ହେଡଲାଇନସ୍:

ତାରା ଏବଂ ସଂଗ୍ରାମଙ୍କୁ ଭେଟିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଏଆଇସିସି ସମ୍ପାଦକ ଜି ରୁଦ୍ରରାଜୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ଡାକ୍ତର ସହ ଫୋନ ରେ କଥା ହୋଇ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିଲେ ପିସିସି ସଭାପତି

ଭୁବନେଶ୍ୱର-ଜୟପୁରର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ଶ୍ରୀ ତାରା ପ୍ରସାଦ ବାହିନୀପତି ଗତ କିଛି ଦିନ ପୂର୍ବେ କୋରୋନା ସଂକ୍ରମିତ ହୋଇ ଏକ ଘରୋଇ କୋଭିଡ ହସ୍ପିଟାଲ ରେ ଚିକିତ୍ସିତ ହୋଇ ସୁସ୍ଥ ହେବାପରେ ଘରକୁ ଫେରିଥିଲେ। କିନ୍ତୁ ମଧୁମେହ ଓ ପୋଷ୍ଟ କୋଭିଡ କମ୍ପଲିକେସନ  ପାଇଁ ପୁଣିଥରେ ଅସୁସ୍ଥ ହୋଇପଡିଥିଲେ ବାହିନୀପତି । ତେବେ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ନଆସିବାରୁ ଅସୁସ୍ଥ ଅନୁଭବ କରିବାରୁ ଗତ ୧୨ ଦିନ ଧରି ସିକନ୍ଦରାବାଦ ସ୍ଥିତ କିମ୍ସ ହସ୍ପିଟାଲ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଶ୍ରୀ ବାହିନୀପତି ହିସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କୁ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ଓ ଏଆଇସିସି ସମ୍ପାଦକ ତଥା ଓଡିଶା କଂଗ୍ରେସ ସହ ପ୍ରଭାରୀ ଶ୍ରୀ ଜି. ରୁଦ୍ରରାଜୁ ଭେଟି ତାଙ୍କ ଆସୁ ଆରୋଗ୍ୟ କାମନା କରିବା ସହ ଚିକିତ୍ସା କରୁଥିବା ଡାକ୍ତର ଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କଥା ପଚାରି ବୁଝିଥିଲେ ।ଏହି ଅବସରରେ ଉକ୍ତ କିମ୍ସ ହିସ୍ପିଟାଲ ରେ ପୂର୍ବରୁ କୋଭିଡ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥୁବା ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ତଥା ପୂର୍ବତନ ପିସିସି ସାଧାରଣ ସମ୍ପାଦକ ସଂଗ୍ରାମ ଜେନାଙ୍କୁ ମଧ୍ୟ ଭେଟି ଆସୁ ଆରୋଗ୍ୟ କାମନା କରିବା ସହ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ଉଭୟ ଶ୍ରୀଯୁକ୍ତ ମାଝୀ ଓ ଶ୍ରୀଯୁକ୍ତ ରାଜୁ।ଖୁବଶୀଘ୍ର ଜୟପୁର ବିଧାୟକ ଓ ପୂର୍ବତନ ଯୁବ କଂଗ୍ରେସ ସଭାପତି ସୁସ୍ଥ ହୋଇ ଓଡିଶା ଫେରିବେ ବୋଲି ଆଶା କରିଛନ୍ତି  ଶ୍ରୀ ଯୁକ୍ତ ମାଝୀ ଓ ଶ୍ରୀଯୁକ୍ତ ରାଜୁ।

ସେହିପରି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଶ୍ରୀ ବାହିନୀପତି ଓ ଶ୍ରୀ ଜେନାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସହ ଫୋନ ରେ କଥା ହୋଇ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କଥା ବୁଝିବା ସହ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ସେମାନଙ୍କର ଆସୁ ଆରୋଗ୍ୟ କାମନା କରିଛନ୍ତି।

0
0
0
s2sdefault