ହେଡଲାଇନସ୍:

ଉତ୍କର୍ଷ  ବେଶ ଲାଇନ ଟେଷ୍ଟ ପରୀକ୍ଷା ସମାପ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉତ୍କର୍ଷ  ବେଶ ଲାଇନ ଟେଷ୍ଟ ପରୀକ୍ଷା ସମାପ୍ତ  

୨୦୦ଟି ସରକାରୀ ସ୍କୁଲର ନବମ ଶ୍ରେଣୀର ଛାତ୍ର ଛାତ୍ରୀମାନେ ଗଣିତ, ଓଡିଆ, ବିଜ୍ଞାନ ଓ ଇଂରାଜୀ ବେସଲାଇନ୍ ଟେଷ୍ଟ

ବଲାଙ୍ଗିର.Nirij Mishra  :  ବଲାଙ୍ଗିର ଜିଲ୍ଲାରେ ଚାଲିଥିବା ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ, ଓଡିଶା ମାଧ୍ୟମିକ ଶିକ୍ଷା ମିଶନ ଓ କୁସୁମା ଫାଉଣ୍ଡେସନର ମିଳିତ ଉଦ୍ୟମରେ ପରିଚାଳିତ ଉକ୍ରର୍ଷ କାର୍ଯ୍ୟକ୍ରମର ବେସଲାଇନ ଟେଷ୍ଟ ପରୀକ୍ଷା ସମାପ୍ତ ହୋଇଯାଇଛି । ଏଥିରେ ଜିଲ୍ଲାର ୨୦୦ଟି ସରକାରୀ ସ୍କୁଲର ନବମ ଶ୍ରେଣୀର ଛାତ୍ର ଛାତ୍ରୀମାନେ ଗଣିତ, ଓଡିଆ, ବିଜ୍ଞାନ ଓ ଇଂରାଜୀ ବେସଲାଇନ୍ ଟେଷ୍ଟ ଦେଇଥିଲେ । ଉକ୍ତ ପରୀକ୍ଷାର ଫଳାଫଳକୁ ନେଇ ପିଲାମାନଙ୍କର ବୌଦ୍ଧିକ ସ୍ତର ଅନୁସାରେ ସ୍ତର-୧, ସ୍ତର-୨ ଓ ସ୍ତର-୩ ନିର୍ଣ୍ଣୟ କରାଯାଇ ଉକ୍ରର୍ଷ କାର୍ଯ୍ୟକ୍ରମ ପରିଚାଳିତ ହେବ । ଯାହାଦ୍ୱାରା କି ପିଲାମାନଙ୍କର ଦକ୍ଷତା ବୃଦ୍ଧି ପାଇବ । ପ୍ରକାଶ ଥାଉ କି ଉକ୍ରର୍ଷ  କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଗଣିତ, ଓଡିଆ, ବିଜ୍ଞାନ ଓ ଇଂରାଜୀ ବିଷୟରେ ପୃଥକ ଭାବରେ ତାଲିମ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ରାଜ୍ୟ ପର୍ଯ୍ୟବେକ୍ଷକ କୁସୁମା ଫାଉଣ୍ଡେସନ, ରାଜେନ୍ଦ୍ର ପଣ୍ଡା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜବାହରଲାଲ ନୋଡାଲ ଉଚ୍ଚ ବିଦ୍ୟାଳୟ, ବିଲେଇସର୍ଡା ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଲୟ, ବଲାଙ୍ଗିରକୁ ପରିଦର୍ଶନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ସୁବୋଧ କୁମାର ଦାଶ ଓ ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ନିଳମଣୀ ପଟେଲ ବଲାଙ୍ଗିର ସ୍ଥିତ ବିଭିନ୍ନ ବିଦ୍ୟାଳୟ ଗୁଡିକୁ ପରିଦର୍ଶନରେ ଯାଇଥିଲେ । 

0
0
0
s2sdefault