ହେଡଲାଇନସ୍:

କେନ୍ଦ୍ର ସରକାରକୁ ସୁପ୍ରିମକୋର୍ଟଙ୍କ ତାତ୍ସଲ୍ୟ :  ନିରୀକ୍ଷଣକାରୀ ରାଷ୍ଟ୍ର ଗଠନ କରିବାକୁ ସରକାରଙ୍କ ଉଦ୍ୟମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

14-07-18-suprimkort.jpg - 9.38 kB

"Does government want to tap WhatsApp messages, create a surveillance state"

ହ୍ୱାଟସଆପ୍ ମେସେଜକୁ କେନ୍ଦ୍ର  ସରକାର ତଦାରଖ କରିବାକୁ ଉଦ୍ୟମ କରୁଛନ୍ତି, ହେଲେ କାହିଁକି କରିବ କୁହ :  ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ଅନଲାଇନ  ଡାଟା ତଦାରଖ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ସୋସିଆଲ୍ ମିଡିଆ ହବ୍ ଗଠନ କରିବା ନିଷ୍ପତ୍ତି  ନାପସନ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଏହି ନିଷ୍ପତ୍ତି ଏକ ନିରୀକ୍ଷଣକାରୀ ରାଷ୍ଟ୍ର ଗଠନ ଦିଗରେ ସରକାରଙ୍କ ଉଦ୍ୟମ ବୋଲି ତାତ୍ସଲ୍ୟ କରିଛନ୍ତି ସୁପ୍ରିମକୋର୍ଟ ।

ସର୍ବୋଚ୍ଚ ନ୍ୟାୟାଳୟ କରିଛନ୍ତି ଯେ ସରକାର ନାଗରିକମାନଙ୍କ ହ୍ୱାଟ୍ସଆପ୍ ମେସେଜ୍କୁ ସରକାର ଟ୍ୟାପ କରିବାକୁ ଚାହାନ୍ତି  ତେବେ ଏହା କାହିଁକି ଚାହାନ୍ତି ୨ ସପ୍ତାହ ମଧ୍ୟରେ ତାର ଜବାବ ରବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ  । ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର କରିଥିବା ଆବେଦନର ବି·ର କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି  । ଏହି ମାମଲାରେ ସହଯୋଗ କରିବାକୁ ଆଟର୍ଣ୍ଣି ଜେନେରାଲ୍ କେ କେ ଭେନୁଗୋପାଲଙ୍କୁ କହିଛନ୍ତି ଅଦାଲତ  । ସୁପ୍ରିମକୋର୍ଟରେ ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ୍ ଏ.ଏମ୍.ଖାନ୍ୱିଲ୍କର୍ ଏବଂ ଡି ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି  । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ଏ ଏମ୍ ସିଙ୍ଘଭି ଖଣ୍ଡପୀଠକୁ ଜଣାଇଥିଲେ କି ସରକାର ଅଗଷ୍ଟ ୨୦ରେ ଏ ନେଇ କରାଯାଇଥିବା ଟେଣ୍ଡର ଖୋଲିବାର କରିବାର ଯୋଜନା ରଛନ୍ତି  । ସୋସିଆଲ୍ ମିଡିଆ ହବ୍ ଜରିଆରେ ସେ ସୋସିଆଲ୍ ମିଡିଆ ଡାଟା ଉପରେ ନଜର ରଖିବାକୁ ଚାହାନ୍ତି  ।

0
0
0
s2sdefault