ହ୍ବିଲ ଚେୟାର ପାଇଲେ ଦିବ୍ୟାଙ୍ଗ ବାଳକ ଉମେଶ
ପଦ୍ମପୁର(ଶାସକପ୍ରଶାସକ)- ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ଛେତଗାଁ ପଞ୍ଚାୟତ ଛେତଗାଁ ଗ୍ରାମର ୧୩ ବର୍ଷୀୟ ଦିବ୍ୟାଙ୍ଗ ବାଳକ ଉମେଶ ପଟେଲ , ଜନ୍ମରୁ ଦିବ୍ୟାଙ୍ଗ । ସେ ଠିକ ଭାବରେ ଚଲାବୁଲା କରି ପାରନ୍ତି ନାହିଁ କିନ୍ତୁ ପାଠ ପଢିବା ପାଇଁ ତାଙ୍କର ପ୍ରବଳ ଇଚ୍ଛା । ସେ ଚଲାବୁଲା ଠିକ ଭାବରେ କରି ପାରୁନଥିବା କାରଣରୁ ସ୍କୁଲକୁ ଯିବା ଆସିବା ମଧ୍ୟ ଅସୁବିଧା ହୋଇଥାଏ । ଏ ବିଷୟରେ ବିଜୁ ଯୁବ ଜନତା ଦଳର ପାଇକମାଲ ବ୍ଳକ ସଭାପତି ଗୌତମ ସିଂ ଏ ବିଷୟରେ ଖବର ପାଇ ସହାୟତାର ହାତ ବଢାଇଛନ୍ତି । ପଦ୍ମପୁର ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ଗୌତମ ସିଂ ଏହି ଦିବ୍ୟାଙ୍ଗ ବାଳକକୁ ହ୍ବିଲ ଚେୟାର ପ୍ରଦାନ କରିଛନ୍ତି। ଏହାଦ୍ବାରା ଉମେଶ ଭଲ ଭାବରେ ଯିବା ଆସିବା କରିବା ସହିତ ନିୟମିତ ସ୍କୁଲକୁ ଯାଇପାରିବ ।








