ହେଡଲାଇନସ୍:

ୟୁଟିଆଇ ମିଡ୍ କ୍ୟାପ୍ ଫଣ୍ଡ୍ ବଜାରରେ ଥିବା ସମ୍ଭାବନାରୁ ଲାଭ ପ୍ରଦାନ କରିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ମଣିଷର ଜୀବନ ଚକ୍ର ଭଳି କଂପାନିଗୁଡ଼ିକ ମଧ୍ୟ ଅଭିବୃଦ୍ଧି ଓ ପରିପକ୍ୱତାର ଏକ ଚକ୍ର ଦେଇ ଗତି କରନ୍ତି । ଏଥିରେ ମଧ୍ୟମ ଧରଣର କଂପାନିଗୁଡ଼ିକ ପ୍ରାରମ୍ଭିକ ପାଣ୍ଠି ଯୋଗାଡ଼ କରିବା, ଆଦ୍ୟ ଅଭିବୃଦ୍ଧି ଆହ୍ୱାନର ମୁକାବିଲା  କରିବା ପରେ ଏହି କଂପାନିଗୁଡ଼ିକ ନେତୃତ୍ୱ ବଜାୟ ରଖନ୍ତି ଏବଂ ବହୁତ ବଡ଼ ହୋଇନଥିବାରୁ ଅନ୍ତର୍ଧ୍ୟାନ ମଧ୍ୟ ହୋଇନଥାନ୍ତି । ତେଣୁ ମିଡ୍ କ୍ୟାପ୍ କଂପାନିଗୁଡ଼ିକ ବଜାରରେ କ୍ଷୁଦ୍ର ଓ ବଡ଼ କଂପାନି ତୁଳନାରେ ଏକ ଉନ୍ନତ ସ୍ଥାନ ପ୍ରଦାନ କରନ୍ତି ।

ମିଡ୍ କ୍ୟାପ୍ ଷ୍ଟକ ଗୁଡିକ  ସ୍ମଲ୍ କ୍ୟାପ୍ ଓ ଲାର୍ଜ କ୍ୟାପ୍ ଷ୍ଟକ ମଝିରେ ଥାଆନ୍ତି । କଂପାନିର ବଜାର ଅଂଶ ତୁଳନାରେ ତାହା ଧାର୍ଯ୍ୟ କରାଯାଇଥାଏ । ସେବି ଅନୁସାରେ ୧୦୧ତମରୁ ୨୫୦ତମ ପୂର୍ଣ୍ଣ ବଜାର ପୁଞ୍ଜି ଥିବା କଂପାନିଗୁଡ଼ିକ ହେଉଛନ୍ତି ମିଡ୍ କ୍ୟାପ୍ ଷ୍ଟକ୍ । ମିଡ୍ କ୍ୟାପ୍ ଫଣ୍ଡ୍ ମୁଖ୍ୟତଃ ମିଡ୍ କ୍ୟାପ୍ ଷ୍ଟକରେ  ନିବେଶ କରେ । ଫଣ୍ଡର  ପ୍ରାୟ ୬୫% ରାଶିକୁ ମିଡ କ୍ୟାପ କଂପାନିର ଇକ୍ୱିଟି ଓ ଇକ୍ୱିଟି ସମ୍ପର୍କିତ ଉପକରଣରେ ନିବେଶ କରାଯାଏ । 

