ହେଡଲାଇନସ୍:

ଚର୍ଚ୍ଚାରେ ଚଣ୍ଡିଖୋଲ ଆର୍ ଟି ଓ, ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚଣ୍ଡିଖୋଲରୁ ପ୍ରଫୁଲ ସାହୁ :ଅତୀତରେ ଭୂତଗାଡି କେଳାଙ୍କlରିରେ ଉବୁ ଟୁବୁ ଚଣ୍ଡିଖୋଲ ଆର୍ ଟି ଓ, ସାରାରଜ୍ୟରେ ବହୁ ଦୁର୍ନାମ ସାଉଁଟି ଥିବା ବେଳେ,ଏବେ ଏହାର ତଦନ୍ତ କେଉଁ ଦିଗରେ ବୋଲି ଥୋକାଏ ଫୁସୁରୁ ଫାଶୁରୁ ହେଉଛନ୍ତି | ଆଉ ଥୋକାଏଙ୍କ  ଅଭିଯୋଗ ଅନୁଯାୟୀ , ଦିନଦିପହରେ ରାଜରାସ୍ତାରେ ଲଘୁ ଖଣିଜ ସଂପଦ ଓଭର ଲୋଡ ଗାଡ଼ିଗୁଡ଼ିକ ଅନାୟସରେ  ଯା ଆସ କରୁଥିବା ଓ ଏଥିରେ କାଳେ ମୟୂରଭଞ୍ଜ ଜିଲ୍ଲାର ଜୈନିକ ବ୍ୟକ୍ତି ସାହାହୋଗ କରୁଥିବା ବେଳେ ଆଉକିଛି କର୍ମଚାରୀ ସମିଲି ଅଛନ୍ତି | ଆଉ ଏଥିଯୋଗୁଁ କାଳେ ସରକାର ସହ ସହ ଟଙ୍କାର ରାଜସ୍ବ ହରାଉଥିବା ସାଧାରଣରେ ଆଲୋଚନା ହେଉଛି |ତେବେ ପ୍ରଶ୍ନ ଉଠିଛି ଜାତୀୟ ରାଜପଥ କଡ଼ରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ ମାନେ କେମିତି  ଜାଣି ପାରୁନାହାନ୍ତି ନା କିଛି ଅଧିକାରୀ ଏଥିରେ ସାମିଲ ଅଛନ୍ତି ତାହା ସର୍ବସାଧାରଣରେ ସନ୍ଦେହ ସୃଷ୍ଟି କରିଛି | ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଏଥିରେ ତଦନ୍ତ କଲେ ପ୍ରକୁତ ସତ୍ୟ ପଦାକୁ ଆସିବବୋଲି କିଛି ବୁଦ୍ଧିଜୀବୀ ମତ ଦେଇଛନ୍ତି |

 

0
0
0
s2sdefault