ସମ୍ବଲପୁର-ରମାକାନ୍ତ ବିଶ୍ବାଳ:ସମ୍ବଲପୁର ରେ ଏବେ ଏକ ନିଆରା ଅଙ୍ଗନବାଡି କେନ୍ଦ୍ର କୁ ନେଇ ବେଶ ଚର୍ଚ୍ଚା । ତେବେ ଏହା କୌଣସି ସାଧାରଣ ଆଙ୍ଗନବାଡି କେନ୍ଦ୍ର ନୁହେଁ ଏହି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇଛି ଟିକିଏ ନିଆରା ଢଙ୍ଗରେ ।
ହଁ ଆଜ୍ଞା ଆମେ କହୁଛୁ ସମ୍ବଲପୁର ମୋଦିପଡାର ଟ୍ରେନର ବଗି ସଦୄଶ ଏହି ଅଙ୍ଗନବାଡି କେନ୍ଦ୍ର ର କଥା । ଆପଣ ମାନେ ଭଲ କରି ଏହି ଦୄଶ୍ୟ କୁ ଦେଖନ୍ତୁ । ଏହାକୁ ଦେଖିବା ପରେ ପ୍ରଥମେ ଯେକେହି ବି ଏହାକୁ ଏକ ଟ୍ରେନର ବଗି ବୋଲି ଭାବିବ , ତେଵେ ଏହା ଭାବିବା ଟା ମଧ୍ୟ ସ୍ୱଭାଭିକ ।
ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହା କୌଣସି ଟ୍ରେନ ବଗି ନୁହେଁ ବଂର ଏହା ହେଉଛି ଏକ କୁନି କୁନି ପିଲା ମାନେ ପାଠ ପଡିବା ପାଇଁ ଅଭ୍ୟାସ କରୁଥିବା ଏକ ଅଙ୍ଗନବାଡି କେନ୍ଦ୍ର । ତେବେ ସବୁଠୁ ଆଶ୍ଚୟ ବିଷୟ ହେଳାଯେ ଏହି ଅଙ୍ଗନବାଡି କୁ ଏକ ଟ୍ରେନର ବଗି ଢଙ୍ଗରେ ତିଆରି କରାହୋଇଛି । ଏବେ ସମ୍ବଲପୁର ସହରର ମୋଦିପଡା ହନୁମାନ ମନ୍ଦିର ନିକଟରେ ଥିବା ଏହି ଅଙ୍ଗନବାଡି କେନ୍ଦ୍ର କୁ ଚର୍ଚ୍ଚା ଥିବା ବେଳେ ବହୁତ ଏହାର ଏଭଲି ନିଆରା ନିର୍ମାଣ ଶୈଳୀକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।
ମୋଦିପଡା ଠାରେ ଥିବା ଏହି ଅଙ୍ଗନବାଡି କେନ୍ଦ୍ର ଟି ପୁରୁଣା ହୋଇଥିବା ବେଳେ ଏହାର ପୁନଃଉଦ୍ଧାର ପାଇଁ ବ୍ୟବସ୍ଥା କରାଯାଇଥିଲା । ତେବେ ଏହି ଅଙ୍ଗନବାଡି ଟି କୁ କିଛି ନୂଆ ଆକାର ଦେବାପାଇ ଚିନ୍ତା କରି ଏହାକୁ ଏକ ଟ୍ରେନର ବଗି ଢଙ୍ଗରେ ତିଆରି କରାହୋଇଛି । ଏଥିସହ ଏହାର ଭିତର ମଧ୍ୟ ଅତି ସୁନ୍ଦର ଶିକ୍ଷଣୀୟ ବିଷୟବସ୍ତୁ ଉପରେ ଆଧାରିତ ଚିତ୍ର ସବୁ ଅଙ୍କା ହୋଇଛି । ଏହି ନିଆରା ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ କୁନିକୁନି ଶିଶୁ ଅଙ୍ଗନବାଡି କୁ ଆସି ପାଠପଡିବା ପାଇଁ ଆଗ୍ରହ ସୄଷ୍ଠିକରିବା ପାଇଁ ଏଭଲି ପ୍ରୟାସ କରାଯାଇଥିବା ଜଣାପଡିଛି ।
ମୋଦିପଡାର ଏହି ଟ୍ରେନବଗି ସଦୄଶ ନିଆରା ଅଙ୍ଗନବାଡି କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଉଥିବା ବେଳେ ଏହି କେନ୍ଦ୍ର ଟି କୁନି କୁନି ପିଲାଙ୍କ ମଧ୍ୟରେ ଶିକ୍ଷା ଗ୍ରହଣ ନେଇ ଆଗ୍ରହ ସୄଷ୍ଠି କରିବା ରେ ସହାୟକ ହେବା ଆଶା କରାଯାଉଛି ।