ୟୁଟିଆଇ ମିଡ୍ କ୍ୟାପ୍ ଫଣ୍ଡ୍ ହେଉଛି ଏକ ଓପନ୍ ଏଣ୍ଡେଡ୍ ଇକ୍ୱିଟି ସ୍କିମ୍ ଯେଉଁଥିରେ ସଂଗ୍ରହ କରାଯାଉଥିବା ପାଣ୍ଠିକୁ ମୁଖ୍ୟତଃ ମିଡ୍ କ୍ୟାପ୍ ଷ୍ଟକ୍ରେ ନିବେଶ କରାଯାଏ । ଏହି ପାଣ୍ଠିର ରଣନୀତି ହେଉଛି ସେହି କଂପାନିଗୁଡ଼ିକରେ ନିବେଶ କରିବା ଯେଉଁମାନଙ୍କ ପାଖରେ ବ୍ୟବସାୟ ବ୍ୟାପକ କରିବା ଏବଂ ଦୀର୍ଘମିଆଦୀ ଭିତ୍ତିରେ ଅଭିବୃଦ୍ଧି ହାସଲ କରିବାର ସୁଯୋଗ ରହିଛି । ଯେଉଁ ଭଲ କଂପାନିଗୁଡ଼ିକ ପରିବର୍ତନ ଦେଇ ଗତି କରୁଛନ୍ତି ସେଭଳି ସଂସ୍ଥାରେ ମଧ୍ୟ ମିଡ୍ କ୍ୟାପ୍ ଫଣ୍ଡ୍ ନିବେଶ କରାଯାଏ । ଏହି ଫଣ୍ଡ୍ରେ ବଟମ୍-ଅପ୍ ରଣନୀତିରେ ଷ୍ଟକ୍ ଚୟନ କରାଯାଏ । ଏଥିପାଇଁ ସେହି ବ୍ୟବସାୟଗୁନିକୁ ବିଚାରକୁ ନିଆଯାଏ ଯାହା ଆଗାମୀ ଦିନରେ ଦ୍ରୁତ ଗତିରେ ବୃଦ୍ଧି ହାସଲ କରିବା ସହ ମାର୍ଜିନ୍ରେ ଉନ୍ନତି ଆଣିପାରିବ । ଏହି ଫଣ୍ଡରେ  ବିଭିନ୍ନ କ୍ଷେତ୍ର ଓ ଶିଳ୍ପର ପ୍ରାୟ ୭୦ ଷ୍ଟକ୍ ରହିଛି ।

୨୦୦୪ ଏପ୍ରିଲ୍ ୭ରେ ଶୁଭାରମ୍ଭ ହୋଇଥିବା ଏହି ଫଣ୍ଡ୍ର ଏୟୁଏମ୍ ୨୦୨୧ ଜୁନ୍ ୩୦ ସୁଦ୍ଧା ୩.୬୦ ଲକ୍ଷ ୟୁନିଟ୍ ଧାରୀଙ୍କୁ ନେଇ ୫୮୦୦ କୋଟି ଟଙ୍କାରୁ ଅଧିକ ରହିଛି । ଏହାର ୮୫-୯୦% ରାଶି ମିଡ୍କ୍ୟାପ୍ ଓ ସ୍ମଲ୍ କ୍ୟାପ୍ରେ ନିବେଶ କରାଯାଏ । ଏହି ଫଣ୍ଡ୍ର ୬୪% ରାଶି ମିଡ୍କ୍ୟାପ୍ ଓ ୨୦% ସ୍ମଲ୍ କ୍ୟାପରେ  ନିବେଶ କରାଯାଇଛି ଓ ବଳକା ରାଶିକୁ ଲାର୍ଜ କ୍ୟାପ୍ ଷ୍ଟକରେ  ରଖାଯାଇଛି । ଏସ୍ଆର୍ଏଫ୍ ଲିମିଟେଡ୍, ପିଆଇ ଇଣ୍ଡଷ୍ଟ୍ରିଜ୍, ଚୋଳମଣ୍ଡଳମ୍ ଇନଭେଷ୍ଟମେଂଟ୍ ଆଣ୍ଡ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍, ଜୁବିଲ୍ୟାଂଟ ଫୁଡ୍ ୱାର୍କସ୍, ଏମଫାସିସ୍ ଲିମିଟେଡ୍, ଟୁ୍ୟୃବ୍ ଇନଭେଷ୍ଟମେଣ୍ଟ୍ ଅଫ୍ ଇଣ୍ଡିଆ, ଭାରତ ଫୋର୍ଜ, କ୍ରମ୍ପ୍ଟନ୍ ଗ୍ରିଭ୍ସ କଂଜୁ୍ୟମର୍ ଇଲେକ୍ଟେ୍ରାନିକ୍ସ, ଗୁଜରାଟ ଗ୍ୟାସ୍ ଓ ଆଷ୍ଟ୍ରାଲ୍ ଲିମିଟେଡ୍ ଭଳି କଂପାନିକୁ ନେଇ ଗଠନ କରାଯାଇଥିବା ପୋର୍ଟଫୋଲିଓରେ ଏହି ଫଣ୍ଡର ୨୭ ପ୍ରତିଶତ ରାଶି ନିବେଶ କରାଯାଇଛି । ମିଡ୍ କ୍ୟାପ୍ ଫଣ୍ଡରେ ନିବେଶ କରିବାକୁ ଚାହୁଁଥିବା ନିବେଶକଙ୍କ ପାଇଁ ଏହା ଉପଯୁକ୍ତ । 

 

0
0
0
s2sdefault