ହେଡଲାଇନସ୍:

ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡା’ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ   

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ବର, (ଶାସକ ପ୍ରଶାସକ) :  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ଆଜି  ନବୀନ ନିବାସ ଠାରେ ଅବସରପ୍ରାପ୍ତ ପ୍ରଶାସକ ତଥା କଥାକାର ଶ୍ରୀ ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡା’ର ଲୋକାର୍ପଣ କରିଛନ୍ତି।

ମାଟିର ମହକରେ ନିଜକୁ ହଜାଇ ଦେଇଥିବା ପ୍ରଦୀପ୍ତ ତାରି ଭିତରେ ହିଁ ଶାଶ୍ବତର ସନ୍ଧାନ କରିଛନ୍ତି। ନିଜର ପରିଚୟ ସୃଷ୍ଟି କରିଛନ୍ତି ଓ ନିଜର ଜୀବନାନୁଭୂତିକୁ ସାହିତ୍ୟ ରଙ୍ଗରେ ରଙ୍ଗାଇଛନ୍ତି। ମାଟିର ଘୋଡା ସହିତ ମାଟି ଶିଲଟର ପୃଥିବୀ, ମାଟି ଘଟର ଜୀବନ ଓ ନିଜ ମାଟିର ଗନ୍ଧ ଆଦି ଗଳ୍ପ ସଂକଳନ ଶ୍ରୀ ମହାପାତ୍ରଙ୍କ ଉଜ୍ଜଳ ସାରସ୍ବତ ପ୍ରତିଭାର ପ୍ରତିଶୃତି ବହନ କରୁଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଥାକାର ଶ୍ରୀ ମହାପାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ପୁସ୍ତକଟିର ସଫଳତା କାମନା କରିଛନ୍ତି।

0
0
0
s2sdefault