ଯାଜପୁର(ଜୟଶଙ୍କର ଦାଶ: ରାଜ୍ୟପାଳଙ୍କ ଟ୍ରପିଂ ୨୦୧୭-୧୮ ବର୍ଷ ପାଇଁ ବିବିଧ ପ୍ରତିଯୋଗିତାର ଆୟୋଜନ କରାଯାଇଅଚ୍ଥି । ଚିତ୍ରକଳା, ଓଡିଶୀ ନୃତ୍ୟ, ଲୋକ ନୃତ୍ୟ, କଣ୍ଠ ସ୍ୱର ଏହିଭଳି ୪ ଗୋଟି ବିଭାଗରେ ପ୍ରତିଯୋଗିତା କରାଯିବ । ଅଷ୍ଟମ ରୁ ଦଶମ ଶ୍ରେଣୀ ‘କ’ ଓ ପଞ୍ଚମ ରୁ ସପ୍ତମ ଶ୍ରେଣୀ ‘ଖ’ ବର୍ଗ ଭାବେ ବିବେଚନା କରାଯାଇ ଏହି ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହେବ । ବ୍ଳ୍କ ସ୍ତରରେ ପ୍ରତିଯୋଗିତା ମାଧ୍ୟମରେ ଶ୍ରେଷ୍ଠ ପ୍ରତିଯୋଗିଙ୍କୁ ଚୟନ କରାଯାଇ ଜିଲ୍ଳ୍ା ସ୍ତରକୁ ପ୍ରେରଣ କରାଯିବ । ଜିଲ୍ଳ୍ା ସ୍ତରର ପ୍ରଥମ ପ୍ରତିଯୋଗୀଙ୍କୁ ରାଜ୍ୟ ସ୍ତରକୁ ପ୍ରେରଣ କରାଯିବ । ବ୍ଳ୍କ ଓ ପୈାରାଞ୍ଚଳ ସ୍ତରର ପ୍ରତିଯୋଗିତା ଚଳିତ ମାସ ୧୫ ତାରିଖରୁ ୨୦ ତାରିଖ ମଧ୍ୟରେ ଓ ଜିଲ୍ଳ୍ା ସ୍ତରରେ ଜୁଲାଇ ୨୭ ତାରିଖରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହେବ । ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅଗଷ୍ଟ ୨୦ ତାରିଖ ଠାରୁ ୨୮ ତାରିଖ ମଧ୍ୟରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ । କୈାଣସି ପ୍ରତିଯୋଗୀ ପୂର୍ବରୁ ରାଜ୍ୟପାଳ ଟ୍ରପଂରେ ପୁରସ୍କୃତ ହୋଇଥିଲେ ସେମାନେ ଏଥିରେ ଅଂଶ ଗ୍ରହଣ କରିପାରିବେ ନାହିଁ । ଆଗ୍ରହୀ ଓ ଉପଯୁକ୍ତ ପ୍ରତିଯୋଗୀ ମାନେ ଏ ସଂପର୍କରେ ବ୍ଳ୍କ ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୈାର ନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ । ଏ ସଂପର୍କରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପୈାର ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ଅବଗତ କରାଯାଇଅଚ୍ଥି ବୋଲି ସଂସ୍କୃତି ଅଧିକାରୀ ସୂଚନା ଦେଇଚ୍ଥନ୍ତି
ରାଜ୍ୟ
ରାଜ୍ୟପାଳ ଟ୍ରପିଂ ପାଇଁ ପ୍ରତିଯୋଗିତା ।
- Hits: 439