ରଣପୁରରୁ ପ୍ରସନ୍ନ କୁମାର ସାମନ୍ତରାୟ : ଦେଶରେ ପେଟ୍ରୋଲ,ଡିଜେଲ,ରନ୍ଧନ ଗ୍ୟାସ,ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି ନୀତି ବିରୋଧରେ ସି ପି ଆଇ (ଏମ) ସମେତ ବାମପନ୍ଥୀ ଦଳମାନ ଙ୍କ ଆହ୍ବାନକ୍ରମେ ଯଥା କଂଗ୍ରେସ,ସମାଜବାଦୀ ପାର୍ଟି ଓ ଆମ ଆଦମୀ ପାର୍ଟି ଏବଂ ବିଭିନ୍ନ ଗଣସଙ୍ଗଠନ ସମର୍ଥନ ରେ ଆଜି ୧୫ଜୁଲାଇ "ଓଡିଶା ବନ୍ଦ" ରଣପୁରରେ ବିପୁଳ ସମର୍ଥନ ମିଳିଥିବା ଦେଖି ବାକୁ ମିଳିଥିଲା ବେଳେ ସମସ୍ତ ସରକାରୀ ଅଫିସି ,ରାସ୍ତା ଘାଟ ସମେତ ଦୋକାନ, ବଜାର ଗୁଡିକୁ ଦଳ ତରଫରୁ ସମ୍ପୂର୍ଣ ବନ୍ଦ କରାଯାଇଥିଲା.।
ସକାଳ ୭ଟା ସମୟରୁ ଓଡିଶା ବନ୍ଦ କାର୍ଯ୍ୟକ୍ରମ କୁ ପ୍ରଥମେ ସରକାରୀ ଅଫିସି ଗୁଡିକ ସମ୍ମୁଖରେ ଆନ୍ଦୋଳନ କାରୀ ମାନେ ପିକେଟିଂଙ୍ଗ କରିଥିଲେ ପରେ ପଞ୍ଚୁଦୋଳ ପଡିଆ ଠାରେ ଆନ୍ଦୋଳନ କାରୀ ମାନେ ରାସ୍ତା ରୋକ ରେ ବସି ରହିଥିଲେ।ଦୁଃଶାସନ ଜେନା ଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ଦଳ ର ହରିଶ୍ଚନ୍ଦ୍ର ମିଶ୍ର,ନିତ୍ୟାନନ୍ଦ ପରିଡା,ସୁରେଶ ସ୍ବାଇଁ ,ଭିକାରୀ ସାହୁ,ସବ୍ୟସାଚୀ ସେନାପତି,ସୁଶୀଲ ମହାନ୍ତି,ଗଦାଧର ପ୍ରଧାନ,ସଂଯୁକ୍ତା ସେଠୀ, ପୂର୍ଣ୍ଣିମା ମହାପାତ୍ର, ଶାନ୍ତିଲତା ରଗଡ ,ରