ହେଡଲାଇନସ୍:

ଆୟୁର୍ବେଦ ମହାବିଦ୍ୟାଳୟ ପରିଦର୍ଶନ କଲେ ନରସିଂହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଧାୟକ ପାଣ୍ଠିରୁ ଡିଜିଟାଲ ଷ୍ଟଡି ବୋର୍ଡ କରିବେ ପ୍ରଦାନ, ଇ-ଲାଇବ୍ରେରୀ ପାଇଁ ଉଦ୍ୟମ କରାଯିବ - ନରସିଂହ

ବଲାଙ୍ଗିର(ନିରୋଜ ମିଶ୍ର) - ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସ୍ଥାନୀୟ ଶାରଦେଶ୍ୱରୀ ଆୟୁର୍ବେଦ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମାଧାନ ପାଇଁ ପରିଦର୍ଶନରେ ଯାଇଥିଲେ । ରାଜ୍ୟର ସର୍ବ ପୁରାତନ ଆୟୁର୍ବେଦ ମହାବିଦ୍ୟାଳୟ ବର୍ତ୍ତମାନ ଅନେକ ପ୍ରକାର ସମସ୍ୟା ଦେଇ ଗତି କରୁଛି । ମହାବିଦ୍ୟାଳୟ ପରିସରରେ କଲେଜ ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ଦାଶ, ଆୟୁର୍ବେଦ ଷ୍ଟୁଡେଣ୍ଟ ୟୁନିୟନ ସଂପାଦକ ଡା. ରୋଶନ ଦାଶ ଆୟୁର୍ବେଦ କଲେଜର ବିଭିନ୍ନ ସମସ୍ୟାକୁ ବିଧାୟକ ଶ୍ରୀ ମିଶ୍ରଙ୍କ ଆଗରେ ଉପସ୍ଥାପନ କରିଥିଲେ । ବିଶେଷ କରି ନରସିଂ ଷ୍ଟାଫ୍ ଅଭାବ ଯୋଗୁଁ ଆଗାମୀ ଦିନରେ

