ହେଡଲାଇନସ୍:

ନିର୍ମାଣଧିନ ସିଏନଆଇ ଚର୍ଚ୍ଚ ପରିଦର୍ଶନ କଲେ ଯୁବନେତା ଅର୍କେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ନିରୋଜ ମିଶ୍ର) : ବଲାଙ୍ଗିରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନରେ ନିର୍ମାଣଧିନ ଥିବା ସିଏନଆଇ ଚର୍ଚ୍ଚକୁ ପରିଦର୍ଶନ କଲେ ବଲାଙ୍ଗିର ଯୁବନେତା ଅର୍କେଶ ନାରାୟଣ ସିଂହଦେଓ । ସୂଚନାଯୋଗ୍ୟ ଯେ ଗତ ଫେବୃୟାରୀ ମାସ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଧର୍ମାନୁଷ୍ଠାନ ମାନଙ୍କର ନିର୍ମାଣ ବିକାଶ ତଥା ସୌନ୍ଦର୍ୟକରଣ ପାଇଁ ୨୩ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ । ତନ୍ମଧ୍ୟରୁ ବଲାଙ୍ଗିର ମିଶନ ପଡିଆ ପାର୍ଶ୍ୱସ୍ଥ  ସିଏନଆଇ ଚର୍ଚ୍ଚ ଏ ଅଞ୍ଚଳର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଏକ ଐତିହସମ୍ପନ ପରିଚୟ ଥିବାବେଳେ ଏହି ଚର୍ଚ୍ଚର ବିକାଶ ଓ ସୌନ୍ଦର୍ୟକରଣ ପାଇଁ ଏହି ଚର୍ଚ୍ଚକୁ ସାମିଲ କରିଥିଲେ । ଏଣୁ ଏହି ଚର୍ଚ୍ଚର ଉନ୍ନତି ପଇଁ ୧ କୋଟି ର ବ୍ୟୟଅଟକଳ କରାଯାଇ ଏକ ନୂତନ ଚର୍ଚ୍ଚ ନିର୍ମାଣ ପାଇଁ ପୁର୍ତ୍ତ ବିଭାଗ ତରଫରୁ ଟେଣ୍ଡର ଡକାଯାଇ କାର୍ଯ୍ୟ  ଆରମ୍ଭ ହୋଇଅଛି । ଆଜି ବଲାଙ୍ଗିର ର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବରିଷ୍ଠ ବ୍ୟକ୍ତିବିଶେଷ ମାନଙ୍କ ଅନୁରୋଧ ରକ୍ଷାକରି ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ସିଏନଆଇ ଚର୍ଚ୍ଚ କୁ ପରିଦର୍ଶନ କରିଥିଲେ । ଏହି ସମୟରେ ସିଏନଆଇ ଚର୍ଚ୍ଚର ନିର୍ମାଣ କମିଟିର ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ । କମିଟିର ସଦସ୍ୟ  ପ୍ରମୋଦ ବାରିକ , ନରେଶ ମେଥ୍ୟୁସ , ଆଦାମ ଇସମାଇଲ , ଅନୂ ଛତ୍ରୀଆ , ଜ୍ୟୋତିରାଜ ନାଗ , ସରୋଜ ଛତ୍ରିଆ , ଏନ ଗେବିରିଆଲ ଜେମ୍ସ ,ଗାମାଲିୟାଲ ନାଗ , ରାଜୁ ବାଗ , ସାରଦା ନାଗ , ଭଞ୍ଜ କିଶୋର ନାଗ , ପ୍ରମୋଦ ବାଗ ଉପସ୍ଥିତ ଥିବାବେଳେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାନ୍ତି , ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା , ଜିଲ୍ଲା ଆଇଟି ସଂଯୋଜକ ବିଭୂତି ଭୂଷଣ ମିଶ୍ର ଏବଂ ଉମେଶ ପଣ୍ଡା ସାଥିରେ ଉପସ୍ଥିତ ଥିଲେ । 

0
0
0
s2sdefault