ହେଡଲାଇନସ୍:

ଦୁଇଗୋଟି ରକ୍ତଦାନ ଶିବିରରୁ ଏକ ଶହ ବାଇଶି ୟୁନିଟ ରକ୍ତ ସଂଗ୍ରହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରକ୍ତଦାନ ଶିବିର ଆୟୋଜନ କରି ନିଜର ଜନ୍ମଦିନ ପାଳନ କଲେ ସମାଜସେବୀ

ବରଗଡ:- କରୋନା ମହାମରୀର ଘଡିସନ୍ଧି ମୁହୂର୍ତ୍ତରେ ରକ୍ତଭଣ୍ଡାର ଗୁଡିକରୁ ରକ୍ତାଭାବକୁ ଏଡ଼ାଇବା ସକାଶେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଓଡିଶା ମୋ ପରିବାର, ବିଜୁ ଜନତା ଦଳ ତରଫରୁ ଜୀବନବିନ୍ଦୁ କାର୍ଯକ୍ରମ ମାଧ୍ୟମରେ କ୍ରମାଗତ ଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ରକ୍ତ ସଂଗ୍ରହ ଚାଲିଛି । ଏହିକ୍ରମରେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୋ ପରିବାରର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ଆଜି ବରଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ  ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟଙ୍କ ତତ୍ବାବଧାନ ରେ ଆଜି କୁରୁଆଁ ଗାଁର ମାଁ ଉମା ମାହେଶ୍ୱରୀ ମନ୍ଦିର ପ୍ରାଂଗଣ ରେ ବିଜୁ ଯୁବ,ଛାତ୍ର ଜନତା ଦଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବୁର୍ଲା ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୭୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ମୁଖ୍ଯ ଅତିଥି ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ ଓ ଯୁବ ସଂଗଠକ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ପଣ୍ଡା ଫିତା କାଟି ଉଦ୍ଘାଟନ କରିଥିଲେ । ଏଥିରେ ଓଡିଶା ମୋପରିବାର ର ଜିଲ୍ଳାସଂଯୋଜକ ଗୌରହରୀ ମିଶ୍ର, ବିଜୁ ଯୁବ ଜନତାଦଳ ର ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ,ଜୀବନ ବିନ୍ଦୁର ଜିଳ୍ଲାସହ ସଂଯୋଜକ ଅଶ୍ବିନୀ ତ୍ରିପାଠୀ,ବରଗଡ ବ୍ଳକ ସଭାପତି କ୍ଷିରୋଦ୍ର ସାହୁ ,କୁରୁଆଁ ଗ୍ରାପ ର ସରପଞ୍ଚ ପ୍ରତିନିଧି ଜଗବନ୍ଧୁ କଲତା,ସିଲୁ କଲତା, ଦିପକ ଦେହୁରୀ, ଦିବସ ପ୍ରଧାନ, ଶୁଭେନ୍ଦୁ ମେଣ୍ଡଳୀ,ଜାନୁ କୁଅଁର,ରଞ୍ଜିତ ମିର୍ଦ୍ଧା, ଅଶୋକ ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ । ସମସ୍ତ ରକ୍ତ ଦାତା ,ସହଯୋଗୀ ଏବଂ କୁରୁଆଁ  ପଞ୍ଚାୟତବାସୀ ଙ୍କୁ ଅନେକ ଅନେକ ଧନ୍ୟବାଦ ଓ ସାଧୁବାଦ ଜଣାଇବା ସହିତ ଓଡିଶା ମୋ ପରିବାର ତରଫରୁ ଆଗାମୀ ଦିନରେ ମଧ୍ୟ କ୍ରମାଗତ ଭାବରେ ରକ୍ତଦାନ ଶିବିରର ଆୟୋଜନ କରାଯିବ ବୋଲି ମୋ ପରିବାର ସଂଯୋଜକ ଶ୍ରୀ ମିଶ୍ର ଓ ଯୁବ ସଭାପତି ଶ୍ରୀ ତ୍ରିପାଠୀ କହିଛନ୍ତି । 

      ସେହିଭଳି ସମାଜସେବୀ ନିରଞ୍ଜନ ଖମାରୀ ଙ୍କ ଶୁଭ ଜନ୍ମଦିନ ଅବସରରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବେହେରା ମାର୍କେଟ ବେହେରା ରେ  ଅନୁଷ୍ଠିତ ହୋଇଥିଲା | ଏହି ଶିବିରରେ ମୁଖ୍ୟ  ଅତିଥି ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ  ଓ ଯୁବ ସଂଗଠକ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ପଣ୍ଡା  ଓଡିଶା ମୋପରିବାର ର ଜିଲ୍ଳାସଂଯୋଜକ ଗୌରହରୀ ମିଶ୍ର, ବିଜୁ ଯୁବ ଜନତାଦଳ ର ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ଯୋଗ ଦେଇଥିଲେ | ଏହି ଶିବିର ରେ ବୁର୍ଲା ରକ୍ତସଂଗ୍ରହ ଗାଡି ଓ ବରଗଡ ରକ୍ତସଂଗ୍ରହ ଗାଡି ଦ୍ବାରା ସର୍ବମୋଟ ୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସମସ୍ତ ରକ୍ତ ଦାତା ,ସହଯୋଗୀ ଏବଂ ନିରଞ୍ଜନ ଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଥିଲେ ଶ୍ରୀ ମିଶ୍ର ଓ ଶ୍ରୀ ତ୍ରିପାଠୀ ।

 

 

 

0
0
0
s2sdefault