ଘୁ. ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ସ୍ବାମୀଓସ୍ତ୍ରୀର କଳହର କରୁଣ ପରିଣତି ଦେଖିବାକୁ ମିଳିଛି I ଏହି କଳହରେ ଚାଲି ଯାଇଛି ଦୁଇ ନିଷ୍ପାପ ଶିଶୁଙ୍କ ଜୀବନ I ଘଟଣା ଅନୁସାରେ ରାଇକିଆ ଖ୍ରୀଷ୍ଟିୟାନ ସାହିର ରାଜେଶ ପାତ୍ର ଏବଂ ଭାଗ୍ୟଲଷ୍ମୀ ପାତ୍ର I କିଛି ଦିନ ଦେବ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁ ଥିଲା I ଯାହାକି ଶୁକ୍ରବାର ଦିନ ଉଗ୍ରରୂପ ଧାରଣ କରିଥିଲା I ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଏକ ଫୋନକୁ ନେଇ ଝଗଡ଼ା ଆରମ୍ଭ ହୋଇ ଥିଲା I ଯାହା ପାଇଁ ଭାଗ୍ୟଲଷ୍ମୀ ପାତ୍ର ଝିଅ ଓ ପୁଆକୁ ନେଇ ନିଜ ଘର ଛାଡ଼ି ଉଭାନ ହୋଇ ଯାଇ ଥିଲେ I ସ୍ୱାମୀ ରାଜେଶ ପାତ୍ର ବିଭିନ୍ନ ସ୍ଥାନରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଖୋଜାଖୋଜି କରି ଥିଲେ ମଧ୍ୟ ସ୍ତ୍ରୀ ଭାଗ୍ୟଲଷ୍ମୀ ପାତ୍ର ଏବଂ ଦୁଇ ପୁଅ ଝିଅଙ୍କ କୌଣସି ପତ୍ତା ପାଇନ ଥିଲେ I ହଠାତ ଶନିବାର ସକାଳେ ନିଖୋଜ ଥିବା ରାଜେଶ ପାତ୍ରଙ୍କ ଦୁଇ ପୁଅ ଝିଅଙ୍କ ମୃତଦେହ ଆଳିମାହା ନାମକ ଗ୍ରାମରେ ଥିବା ଏକ କୂଅରେ ଭାସୁ ଥିବାର ଖବର ରାଇକିଆ ଦମକଳ ବହିନୀକୁ ଅଞ୍ଚଳର ଜଣେ ବ୍ୟକ୍ତି ଖବର ଦେଇଥିଲେ I ଖବର ପାଇବା ପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରି ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ I ସେଠାରେ ଡାକ୍ତର ଦୁଇ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ I ରାଜେଶ ପାତ୍ରଙ୍କ ସ୍ତ୍ରୀ ଭାଗ୍ୟ ଲକ୍ଷ୍ମୀପାତ୍ର ପାରିବାରିକ କଳହକୁ ନେଇ ରାଗି ଯାଇ ବିଳମ୍ବିତ ରାତ୍ରିରେ ଘରଠାରୁ ୩ କିଲୋମିଟର ଅଲିମାହା ଗ୍ରାମ ରାସ୍ତା କଡ଼ରେ ଥିବା କୁଅରେ ଦୁଇ ଛୁଆଙ୍କୁ ନେଇ ଆତ୍ମହତ୍ୟା କରିଥିବାକୁ ଯାଇ ଥିଲେ I ପ୍ରଥମେ ଦୁଇ ଛୁଆଙ୍କୁ କୂଅ ଭିତରେ ପକାଇ ଦେଇ ନିଜେ ନ ଡେଇନ କୂଅ ପାଖରେ ବସି କାନ୍ଦୁଥିଲେ ବୋଲି ପୁଲିସ ତଦନ୍ତରୁ ଜାଣି ପରିଥିବା ସୂଚନା ମିଳିଛି I କିନ୍ତୁ ରାଜେଶ ପାତ୍ରଙ୍କ କହିବା ଅନୁସାରେ ସ୍ତ୍ରୀ ଭାଗ୍ୟଲଷ୍ମୀ ପାତ୍ର ସମ୍ପର୍କୀୟଙ୍କ ଘରେ ଥିବା ଶନିବାର ସକାଳେ ଖବର ପାଇ ସେଠାରେ ପହଞ୍ଚି ଥିଲେ I ତାପରେ ଦୁଇ ପୁଅଝିଅଙ୍କ ସମ୍ପର୍କରେ ପଚାରି ଥିଲେ I ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି I ଏହି ଘଟଣା ସମଗ୍ର ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି କରିଛି I
ରାଜ୍ୟ
ମା ଏମିତି ହୋଇପାରେ
- Hits: 327