ହେଡଲାଇନସ୍:

ସିଇଟିକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କ୍ୟାବିନେଟରେ ୧୫ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର : ବଦଳିବ ବହୁ ପୁରାତନ ସରକାରୀ ବୈଷୟିକ ମହାବିଦ୍ୟାଳୟ ସିଇଟିଏ ନାଁ | ପାଇବ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା | କଲେଜ ଅଫ ଇଂଜିନୟରିଂ ପରିବର୍ତ୍ତେ ପାଲଟିବା  ଓଡ଼ିଶା ଟେକ୍ନୋଲୋଜି ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର) |  ଏଠାରେ  ସ୍ନାତକ, ସ୍ନାତ୍ତୋକତ୍ତର, ଗବେଷଣା ଏବଂ ଶିଳ୍ପ ସମ୍ପର୍କିତ ପାଠ୍ୟକ୍ରମ ନୂତନ କରି ପଢାଯିବ  । ଦେଶ ଭିତରେ ଓ ବାହାରେ ଥିବା ବିଶ୍ୱବିଦ୍ୟାଳୟ ସହଯୋଗ କରିପାରିବ  ।  ଏ ସମ୍ପର୍କିତ ପ୍ରସ୍ତାବ ଉପରେ ଆଜି ମୋହର ମାରିଛନ୍ତି  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ  ବସିଥିବା ରାଜ୍ୟ କ୍ୟାବିନେଟ  । 

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ  କ୍ୟାବିନେଟ ବୈଠକ ଭର୍ଚୁଆଲ ମାଧ୍ୟମରେ ହୋଇଥିବା ବେଳେ ଏହି କ୍ୟାବିନେଟରେ ୧୫ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ  । ଏଥିରେ ରହିଛି  ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱର୍କ (ଓସ୍‌ୱାନ୍‌) । ଏହି ପ୍ରକଳ୍ପରେ  । ୩୩୨ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ଏହି ପ୍ରକଳ୍ପ ରାଜ୍ୟରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ବୃଦ୍ଧିରେ ସହାୟକ ହେବ | 

ସେହିପରି ୧୦୨.୬୫ କୋଟି ଟଙ୍କା  ବ୍ୟୟ ଅଟକଳରେ  ଡୁଡୁକା-ଗୋପାଳପୁର-ଟୋପାରିଆ ୨ ଲେନ୍ ବିଶିଷ୍ଟ ରାସ୍ତାର ପ୍ରସସ୍ତୀକରଣକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି ।  ସଂରକ୍ଷିତ ଖଣିରୁ ଆସିବାକୁ ଥିବା ଖଣ୍ଡାଲାଇଟ ପଥ ଉପରୁ ରୟାଲଟି ଛାଡ଼ ହେବ । ଖଣ୍ଡାଲାଇଟ୍ ପଥର ଅବଢ଼ା ଯୋଜନା ଓ ଅନ୍ୟ ଐତିହ୍ୟସ୍ଥଳ ବିକାଶରେ ବ୍ୟବହାର ହେବ । ରାଜ୍ୟ ସରକାର ସୁନ୍ଦରଗଡ଼, କେନ୍ଦୁଝର ଓ କଟକ ଜିଲ୍ଲା ପାଇଁ  ମେଗା ପାଇପ୍ ପାଣି ଯୋଗାଣ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରିଛନ୍ତି ।  

0
0
0
s2sdefault