ହେଡଲାଇନସ୍:

"ଲୁହୁରେଟ ନଦୀରୁ ବାଳି ଚୋରା ଚାଲାଣ"

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହୁରେଟ ନଦୀରୁ ବେଧଡକ ଭାବେ ବାଲି ଚୋରା ଚାଲାଣ ହେଉଥିବାର ଅଭିଯୋଗ ହୋଇଛି!ଆହୁରି ମଧ୍ୟ ବାଲି ମାଫିଆ ମାନେ ବାଲି ଚୋରା ଚାଲାଣ କରି ଅଳ୍ପ ଦିନ ମଧ୍ୟରେ କୋଟି ପତି ପାଲଟୁଥିବା ବେଳେ କିନ୍ତୁ ସରକାର ବହାଦୁର ରାଜସ୍ବ ପାଇବାରେ ବିଫଳ ହେଉଛି !ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି!!ଆହୁରି ମଧ୍ୟ ପ୍ରଶାସନର ଜାଣତରେ ଚାଲିଛି ବୋଲି କିଛି ବାଲି ମାଫିଆ ଦୃଢ଼କ୍ତିର ସହ ଆଖପାଖ ଗାଁ ଗଣ୍ଡା ଗୁଡିକରେ କହି ବୁଲୁଛନ୍ତି !! ପରିତାପର ବିଷୟ, ସରକାରଙ୍କ ରାଜକୋଷକୁ ଯିବା ପାଇଁ ଥିବା ରାଜସ୍ବ ବର୍ତ୍ତମାନ ମାଫିଆ ମାନଙ୍କର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିବାରେ ସହାୟକ ହେଉଛି! ଖାସ କରି ସ୍ଥାନୀୟ ବିଭାଗୀୟ ଅଧିକାରୀ ଙ୍କର ଖାମଖିଆଲି ମନୋଭାବ ପାଇଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି !! ନିୟମିତ ଶହ ଶହ ଟ୍ରିପ ଚୋରା ବାଲି ଚୋରା ଚାଲାଣ ଚାଲିଥିଲେ ମଧ୍ୟ ପ୍ରଶାସନର କାନକୁ କିପରି ଶୁଣାଯାଉନି କି ଆଖିକୁ ଦେଖାଯାଉନି ତାହା ତଦନ୍ତ ସାପେକ୍ଷ!!ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ମତ ପ୍ରକାଶ ପାଉଛି!!!!

0
0
0
s2sdefault