କଲେଜରେ ଶିକ୍ଷା ତଥା ଚିକିସôା ଅସମ୍ଭବ ହୋଇ ପଡିବ ବୋଲି କଲେଜ ଅଧ୍ୟକ୍ଷ ବିଧାୟକଙ୍କୁ କହିଥିଲେ । ଏପରି କି ଆଗାମୀ ବର୍ଷ ନାମଲେଖା ମଧ୍ୟ ବାଧାପ୍ରାପ୍ତ ହୋଇପାରେ ବୋଲି ଛାତ୍ର ନେତା ରୋଶନ ଦାଶ ବିଧାୟକ ଶ୍ରୀ ମିଶ୍ରଙ୍କୁ ଜଣାଇଥିଲେ । କଲେଜରେ ଛାତ୍ର ସଂଖ୍ୟା ବଢିଥିବାରୁ ପୁରାତନ କ୍ଲାସ ରୁମରେ ବର୍ତ୍ତମାନ ଶିକ୍ଷାଦାନ ସମ୍ଭବ ହୋଇପାରୁନାହିଁ । ତେଣୁ କ୍ଲାସ ରୁମ ନିହାତି ଜରୁରୀ ବୋଲି ଉପସ୍ଥିତ ଡାକ୍ତର ଏବଂ ଛାତ୍ର ନେତାମାନେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଜଣାଇଥିଲେ । ଏହି ମର୍ମରେ ଛାତ୍ର ସଂସଦ ତରଫରୁ ଏକ ୧୧ ଦଫା ଦାବିପତ୍ର ବିଧାୟକ ଶ୍ରୀ ମିଶ୍ରଙ୍କୁ ଦିଆଯାଇଥିଲା ।  ଯେଉଁଥିରେ କି ଛାତ୍ର ଛାତ୍ରୀଙ୍କ ପାଇଁ ଖେଳ ପଡିଆ, ପିଇବା ପାଣି ପାଇଁ ଓଭରହେଡ୍ ଟେଙ୍କ, ୬ ଗୋଟି ଡିଜିଟାଲ ଷ୍ଟଡି ବୋର୍ଡ, ଏକ ଅଡିଟରିୟମ, ସୋଲାର ସିଷ୍ଟମ, ଏକ ନୂତନ ଗେଟ, ଛାତ୍ର ଛାତ୍ରୀଙ୍କ ପାଇଁ ହଷ୍ଟେଲ, ବାଉଣ୍ଡରୀ ୱାଲ, ଚତୁର୍ଥ ଶ୍ରେଣୀ କର୍ମ·ରୀର ଅଭାବ ଏବଂ ଏକ ଇ-ଲାଇବ୍ରେରୀ କଲେଜ ପାଇଁ ନିହାତି ଜରୁରୀ ବୋଲି ବିଧାୟକ ଶ୍ରୀ ମିଶ୍ରଙ୍କୁ ଏକ ଦାବିପତ୍ର  ପ୍ରଦାନ କରିଥିଲେ । ଏଥିରୁ ପିଇବା ପାଣି ସମସ୍ୟା ଶିଘ୍ର ସମାଧାନ କରିବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗକୁ ଶ୍ରୀ ମିଶ୍ର ଯୋଗାଯୋଗ କରି ଏକ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଛାତ୍ର ଛାତ୍ରୀଙ୍କ କ୍ଲାସ ରୁମରେ ପାଠ ପଢା ପାଇଁ ନିହାତି ଆବଶ୍ୟକ ଥିବା ୬ଟି ଡିଜିଟାଲ ଷ୍ଟଡି ବୋର୍ଡ ନିଜ ବିଧାୟକ ପାଣ୍ଠିରୁ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ଏବଂ ଡାକ୍ତରୀ ଛାତ୍ର ଛାତ୍ରୀମାନେ ଦାବି କରିଥିବା ଇ-ଲାଇବ୍ରେରୀ ର ରୂପ ରେଖ କଣ ହେବ ସେ ଉପରେ ସେ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ଏହା ସହ କଲେଜ ଆଲୋକିକରଣ ମଧ୍ୟ ନିଜ ପାଣ୍ଠିରୁ କରିବା ପାଇଁ ଶ୍ରୀ ମିଶ୍ର ଛାତ୍ର ଛାତ୍ରୀମାନଙ୍କୁ ପ୍ରତିଶୃତି ଦେଇଥିଲେ । ଛାତ୍ରମାନେ ଦାବି କରିଥିଲା ସୋଲାର ଲାଇଟ ସିଣ୍ଟମ, ଷ୍ଟାଫ କ୍ୱାଟର, ଓଭରହେଡ୍ ଟେଙ୍କ, ନୂତନ କ୍ଲାସ ରୁମ ଏ ସବୁ ପାଇଁ ସରକାରଙ୍କ ପାଖକୁ ବିଧିବଦ୍ଧ ପ୍ରସ୍ତାବ ପଠାଯିବ ଏବଂ ଆଗାମୀ ଦିନରେ କଲେଜର ଯାହା କିଛି ସମସ୍ୟା ଅଛି ତାର ଏକ ସବିଶେଷ ବିବରଣୀ ତାଙ୍କୁ ପ୍ରଦାନ କରିବାକୁ କଲେଜ ଅଧ୍ୟକ୍ଷଙ୍କୁ ଶ୍ରୀ ମିଶ୍ର ନିର୍ଦ୍ଦେଶ  ଦେଇଛନ୍ତି । ଆଜିର ଏହି ବୈଠକରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ଅଧ୍ୟକ୍ଷ ଅରୁଣ କୁମାର ଦାଶ, ଡ. ସିମାଦ୍ରୀ ଭୂଷଣ ନାୟକ, ନବକୃଷ୍ଣ ମାଝି, ଛାତ୍ର ସଂଘ ସଭାପତି ଅଶ୍ୱିନୀ ରେଡ୍ଡି, ଛାତ୍ର ସଂଘ ସାଧାରଣ ସଂପାଦକ ଡ. ରୋଶନ ଦାଶ, ଉପ-ସଭାପତି ସନ୍ତୋଷ କୁମାର ଧଳ ଏବଂ ବିଧାୟକଙ୍କ ପ୍ରତିନିଧି ଡ. ପ୍ରକାଶ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault