ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ସିଏଣ୍ଡଆଇଟି ବିଭାଗର ଅନନ୍ୟ ପ୍ରୟାସର ସ୍ୱୀକୃତି ସ୍ୱରୂପ,ଆର୍ଏସ୍ପି ଗେଟ୍ରେ ସାମଗ୍ରୀ ଗୁଡିକର ସିଆଇଏସ୍ଏଫ୍ ଟ୍ରାକିଂ ନିମନ୍ତେ ଏକ ନୂତନ ରେଡ କାର୍ଡ ବ୍ୟବସ୍ଥା ବିକଶିତ ହୋଇଛି ।କାରଖାନା ଭିତରକୁ ଏବଂ ବାହାରକୁ ସାମଗ୍ରୀ ନେବାଆଣିବା ନିମନ୍ତେ ଏକ ନୂତନ ବ୍ୟବସ୍ଥା ସିଆଇଏସ୍ଏଫ୍ କଣ୍ଟ୍ରୋଲ ରୁମରେ ସିଏଣ୍ଡଆଇଟି ବିଭାଗର ଜିଏମ୍ ଶ୍ରୀ ଆର.ଏନ୍.ନାୟକ ଏବଂ ସିଆଇଏସ୍ଏଫ୍ର ଡେପୁଟି କମାଣ୍ଡାଣ୍ଟ ଶ୍ରୀ ରଫାକତ ଖାନ୍ଙ୍କ ଯୁଗ୍ମ ସହାୟତାରେ ଜୁଲାଇ ୧୨ ତାରିଖଦିନ ଉଦ୍ଘାଟିତ ହୋଇଥିଲା । ଏହି ଅବସରରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶ୍ରୀ ସମରତ ରଙ୍ଗି, ସିଏଣ୍ଡଆଇଟି ବିଭାଗର ଡିଜିଏମ୍ ଶ୍ରୀ ଏ.ଏଲ.ଦାସ ଏବଂ ଉଭୟ ଆରଏସ୍ପି ଓ ସିଆଇଏସ୍ଏଫ୍ର ଅଧିକାରୀ ଓ ଷ୍ଟାଫ୍ମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ଶ୍ରୀ ନାୟକ, ସାପ୍ ବ୍ୟବସ୍ଥା ମାଧ୍ୟମରେ ଉକ୍ତ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାରେ ବେଶ୍ ସହାୟକ ହେବା ସଂଗେସଂଗେ ସଂପର୍କିତ ଡାଟା ଗୁଡିକ ଗଚ୍ଛିତ ରହିବା ସହ ଏହା ଦୀର୍ଘଦିନ ସୁରକ୍ଷିତଭାବେ ରହିପାରିବା ଉପରେ ଆଲୋକପାତ କରିଥିଲେ । ଉକ୍ତ ବ୍ୟବସ୍ଥାର ସଠିକ ପରିଗ୍ଭଳନା ପାଇଁ ସିଆଇଏସ୍ଏଫ୍ କଣ୍ଟ୍ରୋଲ ରୁମରେ ଏହି ବ୍ୟବସ୍ଥାର କାର୍ଯ୍ୟକାରିତା ନିମନ୍ତେ ପ୍ରସ୍ତାବ ଦେଇଥିଲେ ।
ଏହି ପରିବର୍ଦ୍ଧନ ବ୍ୟବସ୍ଥାକୁ ବିକଶିତ କରିଥିଲେ ସିଏଣ୍ଡଆଇଟି ବିଭାଗର ଇଆର୍ପି ସଦସ୍ୟ ଡେପୁଟି ମ୍ୟାନେଜର ଡି.ସି.ଯାଦବ, ଡି.ଷଡଙ୍ଗୀ, ସାପ୍ର ମନିଷ ସିଂହ, ସୁଶ୍ରୀ ସ୍ମୃତିରେଖା ନାୟକ ଏବଂ ସିଆଇଏସ୍ଏଫ୍ର ଏନ୍.ଲତା ଏବଂ ସୁଶ୍ରୀ ବିଭା କିରଣ । ଉକ୍ତ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ସିଏଣ୍ଡଆଇଟି ବିଭାଗର ଡିଜିଏମ୍ ୱାଇ .ପି.ଦାସ ।
ସୂଚନାଯୋଗ୍ୟ ଯେ, ପୂର୍ବ ସାମଗ୍ରୀ ପ୍ରବନ୍ଧନ ବ୍ୟବସ୍ଥା ଅନୁଯାୟୀ ମରାମତି ଆବଶ୍ୟକତା କରୁଥିବା ସାମଗ୍ରୀ ଗୁଡିକୁ ଟ୍ରାଫିକ ଗେଟ୍ ମଧ୍ୟ ଦେଇ ରେଡ କାର୍ଡ ବ୍ୟବସ୍ଥା ଉପଯୋଗ ପୂର୍ବକ ଯାନବାହନରେ କାରଖାନା ବାହାରକୁ ପଠାଯାଉଥିଲା । ଏହି ବ୍ୟବସ୍ଥା ଅନୁରୂପ ଭାବେ ମରାମତି ହୋଇ କାରଖାନାକୁ ଫେରୁଥିବା ସାମଗ୍ରୀ ଗୁଡିକ ପାଇଁ ମଧ୍ୟ କାର୍ଯ୍ୟକାରୀ ହେଉଥିଲା । ପ୍ରବର୍ତ୍ତିତ ନୂତନ ବ୍ୟବସ୍ଥାରେ ଆରଏସ୍ପି ବାହାରକୁ ପଠାଯାଉଥିବା ଯେ'କୌଣସି ପରିମାଣର ସାମଗ୍ରୀ ରେକର୍ଡଭୁକ୍ତ ହେବାର ପ୍ରାବଧାନ ରହିଛି । ଏଥିରେ ସାମଗ୍ରୀ ପ୍ରବେଶ ଓ ପ୍ରସ୍ଥାନ ସମୟ ତାରିଖ ପଞ୍ଜିକରଣ ହେବା ସହ ରେଡ କାର୍ଡ ପ୍ରବେଶ ମଧ୍ୟ ବ୍ୟବସ୍ଥିତ ହୋଇପାରିବ । ଉତ୍ତମ ସାମଗ୍ରୀ ପ୍ରବନ୍ଧନ ନିମନ୍ତେ ଏହି ନୂତନ ବ୍ୟବସ୍ଥା ଆର୍ଏସ୍ପି ପାଇଁ ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହୋଇପାରିଛି |