ବରଗଡ :- ପ୍ରଥମ ଥର କରି ବିଜୁ ଜନତା ଦଳ ର ବରଗଡ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ଓଡିଶା ସରକାରଙ୍କ ଅର୍ଥ ଏବଂ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରି ଓ ବରଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ଢେଙ୍କାନାଳ ବିଧାୟକ ଶ୍ରୀ ସୁଧୀର ସାମଲଙ୍କୁ ବରଗଡ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ସ୍ୱାଗତ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଙ୍କର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ,ଓଡିଶା ମହିଳା ବିଜୁ ଜନତା ଦଳର ସଭାପତି ତଥା ସ୍ନେହାଙ୍ଗିନୀ ଛୁରିଆ, ବରଗଡ ବିଧIୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ରିତା ସାହୁ,ପୂର୍ବତନ ବିଧାୟକ ସାଧୁ ଚରଣ ନେପାକ,ଓଡିଶା ମୋ ପରିବାର ସଦସ୍ୟ ଶ୍ରୀ ଗୌର ହରି ମିଶ୍ର,ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି କରନ ସିକନ୍ଦର ତଥା ଜିଲ୍ଲା ର ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ଆଗାମୀ ଦିନରେ କେନ୍ଦ୍ର ସରକାର ର ବୈମାତୃକ ମନୋଭାବ ଏବଂ ଚାଷୀ ମାନଙ୍କ ହକ ପାଇଁ ଲଢେ଼ଇ କରିବା ପାଇଁ ବିଜୁ ଜନତା ଦଳ ସାଧାରଣ ଲୋକଙ୍କ ସହିତ ଛିଡା ହେବ । ଆଗାମୀ 20 ତାରିଖ ରେ ବରଗଡ ଜିଲ୍ଲା ର ସମସ୍ତ FCI ଗୋଦାମ ଆଗରେ ଶାନ୍ତି ପୁର୍ଣ ପ୍ରତିବାଦ କରାଯିବ ବୋଲି ଜଣାପଡିଛି ।
ସର୍ବସାଧାରଣଙ୍କ ଅବଗତି ନିମନ୍ତେ ବିଜୁ ଜନତା ଦଳ ତରଫରୁ କୁହାଯାଇଛି ଯେ 7 ଲକ୍ଷ ମାଟ୍ରିକ ଟନ ଧାନ ଏବେ ମଧ୍ୟ ଗୋଦାମ ଘର ମଧ୍ୟରେ ପଡ଼ିରହିଛି ଯାହାକି କେନ୍ଦ୍ର ସରକାର କିଣୁନାହାନ୍ତି ଯଦ୍ୱାରା ଉକ୍ତ ଧାନ ଗୋଡ଼ିକ ପୋଚି ଖରାବ ହେବାକୁ ବସିଲାଣି ଏବଂ ଆଶ୍ଚର୍ଯ୍ୟର କଥା 6750 କୋଟି ଟଙ୍କା ବାକିଆ ରାଶି ମଧ୍ୟ କେନ୍ଦ୍ର ସରକାର ଓଡିଶା ସରକାର ଙ୍କୁ ଦେଉନାହାନ୍ତି ଯାହାଫଳରେ ଓଡିଶା ସରକାର ବ୍ୟାଙ୍କ ରୁ ଋଣ ଆଣି ଚାଷୀ ଙ୍କ ଠାରୁ ଧାନ କିଣୁଛନ୍ତି ଏବଂ ଚାଷୀଙ୍କୁ କୌଣସି ଅସୁବିଧା ନହଉ ଓଡିଶା ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଆଗାମୀ ଦିନରେ ଚାଷୀ ମାନଙ୍କ ସହିତ ଛିଡା ହୋଇ ତାଙ୍କର ହକ ପାଇଁ ବିଜୁ ଜନତା ଦଳ ଜୋରଦାର ଲଢେଇ କରିବ ବୋଲି ଦଳ ତରଫରୁ ଜିଲ୍ଲା ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ଜଣାଇଛନ୍ତି ।