ହେଡଲାଇନସ୍:

ରାୟଗଡ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୨୯

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ ସାହୁ) : ଗତ କାଲି ରାୟଗଡ ଜିଲ୍ଲାରେ କରୋନା ମହାମାରୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ଜଣ ରହିଥିବା ବେଳେ ଆଜି ସେହି ସଂଖ୍ୟା ବଢି ୨୯ ଜଣରେ ପହଂଚିଛି । ଜିଲ୍ଲାରେ ବର୍ତମାନ ସରକାରୀ ଭାବେ ୧୯୪୫୮ ଜଣ କୋରନା ଭୂତାଣୁରେ ଆକ୍ରନ୍ତ ହୋଇଥିବା ବେଳେ ସେଥି ମଧ୍ୟରୁ ୧୯୦୨୦ ଜଣ ରେଗୀ ସୁସ୍ଥ ହୋଇଥିବା ବେଳେ ବର୍ତମାନ ୨୯୧ ଜଣ ରୋଗୀ ଚିକିତ୍ସାଧୀନ  ଅଛନ୍ତି ଏବଂ ୧୪୭ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଆଜି ଜିଲ୍ଲାର ଚନ୍ଦ୍ରପୁର, ଗୁଣୁପୁର, କାଶୀପୁର, କୋଲନରା ବ୍ଲକରେ କେହି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ବେଳେ ଜିଲ୍ଲାର ବିଷମକଟକ ବ୍ଲକରେ ସର୍ବାଧିକ ୮ ଜଣ, ଗୁଡାରି ବ୍ଲକରେ ୬ ଜଣ, ଗୁଣୁପୁର ଓ ରାୟଗଡ ସହରାଂଚଳରେ ଜଣେ ଲେଖାଏଁ, କଲ୍ୟାଣସିଂହହପୁର ବ୍ଲକରେ ୪ ଜଣ, ମୁନିଗୁଡା ବ୍ଲକରେ ୨ ଜଣ, ପଦ୍ମପୁର ଓ ରାମନାଗୁଡା ବ୍ଲକରେ ଜଣେ ଲେଖାଏଁ ଓ ରାୟଗଡ ବ୍ଲକରେ ୫ ଜଣ ସର୍ବମୋଟ ୨୯ ଜଣ କୋରନାରେ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୨୦ ଜଣ ଥିବା ବେଳେ ମହିଳାଙ୍କ ସଂଖ୍ୟା ୯ ଜଣ ରହିଛି । କରୋନା କଟକଣାକୁ ଯଦି କଡାକଡି ଭାବେ ପାଳନ ନକରାଯାଏ ତାହେଲେ ଜିଲ୍ଲାରେ ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଯିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରୁ ପ୍ରକାଶ ପାଉଛି ।   

 

0
0
0
s2sdefault