ହେଡଲାଇନସ୍:

"ସ୍କୁଲ ଖୋଲିବା ନିଷ୍ପତି ପରେ ଅମାନିଆ କୋଚିଂ ସେଂଟରରେ ହେବ ଭିଡ଼" !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଭୁବନେଶ୍ୱରରେ କରୋନା ମହାମାରୀ ତୀବ୍ର ହୋଇ ୩ୟ ଲହରୀ ପାଖାପାଖି ପହଂଚି ଗଲାଣି ଅନୁମାନ କରାଯାଉଛି । ଭୁବନେଶ୍ୱର ଓ କଟକରେ ପଜିଟିଭ୍ ସଂଖ୍ୟା ନ କମି ସ୍ଥିର ହୋଇ ରହିଛି । ଏହି ସମୟରେ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଖୋଲିବା ନିଷ୍ପତି ଯୋଗୁଁ ଅମାନିଆମାନେ କୋଚିଂ ସେଂଟର ଖୋଲବା ଆରମ୍ଭ କଲେଣି । ଏହା ପରେ ଆହୁରୀ କୋଚିଂ ସେଂଟର ଖୋଲିବେ । ରେଜିଷ୍ଟ୍ରେସନ୍ ନଥିବା ଏପରି କୋଚିଂ ସେଂଟର ଅଳ୍ପ ସ୍ଥାନରେ ଅଧିକ ଛାତ୍ରଛାତ୍ରୀଙ୍କୁ ବସାଇ ପଡ଼ାଇବେ । ଅର୍ଥ ଲୋଭରେ ଏହି କେନ୍ଦ୍ର ମାନଙ୍କରୁ ଦୁର୍ଭାଗ୍ୟଜନକ ଭାବେ କରୋନା ବୃଦ୍ଧି ପାଇବ ଏଥିରେ ସନ୍ଦେହ ନାହିଁ ।  ନିକଟରେ କେତେକ ବେଆଇନ କୋଚିଂ ସେଂଟର କୋଭିଡ଼୍ ନିୟମକୁ ବେଖାତିର କରି ଖୋଲିବା ଓ ଏହାକୁ ସିଲ୍ କରାଯାଇଥିଲା । ସବୁ କୋଚିଂ ସେଂଟର ଗୁଡ଼ିକୁ ତୁରନ୍ତ ସରକାର ତାଙ୍କ ଅଧିନରେ ରଖିବାକୁ ଭୁବନେଶ୍ୱର ସଚେତନ ନାଗରିକ କମିଟି ପକ୍ଷରୁ ଦାବି କରାଯାଇଛି । ଯେହେତୁ ପଲାମାନଙ୍କ ଓରିଜିନାଲ ସାର୍ଟିଫିକେଟ୍ କୋଚିଂ ସେଂଟର ମାଲିକମାନେ ରଖିଛନ୍ତି ତେଣୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯାଇ ଟଙ୍କା ଦେବା ସହ ପଡ଼ିବାକୁ ବାଧ୍ୟ କରାଯାଉଛି । ତେଣୁ ସରକାର ଦୃଷ୍ଟି ଦେବାକୁ ଦାବି କରଯାଉଛି ।

0
0
0
s2sdefault