ହେଡଲାଇନସ୍:

ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବିଭିନ୍ନ କ୍ଷେତ୍ର ପରିଦର୍ଶନ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ-(ସରୋଜ ସାହୁ )-ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ରାୟଗଡ  ଶ୍ରୀ ସୁଶାନ୍ତ କୁମାର ମଲ୍ଲିକଙ୍କ ଜିଲ୍ଲାର କୋଲନରା , ରାମନାଗୁଡ଼ା ବ୍ଲକର  ବିଭିନ୍ନ ପ୍ରାନ୍ତରେ ଚାଲିଥିବା କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିଛନ୍ତି । କୋଲନରl ବ୍ଲକର କୁଲଟିଗୁଡା ସ୍ଥିତ କେନ୍ଦ୍ରୀୟ ଚାରା ଉତ୍ପାଦନ ପ୍ରଦର୍ଶନ କରିବା ସହ ଏହାର ସଦପଯୋଗ ନିମନ୍ତେ ଅଭରସିୟର କୃଷ୍ଣ ଚନ୍ଦ୍ର ସେନାପତିଙ୍କ ସହିତ ଆଲୋଚନା କରିଥିଲେ l

 ଏହାପରେ ଗଦିଶେଷଖାଳ ଗ୍ରାମ ପଂଚାୟତ ଅନ୍ତର୍ଗତ ଭେଜା ଗ୍ରାମରେ   ଚାଲିଥିବା କାଜୁବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ପରିଦର୍ଶନ କରିବା ସହ  ଗଛ ସୁରକ୍ଷା ସମ୍ବନ୍ଧରେ ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲେ ଲ ଏହାପରେ କ୍ଷେତ୍ର ପରିଦର୍ଶନରେ ଯାଇ କଲ୍‍ଟିଗୁଡା ଗ୍ରାମରେ ଥିବା ମୃତ୍ତିକା ସଂରକ୍ଷଣ ବିଭାଗର କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଥିଲେ ।  ଆନନ୍ଦପାଡୁ ଗ୍ରାମରେ ମନରେଗା ଯୋଜନାରେ ଚାଲିଥିବା କାଜୁ ବୃକ୍ଷ ରୋପଣ କାର୍ଯ୍ୟକୁ ଯାଇ ସେଠାରେ କାଜୁ ବୃକ୍ଷ ରୋପଣ କରିବା ସହ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କାରୁବାଇ  ଗ୍ରାମରେ   ଶ୍ରୀ ଦଶାନୀ କାଣ୍ଡଗୋରିଙ୍କ କାଜୁଚାଶ ପାଇଁ ପ୍ରସ୍ତୁତ କ୍ଷେତ ଅନୁଧ୍ୟାନ କରିଥିଲେ l ସେହିପରି ବାଙ୍କୀଲି କ୍ଷେତ ପୋଖରୀ ପରିଦର୍ଶନ କରିବା ସହ ସମ୍ମନ୍ୱିତ କୃଷି ପଦ୍ଧତି ବିଷୟରେ ଆଲୋଚନା କରିଥିଲେ । ଏହାପରେ ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ  ପଡାଳପଦର  ଠାରେ ଥିବା କେନ୍ଦ୍ରୀୟ ଚାରା ଉପତ୍ପାଦନ କେନ୍ଦ୍ର ପରିଦର୍ଶନ କରିବା ସହ ଚାଷୀ ମାନଙ୍କୁ ବଣ୍ଟନ ନିମନ୍ତେ ଅତିରୀକ୍ତ ପ୍ରକଳ୍ପ ନିର୍ଦ୍ଦେଶକ  ଦିଗାମ୍ବର ବିଶ୍ୱାଳ ଏବଂ ଅଭରସିୟର ଜନାର୍ଦ୍ଦନ ଦାଶଙ୍କୁ ପରାମର୍ଶ ଦେଇଥିଲେ l ଏହାପରେ ଏଠାରେ ଥିବା କ୍ଷେତ୍ର ପୋଖରୀ ଅନୁଧ୍ୟାନ କରିବା ସହ ଏହାର ଉନ୍ନତିକରଣ  କାର୍ଯ୍ୟକୁ ଶୀଘ୍ର ସମ୍ପୂର୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ସେହି ପରିସରରେ  ଆମ୍ବ ବୃକ୍ଷ ରୋପଣ କରିଥିଲେ l

     ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜଳବିଭlଜିକା ପ୍ରକଳ୍ପ ନିର୍ଦ୍ଦେଶ ଦିଗାମ୍ବର ବିଶ୍ୱାଳ, ଓଭରସିୟର କୃଷ୍ଣ ଚନ୍ଦ୍ର ସେନାପତି,ଜନାର୍ଦ୍ଦନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault