
-
ପିଲାଙ୍କ ଟୀକା ଶୀଘ୍ର ରୋଲ ଆଉଟ କରିବା ବ୍ୟବସ୍ଥା କରାନ୍ତୁ
-
ଘରୋଇ ହସ୍ପିଟାଲ କମ ଥିବାରୁ ସରକାରଙ୍କ ଟୀକା ଉଠାଣ କୋଟା ୯୫ % କରନ୍ତୁ
ଭୁବନେଶ୍ୱର :ରାଜ୍ୟରେ ଘରୋଇ ହସ୍ପିଟାଲ ସଂଖ୍ୟା କମ | ସେମାନଙ୍କ ପାଇଁ ଆବଂଟିତ କୋଟା ଉଠାଣ ହୋଇପାରୁନି | ଫଳରେ ରାଜ୍ୟରେ ଟୀକା କମ ପଡିଯାଉଛି | ତେଣୁ ଘରୋଇ ହସ୍ପିଟାଲ ପାଇଁ ଧାର୍ଯ୍ୟ ୨୫ ପ୍ରତିଶତ ଟୀକା ଉଠାଣ ଧାର୍ଯ୍ୟ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପାଇଁ ୭୫ ପ୍ରତିଶତ ଧାର୍ଯ୍ୟ ହୋଇଛି | ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କୁ ୭୫ ପ୍ରତିଶତ ଟୀକା ବଦଳରେ ୯୫ ପ୍ରତିଶତ ଟୀକା ଯୋଗାଇଦେବା ସହ ଘରୋଇ ହସ୍ପିଟାଲ ପାଇଁ ଟୀକା କୋଟ ୫% କୁ କମାଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି | ଆଜି ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କହିଥଲେ ଯେ ବର୍ତ୍ତମାନ ରାଜ୍ୟରେ କୋଭିଡି ସ୍ଥିତି ନିୟନ୍ତ୍ରଣାଧୀନ ଅଛି | ଗତ ଦୁଇ ସପ୍ତାହ ଭିତରେ ସ୍ଥିତିରେ ବ୍ୟାପକ ଉନ୍ନତି ଆସିଛି | କେବଳ କେତେକ ଉପକୂଳ ଜିଲ୍ଲାକୁ ଛାଡିଦେଲେ ସ୍ଥିତି ନିୟନ୍ତ୍ରଣରେ ଆସିଛି | ତୃତୀୟ ଲହର ଆଶଙ୍କା ପରିପ୍ରେକ୍ଷୀରେ ପିଲାମାନଙ୍କ ପାଇଁ ସରକାର ଚିନ୍ତାଶୀଳ | ତେଣୁ ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ଟୀକା ଶୀଘ୍ର ରୋଲ ଆଉଟ ହେବାର ଆବଶ୍ୟକତା ଉପଲବ୍ଧି ହୋଇଛି | ତେଣୁ ସାମ୍ପ୍ରତିକ ପରିପ୍ରେକ୍ଷୀରେ ଟୀକାଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବେସରକାରୀ ହସ୍ପିଟାଲ କୋଟାକୁ ୨୫%ରୁ ୫ ପ୍ରତିଶତକୁ ହ୍ରାସ କରୀବା ସହ ରାଜ୍ୟ ସରକାରଙ୍କୁ ୭୫ ପ୍ରତିଶତ ବଦଳରେ ୯୫ % କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି | ଏହା ସହିତ ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ଟୀକା ଶୀଘ୍ର ରୋଲ ଆଉଟ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁରୋଧ କରିଥିଲେ |








