ହେଡଲାଇନସ୍:

ଓଡିଶା ସରକାରଙ୍କର ଲୋକାଭିମୁଖୀ ଯୋଜନାକୁ ବିରୋଧ କରିବା ଓଡିଶା ବିଜେପିର ଅଭ୍ୟାସ: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଲୋକଙ୍କ ସୁବିଧା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଯେତେବେଳେ କୌଣସି ଯୋଜନା କିମ୍ବା କାର୍ଯ୍ୟକ୍ରମ ଆରମ୍ଭ ହୁଏ ସେତେବେଳେ ଓଡିଶା ବିଜେପି ଲେଖାଶ୍ରୀ ସାମନ୍ତସିଂହାରଙ୍କ ଭଳି ବ୍ୟକ୍ତିଙ୍କ ଜରିଆରେ ନିମ୍ନ ରୁଚିର ଭାଷା ପ୍ରୟୋଗ କରି ଏଭଳି ଯୋଜନାକୁ ସମାଲୋଚନା କରିଥାନ୍ତି । ଯେଭଳି ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)କୁ ସେ ସମାଲୋଚନା କରିଛନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ ବିଜେପି ଶାସିତ ରାଜ୍ୟ ସରକାରମାନେ ଯେଭଳି ‘କାଳିଆ’ ଓ ‘ମମତା’ ଭଳି ଯୋଜନାକୁ ସେମାନଙ୍କ ରାଜ୍ୟ ପାଇଁ କପି କରିଛନ୍ତି, ଖୁବଶୀଘ୍ର ଶ୍ରୀମତୀ ସାମନ୍ତସିଂହାର ଦେଖିବେ ସେମାନେ ମଧ୍ୟ ଓଡିଶାର ବିଏସକେୱାଇ ଯୋଜନାକୁ ଅନୁରୂପ ଭାବେ କପି କରିବେ ।
ଓଡିଶାବାସୀ ଭଲଭାବେ ଜାଣିଛନ୍ତି ଯେ ବିଜେଡି ସରକାର ସେମାନଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେଉଥିବାବେଳେ ଓଡିଶା ବିଜେପି ଏବଂ ଶ୍ରୀମତୀ ସାମନ୍ତସିଂହାର ଶସ୍ତା ରାଜନୀତି କରୁଛନ୍ତି । ଓଡିଶାବାସୀ ଏହା ଭଲଭାବେ ହୃଦୟଙ୍ଗମ କଲେଣି ।
ଖୁବ୍‍ଶୀଘ୍ର ଓଡିଶା ବିଜେପି ଏବଂ ଶ୍ରୀମତୀ ସାମନ୍ତସିଂହାର ଦେଖିବେ ବିଏସକେୱାଇ ଯୋଜନା କେତେ ଲାଭଦାୟକ । ସେତେବେଳେ ସେମାନଙ୍କୁ ଆଜିର ବିବୃତ୍ତି ପାଇଁ ଅନୁତାପ କରିବାକୁ ପଡିବ ବୋଲି ସୁଶ୍ରୀ ସାହୁ କହିଛନ୍ତି ।

 

0
0
0
s2sdefault