ସରକାରଙ୍କ ପ୍ରୋତ୍ସାହନର ଅଭାବ ସହ ସଚେତନତାର ଅଭାବ ଯୋଗୁଁ ଲୋପ ପାଇବ ଗୋ ବଂଶ
ସମ୍ବଲପୁର -ରମାକାନ୍ତ ବିଶ୍ବାଳ : ଆଉ କିଛିଦିନ ପରେ ବିଲରେ ଧାନ ଉଠିବ ସବୁଜ ଧାନକୁ ଦେଖି ନିରିହ ଗାଈଗୋରୁ ମାନେ ବିଲରେ ପଶି ଖାଇବା ଆରମ୍ଭ କଲେ ଗୋରୁଗାଈଙ୍କୁ କଂସେଇ ଖାନାକୁ ନେଇଯାଉଥିବା ଦଲାଲ ମାନଙ୍କ ହାତରେ କିଛି ଟଙ୍କା ରଖି ଟେକି ଦିଆଯିବ ଏହି ନିରିହ ଜୀବ ମାନଙ୍କୁ ହଲାଲ କରିବା ପାଇଁ।
ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଳକ ଅଞ୍ଚଳର କଥା। ଏଠାରେ ଅବିଚାରିତ ଭାବରେ ଶିଳ୍ପ ପ୍ରତିଷ୍ଠା ପରେ ଅଞ୍ଚଳର ହଜାର ହଜାର ଏକର ଜଙ୍ଗଲ ଜମି, ଚାଷ ଜମି,ଗୋଚର ଜମି ଆବଶ୍ୟକ ସ୍ଥଳେ କିସମ ପରିବର୍ତ୍ତନ କରି ଶିଳ୍ପ ଯଜ୍ଞରେ ଆହୂତି ଦିଆଯାଇଛି | ପରେ ଗୋ ଚାରଣ ଭୂମିର ଅଭାବ ସାଙ୍ଗକୁ ମଜୁରିଆ ମିଳୁ ନଥିବାରୁ ଅନେକ ଚାଷୀ ଚାଷ କାମ ଛାଡି ଦେବାକୁ ବାଧ୍ୟ ହୋଇଛନ୍ତି। ଫଳରେ ଏମାନେ ରଖିଥିବା ଗାଈଗୋରୁଙ୍କ ଯତ୍ନ ନ ନେଇ ଖୋଲାରେ ଛାଡି ଦେଉଛନ୍ତି। ଅନେକ ଗାଈଗୋରୁ ମାଲିକ କ୍ଷୀର ଖାଇଲା ବେଳେ ଗାଈ ମାନଙ୍କୁ ଘରେ ରଖି ଅନ୍ୟ ସମୟରେ ବାହାରେ ଛାଡି ଦେଉଥିବା ଯୋଗୁଁ ବର୍ଷର ଜୁଲାଇ, ଅଗଷ୍ଟ ମାସରେ କିଛି ଚାଷ କରୁଥିବା ଚାଷୀଙ୍କ ଧାନ ଗାଈଗୋରୁ ଖାଇବା ଆରମ୍ଭ କଲେ | ଏମାନଙ୍କୁ ଏକତ୍ରୀତ କରି ଏହି ଗାଈଗୋରୁ ମାନଙ୍କୁ କିଛି ଟଙ୍କା ରଖି କଂସେଇ ଖାନାକୁ ଯିବା ପାଇଁ ଟେକି ଦିଆଯାଉଛି ଦଲାଲ ମାନଙ୍କ ହାତରେ।
ଗୋ ସମ୍ପଦର ସୁରକ୍ଷା ତଥା ଏହାଙ୍କ ବଂଶ ବୃଦ୍ଧି ପାଇଁ ସରକାର ମାଲ ମାଲ ଯୋଜନା ପ୍ରଣୟନ କରୁଛନ୍ତି କିନ୍ତୁ ଏହା ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରି ହେଉ ନଥିବାରୁ ଆଗାମୀ ଦିନରେ ଗୋ ବଂଶ ଲୋପ ପାଇବାର ପ୍ରମୁଖ କାରଣ ହେବ। ରେଙ୍ଗାଲି ଶିଳ୍ପାଞ୍ଚଳରେ ମାଲିକ ନଥିବା ବୁଲା ଗାଈଗୋରୁଙ୍କ ଜୀବନ ରକ୍ଷା ତଥା ସୁରକ୍ଷା ପାଇଁ ଏକ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରି ଏଠାକାର ଶିଳ୍ପ ସଂସ୍ଥା ମାନଙ୍କର ସିଏସଆର ପାଣ୍ଠିରୁ ଏକ ଗୋ ସୁରକ୍ଷା କେନ୍ଦ୍ର ନିର୍ମାଣ କରି ବୁଲା ଗାଈଗୋରୁଙ୍କୁ ସୁରକ୍ଷିତ ରହିବ ପାଇଁ ବିଭିନ୍ନ ଗୋ ସୁରକ୍ଷା ସଂଗଠନ ପକ୍ଷରୁ ଦାବି କରାଯାଉଛି।