ହେଡଲାଇନସ୍:

ଯୁଗ୍ମ ନିର୍ଦ୍ଦେଶକଙ୍କ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ବିଦ୍ୟାଳୟ ପ୍ରାଧିକରଣ କର୍ତ୍ତୃପକ୍ଷ ଯୁଗ୍ମ ନିର୍ଦ୍ଦେଶକ ଡ଼. ସନାତନ ପଣ୍ଡା ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ , ମାଧ୍ୟମିକ ବିଦ୍ୟାଳୟ ଗୁଡିକୁ ପରିଦର୍ଶନ କରିଥିଲେ। 

ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଅନ୍-ଲାଇନ୍ ଶିକ୍ଷାଦାନ , ସପ୍ଳିମେଣ୍ଟାରୀ ପରୀକ୍ଷା ପ୍ରସ୍ତୁତି ଓ ଦଶମ ଶ୍ରେଣୀ ଶିକ୍ଷାଦାନ ସମ୍ପର୍କରେ ଆଲୋଚନା କରିଥିଲେ। 

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼.ବୃଷକେତୁ ଦାଶ ବିଦ୍ୟାଳୟର ସାମଗ୍ରିକ ଉନ୍ନତି ଓ ପ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ବିଦ୍ୟାଳୟ ପରିସରରେ ଯୁଗ୍ମ ନିର୍ଦ୍ଦେଶକ ଡ଼.ପଣ୍ଡା ବୃକ୍ଷରୋପଣ କରିଥିବା ବେଳେ ରୋପିତ ବୃକ୍ଷର ସୁରକ୍ଷା ଓ ଯତ୍ନ ନେବାପାଇଁ ପରାମର୍ଶ ଦେଇଥିଲେ। 

ଯୁଗ୍ମ ନିର୍ଦ୍ଦେଶକଙ୍କ ଗସ୍ତକାଳରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ , ଆଇ.ପି.ଇ ସଞ୍ଚୟ କୁମାର ପାତ୍ର , ପ୍ରୋଗ୍ରାମ ଅଫିସର ପ୍ରଦ୍ୟୁନ୍ନ ପତି , ବିଦ୍ୟାଳୟର ଶିକ୍ଷକ ହରିହର ଦାସ , ଜଗନ୍ନାଥ ପଟ୍ଟନାୟକଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

0
0
0
s2sdefault