ସମ୍ବଲପୁର /ରମାକାନ୍ତ ବିଶ୍ବାଳ : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ହରିହର ଧର୍ମଶାଳା ପରିସରରେ ମଙ୍ଗଳବାର ସମ୍ବାଦ ଆମ ଓଡିଶା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସମ୍ବାଦର ରେଙ୍ଗାଲି ପ୍ରତିନିଧି ହିମାଂଶୁ ଶେଖର ମିଶ୍ର ଓ ସୁବ୍ରତ ପାଢୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଶିବିରରେ ୫୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରେଙ୍ଗାଲି ଓ ଆଖ ପାଖ ଅଞ୍ଚଳର ଉତ୍ସାହି ଯୁବକ ଯୁବତୀ ମାନେ ରକ୍ତଦାନ କରିଥିଲେ। ବୁର୍ଲା ଭିମସାର ଡାକ୍ତରଖାନା ରକ୍ତଭଣ୍ଡାର ଡାକ୍ତର ଏବଂ ସହକର୍ମୀମାନେ ରକ୍ତ ସଂଗ୍ରହ କରିଥିଲେ। ଅନୁଷ୍ଠିତ ଶିବିରକୁ ରେଙ୍ଗାଲି ତହସିଲଦାର ସୁନିଲ କୁମାର ମେହେର ଫିତାକାଟି ଉଦଘାଟନ କରିଥିଲେ। ବୁର୍ଲା ରକ୍ତ ଭଣ୍ଡାରରେ ରକ୍ତ ଯୋଗାଇବାରେ ସାମ୍ବାଦିକ ହିମାଂଶୁ ଶେଖର ମିଶ୍ରଙ୍କ ତତ୍ତ୍ବାବଧାନରେ ରେଙ୍ଗାଲି ଅଞ୍ଚଳରୁ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ଶିବିର ଗୁଡିକରୁ ବହୁ ମାତ୍ରାରେ ରକ୍ତ ସଂଗ୍ରହ କରାଯାଇ ରକ୍ତ ଆବଶ୍ୟକ କରୁଥିବା ବହୁ ରୋଗୀଙ୍କର ଅମୂଲ୍ଯ ଜୀବନ ସୁରକ୍ଷିତ ହୋଇପାରୁଥିବାରୁ ଶ୍ରୀ ମିଶ୍ରଙ୍କୁ ବହୁ ଅନୁଷ୍ଠାନ ପକ୍ଷରୁ ସାଧୁବାଦ ଜଣାଯାଇଛି। ଶିବିରକୁ ରେଙ୍ଗାଲି ଛାପା ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ଅନ୍ୟ ଉତ୍ସାହି ଯୁବକ ମାନେ ପରିଚାଲନା କରିବାରେ ସହଯୋଗ କରିଥିଲେ।
ରାଜ୍ୟ
ରେଙ୍ଗାଲି ହରିହର ଧର୍ମଶାଳାରେ ରକ୍ତଦାନ ଶିବିର: ୫୫ ୟୁନିଟ ରକ୍ତ ସଂଗ୍ରହ
- Hits: 434








