ହେଡଲାଇନସ୍:

"ନିୟମଗିରି ଅଞ୍ଚଳରେ ଗୋଟିଏ ଜାତି ବର୍ଗକୁ  କରାଯାଉଛି ଅଣଦେଖା"

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଅଭିଯୋଗ କରି ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ଵୈଠକ ଅନୁଷ୍ଠିତ।

କଲ୍ୟାସିଂହପୁର/ପ୍ରଦୀପ ଦଲାଇ: ରାୟଗଡା  ଜିଲ୍ଲାର ନିୟମଗିରି ଅଞ୍ଚଳର ପାର୍ସାଲି ପଞ୍ଚାୟତ ଅଧିନରେ ଅନେକ ଦିନରୁ ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବସବାସ କରି ଆସୁଛନ୍ତି। ନିୟମଗିରି ପାହାଡ଼ ଅଞ୍ଚଳରେ ଏଇ ଅଧିବାସୀ ମାନେ ଡଙ୍ଗର ପାହାଡ ବିଲ ବଣ ଉପରେ ନିର୍ଭର କରି ଆସୁଛନ୍ତି। ଅପହଞ୍ଚ ଇଲାକାରେ ଯେମିତି ଡଙ୍ଗରିଆ ଲୋକଙ୍କ ଅବସ୍ଥା ସେମିତି ଏଇ ଅଞ୍ଚଳରେ ବସବାସ କରୁଥିବା ଅନୁସୂଚିତ ଜାତି ଲୋକଙ୍କର ମଧ୍ୟ ସେମିତି ହିଁ ଅବସ୍ଥା | କାରଣ ଉଭୟ ବର୍ଗ ଲୋକଙ୍କର ସେଇ ପାହାଡ଼ ବଣ ଜଙ୍ଗଲ ହିଁ ଭରସା | ତେବେ ଏଇ ଅଞ୍ଚଳର ବିକାଶ ପାଇଁ ସରକାରଙ୍କ ଅଧୀନରେ ଡି କେ ଡି ଏ ଓ ଓ ପି ଲି ପି ଦୁଇଟି ସଂସ୍ଥା ଦୀର୍ଘ ଦିନ ହେଲାଣି ଏଇ ଅଞ୍ଚଳରେ କାର୍ଯ୍ୟକାରୀ କରି ଆସୁଛନ୍ତି | କିନ୍ତୁ ଏଇ ଦୁର୍ଗମ ଅଞ୍ଚଳରେ ଲୋକଙ୍କର ଉନ୍ନତି ଓ ବିକାଶ ପାଇଁ ଯେଉଁ ସହଯୋଗ ଡଙ୍ଗରିଆ ଲୋକଙ୍କୁ ମିଳୁଛି | ସେମିତି ଅନୁସୂଚିତ ଲୋକଙ୍କୁ ମିଳୁନଥିବା ଅଭିଯୋଗ ରେ ଆଜି ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ସଭାପତି ଲଦ ସିକକାଙ୍କ ନେତୃତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ଡି କେ ଡି ଏ ଓ ଓ ପି ଲି ପି ସଂସ୍ଥା ଉଦ୍ଦେଶ୍ୟରେ ଏକ ଦାବିପତ୍ର ଲେଖି ସମସ୍ତ ସଦସ୍ୟ ଙ୍କ ସ୍ୱାକ୍ଷର  କରିଛନ୍ତି  | ଆଜିର ଦିନର ଵୈଠକ ପାଇଁ ଏହି ସଂସ୍ଥାର ମୁଖ୍ୟ ଅଧିକାରୀଙ୍କୁ ଆସିବାକୁ ଜଣେଇ ଥିଲା ପରେ ବି ଆଜି ସେମାନେ ଆସି ନ ଥିବାକୁ ନେଇ ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକଟ ହେବାର ଦେଖିବାକୁ ମିଳିଛି। ସର୍ବସମ୍ମତି କ୍ରମେ ରଖିଥିବା ଏଇ ଦାବି ନ ମାନିଲେ ଆଗାମୀ ଦିନରେ ଜିଲ୍ଲାପାଳ ଙ୍କ ସହିତ ସାକ୍ଷାତକାର କରିବାକୁ ନିଷ୍ପତି ନେଇଛନ୍ତି ବୋଲି ସଭାପତି ଜଣେଇଛନ୍ତି ତାପରେ ବି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେଲେ ଏହି ସଂସ୍ଥାର କାର୍ଯ୍ୟାଳୟକୁ ବନ୍ଦ କରି ପ୍ରତିବାଦ ଜଣେଇବାକୁ ବାଧ୍ୟ ହେବେ ବୋଲି ମଧ୍ୟ ନିଷ୍ପତି ନେଇଛନ୍ତି।

0
0
0
s2sdefault