ହେଡଲାଇନସ୍:

ବରଗଡ଼ ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଟ୍ବିଟର ଏକାଉଣ୍ଟ ଖୋଲିବା ପାଇଁ ଅନୁରୋଧ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ବର୍ତ୍ତମାନ ସୋସିଆଲ ମିଡିଆର ବ୍ୟବହାର କରି ଟ୍ବିଟର ମାଧ୍ୟମରେ ବହୁ ସାମାଜିକ କର୍ମୀ ଲୋକଙ୍କ ସମସ୍ୟାର ଅଭିଯୋଗ ସିଧାସଳଖ ଭାବେ ସରକାରଙ୍କ ପାଖରେ କରି ପାରୁଛନ୍ତି। କିନ୍ତୁ ଲୋକଙ୍କ ସମସ୍ୟାର ଅଭିଯୋଗ କରିବା ପାଇଁ ସରକାରଙ୍କ ବିଭାଗ ଅନୁସାରେ ଟ୍ବିଟର ଏକାଉଣ୍ଟ ଗୁଡିକ କେବଳ ଜିଲ୍ଲା ଓ ରାଜ୍ୟ ସ୍ତରରେ ବ୍ୟବହାର କରାଯାଉଛି । ସାଧାରଣ ଜନତାଙ୍କ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବ୍ଳକ ସ୍ତର ଓ ଉପଖଣ୍ଡ ସ୍ତରରେ ଅଭିଯୋଗ ଗୁଡିକ ମଧ୍ୟ ସେହି ଜିଲ୍ଲା ସ୍ତରରେ ଅଭିଯୋଗ କରାଯାଉଛି । ବରଗଡ଼ ଜିଲ୍ଲାରେ ନୂତନ ଜିଲ୍ଲାପାଳ ମନିଷା ବାନାର୍ଜୀ (ଆଇଏସ) ଯୋଗଦେବା ପରେ ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ସ୍ବାଗତ କରିବା ସହ ଅଞ୍ଚଳର ସମସ୍ୟା ଗୁଡିକର ସମାଧାନ ଶୀଘ୍ର ହେବ ବୋଲି ଚର୍ଚ୍ଚା କରିଥିଲେ । ପଦ୍ମପୁରର ସାମାଜିକ କର୍ମୀ ଆଶିଷ ନାଥ ନୂତନ ଜିଲ୍ଲାପାଳଙ୍କୁ ଏକ ଭିନ୍ନ ପ୍ରକାରର ଅନୁରୋଧ କରିଥିଲେ । ଜନସାଧାରଣଙ୍କ ସମସ୍ୟା ପଞ୍ଚାୟତ ସ୍ତର,ବ୍ଳକ ସ୍ତର ଓ ଉପଖଣ୍ଡ ସ୍ତରରେ ରହିଥାଏ | ତେଣୁ ବରଗଡ଼ ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଟ୍ବିଟର ଏକାଉଣ୍ଟ ଖୋଲିବା ପାଇଁ ନିର୍ଦ୍ଦେଶ ଦେବାପାଇଁ ଅନୁରୋଧ କରିଛନ୍ତି।  ଏହା ଦ୍ବାରା ଗରିବ ଅସହାୟ ଲୋକ ନିଜର ଅଭିଯୋଗକୁ ଉପସ୍ଥାପନ କଲେ ଅତିଶୀଘ୍ର ସମସ୍ୟାର ସମାଧାନ ହୋଇ ପାରିବ ।

0
0
0
s2sdefault