ରାୟଗଡ(ସରୋଜ ସାହୁ) : ରାୟଗଡ ଗାନ୍ଧୀନଗର ଶିକ୍ଷା କ୍ଲଷ୍ଟର ତରଫରୁ ବୁଦୁରାବାଲାସା ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ରାୟଗଡ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଭଜନଲାଲ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ପରିସରରେ ବୃକ୍ଷ ଚାରା ରୋପଣ କରିଥିଲେ । ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବାଂରାହୀ ଶବର, ଶ୍ରୀ ଛବିଲାଲ ସିଂ ଓ ଶ୍ରୀ ବଳରାମ ହୁଇକା, ସିଆରସିସି ପ୍ରଶାନ୍ତି ସାହୁ ଓ ଜଗତ କୁମାର ବେବର୍ତା ଯୋଗ ଦେଇ ବୃକ୍ଷ ଚାରା ରୋପଣ କରିଥିଲେ । ଜିଲ୍ଲାର ପ୍ରତି ବିଦ୍ୟାଳୟ ପରିସରକୁ ସବୁଜ ବିଦ୍ୟାଳୟ କରିବା ସହ ମଧ୍ୟାନ୍ନ ଭୋଜନ ନିମନ୍ତେ ରୋଷେଇ ବଗିଚା କରି ପିଲା ମାନଙ୍କୁ ପୃଷ୍ଟିକର ଖାଦ୍ୟ ପ୍ରଦାନ କରିବା ନିମନ୍ତେ ଉପସ୍ଥିତ ଶିକ୍ଷକ ମାନଙ୍କୁ ପ୍ରବର୍ତାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସିଆରସିସି ପ୍ରଶାନ୍ତି ସାହୁ ପରିଚାଳନା କରିଥିବା ବେଳେ ବୁଦୁରାବାଲାସା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ପଦ୍ମଲତା ମିଶ୍ର ଓ ସୁନିତା ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ । ଗାନ୍ଧୀନଗର କ୍ଲଷ୍ଟରର ପ୍ରତାପ ଚନ୍ଦ୍ର ବାତ୍ରିଆ, ମନ୍ମଥ ତୁଳ, ନିରଞ୍ଜନ କାଦମ୍ବାଲୁ, ମନୋରଞ୍ଜନ ନାୟକ, ଟି.ଭି.ଭି. ସତ୍ୟନାରାୟଣା, ଓ ନୀଳାଂଚଳ ମିଶ୍ର ଏହା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଓ ବୁଦୁରାବାଲାସା ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ବୃନ୍ଦ ଯୋଗ ଦେଇ ବୃକ୍ଷ ଚାରା ରୋପଣ କରିଥିଲେ ।








