନ ଗଠନ କଲେ । କିନ୍ତୁ ଅଞ୍ଚଳବାସୀଙ୍କୁ କୌଣସି ଫାଇଦା ମିଳିଲା ନାହିଁ । ନା ମିଳିଲା ମୃତକଙ୍କ ପରିବାକୁ ନ୍ୟାୟ ନା ମିଳିଲା ଗୁମୁଡୁମାହା ବାସୀଙ୍କୁ ବିକାଶ । ଯାହାକି ସମସ୍ତ ମନରେ ଏକ ପ୍ରଶ୍ନବାଚ ସୃଷ୍ଟି କରିଛି । ସୂଚନା ଥାଉକି ୨୦୧୬ ମସିହା ଜୁଲାଇମାସ ୮ ତାରିଖ ସକାଳେ ଗୁମୁଡୁମାହା ବାସୀ ଅଟଯୋଗେ ବାଲିଗୁଡାକୁ ନରେଗାଁ ଟଙ୍କା ଆଣିବାକୁ ଯାଇ ସନ୍ଧ୍ୟାରେ ଗ୍ରାମକୁ ଫେରୁଥିବା ବେଳେ ଗ୍ରାମ ମୁଣ୍ଡରେ ଏହି ଗୁଳିକାଣ୍ଡ ଘଟିଥିଲା । ଏହି ଗୁଳିକାଣ୍ଡରେ ୧୩ମାସର ଶିଶୁ ଗିହେଜ ଦିଗାଳ ସମେତ କୁକାଲା ଦିଗାଳ ବିଡିମ୍ୱୁଲି ମଲିକ, କିମିରି ମଲିକ, ମିଡିଆଲି ମଲିକଙ୍କମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ଆହାତ ହୋଇଥିଲେ । ଯାହାକୁ ନେଇ ସାରା ରାଜ୍ୟ ଓ ଦେଶ ସ୍ତବ୍ଧ ହୋଇଥିଲା