ହେଡଲାଇନସ୍:

ସ୍ମାର୍ଟ ହେଉଛି ଷ୍ଟିଲ ସିଟି, ପ୍ରକଳ୍ପ ଗୁଡିକୁ ସୁଚାରୁ ରୂପରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବାକୁ ଲକ୍ଷ୍ୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

12-07-18-smart.jpg - 59.27 kB

 ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ମହାନଗର ସ୍ତରୀୟ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ

ବିଭିନ୍ନ ପ୍ରକଳ୍ପର ସ୍ଥିତି ଓ ଆଗାମୀ ଯୋଜନା ସଂପର୍କରେ ହେଲା ବିସ୍ତୃତ ଆଲୋଚନା 

ରାଉରକେଲା(ସୁଶାନ୍ତ ବେହେରା) :  ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ସ୍ଥାନୀୟ ଉଦିତନଗର ସ୍ଥିତ ସିଟି ଅଡିଟୋରିୟମରେ ସିଟି ଲେଭଲ ଆଡଭାଇଜରି ଫୋରମ୍ ( କ୍ଲାଫ୍) ବା ମହାନଗର ସ୍ତରୀୟ ଉପଦେଷ୍ଚା ମଣ୍ଡଳୀର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପରିଷଦର ସଦସ୍ୟ ମାନଙ୍କୁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ  ରଶ୍ମିତା ପଣ୍ଡା ବିଭିନ୍ନ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ତଥା ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପ ଗୁଡିକ ନିମନ୍ତେ ଚାଲିଥିବା ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ଅବଗତ କରାଇଥିଲେ। ଶ୍ରୀମତି ପଣ୍ଡା ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ପ୍ରତ୍ୟେକଟି ପ୍ରକଳ୍ପ ସଂପର୍କରେ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ। 

ଶ୍ରୀମତି ପଣ୍ଡା କହିଥିଲେ ଯେ, ସବୁଜ ରାଉରକେଲା ପ୍ରକଳ୍ପ ଅଧିନରେ ୬ ଗୋଟି ସ୍ମାର୍ଟ ପାର୍କ ଲାଗି ଟେଣ୍ଡର ଆହ୍ବାନ କରାଯାଇଛି। ଆସନ୍ତା ଅଗଷ୍ଟ ମାସ ଶେଷ ସୁଦ୍ଧା ଏହାର ନିର୍ମାଣ କାମ ଆରମ୍ଭ ହେବ।  ସେହିପରି ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ, ଆମ୍ବେଦକର ଛକରୁ ପାନପୋଷ ଛକ ପର୍ଯ୍ୟନ୍ତ ସ୍ମାର୍ଟ ରୋଡ୍ ନିର୍ମାଣ, ବିର୍ସା ଷ୍ଟାଡିୟମ୍, ବିଶ୍ରା ଛକରେ ବହୁତଳ ବିଶିଷ୍ଟ ପାର୍କିଂ ସ୍ଥଳ ଏବଂ ସିସିଟିଭି, ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ସ୍ମାର୍ଟ ସଲ୍ୟୁସନ ଆଦି ପ୍ରକଳ୍ପର ଡିଟେଲ୍ଡ୍ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତି ଶେଷ ହୋଇଯାଇଛି। ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ଉପରୋକ୍ତ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରୀମତି ପଣ୍ଡା ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ମାନଙ୍କୁ ଜଣାଇଥିଲେ।  

ଉପଦେଷ୍ଟା ମଣ୍ଡଳୀର ସମ୍ମାନୀୟ ସଦସ୍ୟ ମାନେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ସମ୍ବନ୍ଧରେ ବିଭିନ୍ନ ପ୍ରଶ୍ନ ଉତ୍ଥାପନ କରିଥିଲେ ଏବଂ ଏହା ସମ୍ବନ୍ଧରେ ଅଧିକ ଜାଣିବାକୁ ଇଛା ପ୍ରକାଶ କରିଥିଲେ। ଯାହାର ଉତ୍ତର ଦେଇ ଶ୍ରୀମତି ପଣ୍ଡା କହିଥିଲେଯେ, ବର୍ତ୍ତମାନ ସୁଦ୍ଧା ସୁରକ୍ଷିତ ରାଉରକେଲା ପ୍ରକଳ୍ପ ମାଧ୍ୟମରେ ୯୦୦୦ ଏଲ୍ଇଡି ଲାଇଟ୍ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବେଳେ ଆହୁରି ୩ ହଜାର ଲାଇଟ୍ ଚଳିତ ମାସ ଶେଷ ସୁଦ୍ଧା ଲଗାଯିବା ନିମନ୍ତେ ଲକ୍ଷ ଧାର୍ଯ୍ୟ କରାଯାଇଛି। ସ୍ବେରେଜ୍ ପ୍ରକଳ୍ପ ଅନ୍ତର୍ଗତ ୧୮୬ କିଲୋମିଟର ପାଇପ ଲାଇନ ମଧ୍ୟରୁ ୭୪ କିଲୋମିଟର ପାଇପ ଲାଇନ ବିଛାଯାଇଛି। ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ପମ୍ପିଙ୍ଗ ଷ୍ଟେସନ କାମ ବି ଜୋରସୋରରେ ଚାଲିଛି।  ପିଙ୍କ ଅଟୋ ପ୍ରକଳ୍ପ ମାଧ୍ୟମରେ ବର୍ତ୍ତମାନ ୨୧ ଜଣ ମହିଳା ଅଟୋ ରିକ୍ସା ଚଳାଇ ସମ୍ମାନର ସହ ନିଜ ଜୀବନ ଯାପନ କରୁଛନ୍ତି ଏବଂ ବିଜୁ ପଟ୍ଟନାୟକ ଇନଡୋର୍ ଷ୍ଟାଡିୟମର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଚାଲିଛି। ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟ  ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ  ରଖାଯାଇଛି।  

ପ୍ରକଳ୍ପ ଗୁଡିକୁ ସୁଚାରୁ ରୂପରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବା ତଥା ଏହାର ସଠିକ କାର୍ଯ୍ୟକାରିତା ଦିଗରେ ନାଗରିକ ମାନଙ୍କ ସହଯୋଗର ଏକାନ୍ତ ଆବଶ୍ୟକତା ରହିଛି। ତେଣୁ ପ୍ରତ୍ୟେକ ପ୍ରକଳ୍ପର ରୂପରେଖ ଚୁଡାନ୍ତ କରିବା ପୂର୍ବରୁ ନାଗରିକ ସହଭାଗିତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ତେଣୁ ସାଧାରଣ ନାଗରିକ ମାନେ ମଧ୍ୟ ଆଗେଇ ଆସି ସେମାନଙ୍କ ସୁଚିନ୍ତିତ ମତାମତ ଓ ପରାମର୍ଶ ଦେବାକୁ ଶ୍ରୀମତି ପଣ୍ଡା ଅନୁରୋଧ କରିଥିଲେ।   ଏହି ବୈଠକରେ ରାଜଗାଙ୍ଗପୁର ବିଧାୟକ  ମଙ୍ଗଳା କିଷାନ୍, ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ସନ୍ତୋଷ ଅମାତ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକଙ୍କ ସମେତ ଅନ୍ୟ ସଦସ୍ୟ  ମାନେ ଉପସ୍ଥିତ ଥିଲେ। ଶେଷରେ ରାଉରକେଲା ମୁନିସିପାଲ କର୍ପୋରେସନର ଉପାୟୁକ୍ତ  ସୁଷମା ବିଲୁଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ।

 

0
0
0
s2sdefault