ତ୍ରିଭେନ୍ଦ୍ରମ : ନିକଟରେ କେରଳ ପୋଲିସ ମହାନିର୍ଦ୍ଦେଶକ ପଦବୀରୁ ଅବସର ନେଇଥିବା କେରଳ କ୍ୟାଡରର ଓଡ଼ିଆ ଆଇପିଏସ ଅଫିସର ଶ୍ରୀ ଲୋକନାଥ ବେହେରାଙ୍କୁ ଗୃରୁତ୍ଵପୂର୍ଣ୍ଣ ନିଯୁକ୍ତି ପ୍ରଦାନ କରଛନ୍ତି କେରଳ ସରକାର | ତାଙ୍କୁ କୋଚି ମେଟ୍ରୋ ରେଲୱେ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯିବା ସମ୍ପର୍କିତ ଏକ ପ୍ରସ୍ତାବକୁ କେରଳ କ୍ୟାବିନେଟ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି | ତାଙ୍କୁ ତିନିବର୍ଷ ପାଇଁ ଏହି ପଦବୀରେ ନିଯୁକ୍ତି ମିଳିଥିବା ଜଣାପଡିଛି |(ANI)
ରାଜ୍ୟ
ଓଡ଼ିଆ ଆଇପିଏସ ଲୋକନାଥ ହେବେ କୋଚି ମେଟ୍ରୋ ରେଳୱେର ଏମଡି
- Hits: 690








