ପିଡ଼ିଏସ ଦୋକାନ ଖୋଲିଦେଇ ଯୋଗାଣ ସହାୟକ ଛୁ
ପଦ୍ମପୁର(ଶାସକପ୍ରଶାସକ)- ସରକାର ଗରିବ ଲୋକଙ୍କ ପାଇଁ ଟଙ୍କା ଟିଏ ମୂଲ୍ୟରେ ଚାଉଲ ଯୋଗାଇ ଦେଉଛନ୍ତି । ଗ୍ରାମାଞ୍ଚଳର ଲୋକମାନେ ଏହି ଚାଉଲ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଥିବା ବିକ୍ରୟ କେନ୍ଦ୍ର ଠାରୁ ଆଣିଥାନ୍ତି । ପଦ୍ମପୁର ବ୍ଳକ ଦହିଗାଁ ପଞ୍ଚାୟତର ଜନସାଧାରଣଙ୍କୁ ଆଜି ପିଡିଏସ ଚାଉଲ ବଣ୍ଟନ କରାଯିବା ନେଇ ଯୋଗାଣ ସହାୟତା ସୂଚନା ଦେଇଥିଲେ । ଚାଉଲ ନେବାପାଇଁ ଦହିଗାଁ ପଞ୍ଚାୟତର ଲୋକମାନେ ଆଜି ସକାଲୁ ଆସିଛନ୍ତି | ହେଲେ ଯୋଗାଣ ସହାୟକ ଚାଉଲ ବଣ୍ଟନ କେନ୍ଦ୍ରକୁ ଖୋଲି ଦେଇ ଚାଉଲ ନ ଦେଇ କୁଆଡେ ଚାଲି ଯାଇଥିବା ଚାଉଲ ନେବା ପାଇଁ ଆସିଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି । ଯାହାଦ୍ୱାରା ଦହିଗାଁ ପଞ୍ଚାୟତର ଜନସାଧାରଣ ସକାଳୁ ଆସି ହଇରାଣ ହେଉଛନ୍ତି । ଏମିତି ଲୋକଙ୍କୁ ଆଗରୁ ମଧ୍ୟ ହଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି । ସୁବିଧାରେ କିପରି ଲୋକମାନେ ନିଜର ଚାଉଲ ପାଇ ପାରିବେ ସେ ନେଇ ପଞ୍ଚାୟତ ପ୍ରଶାସନ ତଥା ବ୍ଳକ ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ ।








