ଟିଟିଲାଗଡ, (ଗୌରବ ଦର୍ଜୀ ) -ଜନସଂଖ୍ୟା ସମାଧାନ ଫାଉଣ୍ଡସନ ଓଡିଶା ପ୍ରଦେଶ , ବଲାଙ୍ଗିର ଜିଲ୍ଲା ଶାଖାର ସଭାପତି ଆଡଭୋକେଟ ଆଲୋକ ନାୟକ ସମେତ ଜିଲ୍ଲାର କର୍ଯ୍ୟକତ୍ତା ଓ ଓଡ଼ିଶା ପ୍ରଦେଶର ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟା ମାନେ ଟିଟିଲାଗଡ଼ ଉପ-ଜିଲ୍ଲାପାଲ ଙ୍କ ଜରିଆରେ ଦେଶର ଭବିଷ୍ୟତ ସୁରକ୍ଷା ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି । ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ଉପ ଜିଲ୍ଲାପାଳ ଲଳିତ ବାଗ ଙ୍କୁ ଫାଉଣ୍ଡେସନ ର ସଦସ୍ୟ ମାନେ ଦାବି ପତ୍ର ଦେଇଥିଲେ।
ଭାରତରେ ପୃଥିବୀର ସ୍ଥଳ ଭାଗ ରୁ ୨.୪ % ଅଚଳ ରହି ଥିବା ବେଳେ ପୃଥିବୀର ଜନସଂଖ୍ୟାର ୧୬.୭ % ଲୋକ କେବଳ ଭାରତରେ ରହୁଛନ୍ତି । ବର୍ତ୍ତମାନ ଦେଶରେ ୧୩୮ କୋଟି ନାଗରିକ ବାସ କରୁଥିବା ବେଳେ ବିଭିନ୍ନ ଅଂଚଳରେ ମୁକ୍ତ ବାୟୁ ମିଳିବା କଷ୍ଟକର ହେଲାଣି । ରାଜଧାନୀ ଦିଲ୍ଲୀର ବାସିନ୍ଦାମାନେ ବାୟୁ ପ୍ରଦୂଷଣ ରୁ ମୁକ୍ତି ପାଇଁ ମାନ୍ୟବର ସୁପ୍ରିମକୋର୍ଟରେ ଆଶ୍ରୟ ନେଲେଣି । ପାନୀୟ ଜଳ ସମେତ ଦୈନନ୍ଦିନ ବ୍ୟବହୃତ ପାଣିର ସମସ୍ୟା ଏକ ଜାତୀୟ ସମସ୍ୟା ଭାବରେ ଉଭା ହୋଇଛି । ବିସ୍ପାରିତ ଜନସଂଖ୍ୟା ଯୋଗୁଁ ଜଙ୍ଗଲ ନଷ୍ଟ ହେବା ସାଙ୍ଗକୁ ପର୍ଯ୍ୟାବରଣ ନଷ୍ଟ ହେଉଛି । ଚାଷ ଜମିର ଅଭାବ ପରିଲକ୍ଷିତ ହେଲାଣି । ବେକାରୀ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି । କୁପୋଷଣ , ଖାଦ୍ୟାଭାବ , ଗମନାଗମନ ଅସୁବିଧା , ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଉଛି ।
ବେକାରୀ ସଂଖ୍ୟା ଆଶାତୀତ ଭାବ ବୃତି ପାଇଁ ୨୩.୬ ପ୍ରତିଶତରେ ପହଞ୍ଚିଲାଣି । ପ୍ରତ୍ୟେକ ମିନିଟ ରେ ଆମ ଆମଦେଶରେ ଜନସଂଖ୍ୟା ବୃଦ୍ଧି ହେବ ସହ ବେକାରୀ ସଂଖ୍ୟା ର ସମସ୍ୟା ସୃଷ୍ଟି ହେଉଛନ୍ତି । ଯଦି ଏହି ହିସାବରେ ଆମ ଦେଶର ଜନ୍ମହାର ବୃଦ୍ଧି ପାଏ ତେବେ ଆସନ୍ତା ୨୦୪୦ ମସିହା ବେଳକୁ ଦେଶର ଜନସଂଖ୍ୟା ୨ ଶହ କୋଟି ୪୦ ଲକ୍ଷ ରୁ ଅଧିକ ହେବ । ସେତେବେଳେ ଏତେ ବଡ଼ ଜନସଂଖ୍ୟାକୁ ବାସଗୃହ ନିର୍ମାଣ ନିମନ୍ତେ ଜମି ଯୋଗାଇବା ଅସମ୍ଭବ ହେବ । ପାନୀୟ ଜଳ ମିଳିବ ନାହିଁ । ଜଙ୍ଗଲ ନଷ୍ଟ ହୋଇ ପର୍ଯ୍ୟାବରଣ ସମ୍ପୁର୍ଣ୍ଣ ଭାବେ ଧ୍ଵଂସ ହୋଇଯିବ । କୁପୋଷଣ ଅପରାଧ , ଆତଙ୍କବାଦ ପ୍ରବଳ ମାତ୍ରାରେ ବୃଦ୍ଧି ପାଇବ । ସ୍ବାସ୍ଥ୍ୟ, ଶିକ୍ଷା , ଖାଦ୍ୟ ଯୋଗାଇବା କିମ୍ବା ବ୍ୟବସ୍ଥା କରିବା ସାଧାରଣ ଜନତା କିମ୍ବା ଯେକୌଣସି ନିର୍ବାଚିତ ସରକାର ପକ୍ଷରେ ସମ୍ପୁର୍ଣ୍ଣ ଅସମ୍ଭବ ହୋଇ ପଡ଼ିବ । ଦେଶର ଗୃହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ ।
ଏଣୁ ଆଗାମୀ ଦିନରେ ଦେଶ କୁ ସୁରକ୍ଷିତ ରଖିବା ପାଇଁ ଆମଦେଶରେ କଠୋର ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ କରିବାକୁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ବଲାଙ୍ଗୀର ଶାଖା ତରଫରୁ ଦୃଢ ଦାବି କରିଛନ୍ତି। ସବୁ ନାଗରିକ ମାନେ ନିଜକୁ ଦୁଇଟି ସନ୍ତାନ ମଧ୍ୟରେ ସୀମିତ ରଖିବାକୁ ବାଧ୍ୟ ହେବେ ବୋଲି ଫାଉଣ୍ଡେସନ ର ସଦସ୍ୟ ମାନେ କହିଛନ୍ତି। ଯଦି କୌଣସି ନାଗରିକ ପ୍ରଣୀତ ଆଇନ ଅମାନ୍ୟ କରି ତୃତୀୟ ସନ୍ତାନ ଜନ୍ମ ଦିଅନ୍ତି ତେବେ ସେମାନଙ୍କ ପ୍ରତି କଠୋର ଦଣ୍ଡ ର ବ୍ୟବସ୍ଥା ହେଉ। ଆଇନ ଅମାନ୍ୟକାରୀଙ୍କୁ ସମସ୍ତ ସରକାରୀ ସୁବିଧା ରୁ ବଞ୍ଚିତ କରାଯିବାକୁ ଅନୁରୋଧ କରିଛନ୍ତି। ସେମାନଙ୍କର ନାଗରିକତ୍ବ ସମାପ୍ତି କରିବାକୁ ଆଇନ ରେ ବ୍ୟବସ୍ଥା ହେଉ ଏଥି ସହ ଆଇନ ଅମାନ୍ୟକାରୀଙ୍କୁ ଦଶ ବର୍ଷ ର କାରାଦଣ୍ଡର ବ୍ୟବସ୍ଥା ସାଙ୍ଗକୁ ଆର୍ଥିକ ଦଣ୍ଡ ର ବ୍ୟବସ୍ଥା କରିବାକୁ ଦୃଢ ଦାବି କରିଛନ୍ତି।
ଆଜି ର ଏହି ଦାବିପତ୍ର ଦେବା କାର୍ଯ୍ୟକ୍ରମ ରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ବଲାଙ୍ଗୀର ଶାଖା ର ସଭାପତି ଆଲୋକ ନାୟକ ଙ୍କ ନେତୃତ୍ୱରେ ପ୍ରଶାନ୍ତ ଷଡ଼ଙ୍ଗୀ, ରାଜ ନାୟକ , ସମେତ ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇଥିଲେ।








