ହେଡଲାଇନସ୍:

ପୋଲିସ , ଅବକାରୀ ବିଭାଗ ର ମିଳିତ ଚଢ଼ାଉ: ତିନି ଅଭିଯୁକ୍ତ ସହିତ ମଦ ଓ କଫ ସିରଫ ଜବତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବିଗତ କିଛିଦିନ ହେଲା ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପୋଲିସ ତଥା ଅବକାରୀ ବିଭାଗ ବିପୁଲ ମାତ୍ରାରେ ନିଶା ଦ୍ରବ୍ୟ ଜବତ କରିବାରେ ସଫଳ ହୋଇଛି । କିନ୍ତୁ ଏବେ ମଧ୍ୟ ଚୋରା ନିଶା ବ୍ୟବସାୟୀ ମାନେ ନିଜର ଆର୍ଥିକ ଲାଭ ପାଇଁ ଯୁବସମାଜକୁ ପଙ୍ଗୁ କରୁଥିବା ନିଶା କାରବାର କରିଆସୁଛନ୍ତି । ଏହି ଭଳି ଜଣେ ନିଶା ବ୍ୟବସାୟୀ କୁ ଆଜି ପାଇକମାଲ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ରେ ପାଇକମାଲ ଭୋଇପଡା  ନିବାସୀ ମହମ୍ମଦ ନାସିର (୩୫) ଙ୍କର ନିକଟରୁ ଏସକଫ କଫସିରଫ ଜବତ କରାଯାଇଥିଲା । ସେହିଭଳି ଗାଇସିଲେଟ ଥାନା ଅନ୍ତର୍ଗତ ଜନକେଡା ଗ୍ରାମର ଲକ୍ଷ୍ମନ ମଲ୍ଲିକ (୩୦) ଙ୍କର ନିକଟରୁ ଚାଳିଶ ଲିଟର ଦେଶୀ ମଦ ଓ ସେହି ଗାଁ ର ଯୁବରାଜ ବରିହା ଙ୍କର ଠାରୁ ଚାଳିଶ ଲିଟର ଦେଶୀ ମଦ ଜବତ କରିଥିଲା । ଆଜି ସନ୍ଧ୍ୟାରେ ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ଉରେ ପାଇକମାଲ ପୋଲିସ ସହିତ ଅବକାରୀ ନିରୀକ୍ଷକ  ଶ୍ରୀ କୁବେର ସେଠି , ଉପନିରୀକ୍ଷକ ଶ୍ରୀ ହେମକାନ୍ତ ସୁନା , ଏ ଏସ ଆଇ ରାଜକୁମାର ବେହେରା , ବିଜୟ କୁମାର ପାଣିଗ୍ରାହୀ , ନନ୍ଦ କିଶୋର ବେହେରା , କେନାଲୁ ଭୋଇ , କେଶବ ବେହେରା ମୁକେଶ ବିଶ୍ୱାଳ , ପ୍ରଶାନ୍ତ ବାଗ , ଅହଲ୍ୟା ମାଝୀ , ଶିବାନି ଭୋଇ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault