ହେଡଲାଇନସ୍:

ଲୋକଙ୍କ ପାଖରେ ପହଂଚି ସେମାନଙ୍କ ମୁହଁରୁ ସମସ୍ୟା ବୁଝିଲେ ମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଫିସରଙ୍କୁ ସାଙ୍ଗରେ ନେଇ ବିଭିନ୍ନ ପଂଚାୟତରେ ବୁଲି ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ  ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଶନିବାର ଦିନ ଓଡ଼ଗାଁ ବ୍ଳକର ସାକେରୀ ଓ କୋରପିଠା ପଂଚାୟତର ବିଭିନ୍ନ ଗ୍ରାମ ଗୁଡିକରେ ବୁଲି ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଗ୍ରାମବାସୀଙ୍କ ଠାରୁ ସିଧାସଳଖ ଭାବେ ଗ୍ରାମ୍ୟ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ସାକେରୀ ପଂଚାୟତରେ ସରପଂଚ ବିବେକାନ୍ଦ ପ୍ରଧାନଙ୍କ ସହ ଯାଇ ଗର୍ଜନୀ କୋଠଘର, ପାଣିବନ୍ଧ କୋଠଘର ଏବଂ କଣମରେଇ ସାହି କୋଠଘର ଏବଂ ନୂଆକୁଶ ଢିପିର ଖେଳପଡିଆ, ପୁରୁଣା କୁଶଢିପିର ରାସ୍ତା ନିର୍ମାଣ କାର୍ଯ୍ୟ ସାରିବା ପାଇଁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ  ଦେଇଥିଲେ ।

ସାକେରୀ ବଡ଼ବେଡା ଓ ବଢେଇ ପୋଖରୀ ପୁନରଉଦ୍ଧାର କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିଥିଲେ । ସେହିପରି କୋରପିଠା ପଂଚାୟତର ଗୋଡିପାଟଣା ଖେଳପଡିଆ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ ପ୍ରଶାସନକୁ କହିଥିଲେ । ଡେରେଇଶୁଣି ମନ୍ଦିର ନିର୍ମାଣ ଏବଂ ପାନୀୟ ଜଳ ଯୋଗାଣ ପାଇଁ ଗଭିର ନଳକୁପ ଖନନ, କୋରପିଠା ଓ ଶରମରେଇ ସାହି ଜମି ଜଳସେଚନ ପାଇଁ ନଳକୁଅ ଖନନ ନିମନ୍ତେ ଗ୍ରାମବାସୀ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମସ୍ୟା ଗୁଡିକ ଶୁଣି ସମାଧାନ ପାଇଁ ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ବିଜେଡ ସଭାପତି ସୂର୍ଯ୍ୟନାରାୟଣ ଚୈାଧୁରୀ, ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁ ପ୍ରସାଦ ସାହୁ, ସାକେରୀ ସମିତି ସଭ୍ୟ ହରପ୍ରସାଦ ମହାପାତ୍ର, ଗିରିଡ଼ିପଲ୍ଲୀ ସମିତି ସଭ୍ୟ ବିଜନ ପାଇକରାୟ, ଓଡ଼ଗାଁ ବ୍ଲକ ସହକାରୀ ଯନ୍ତ୍ରୀ ଶରତ ମଲ୍ଲିକ  ଏବଂ ଅନ୍ୟ କନିଷ୍ଠ  ଯନ୍ତ୍ରୀମାନେ ମନ୍ତ୍ରୀଙ୍କ ସହ ରହି ସମସ୍ୟା ଗୁଡିକର ସମାଧାନ ପାଇଁ ବ୍ଳକ ପ୍ରଶାସନ ତରଫରୁ ନିର୍ଭର ପ୍ରତିଶୃତି ଦେଇଥିଲେ । 

 

0
0
0
s2sdefault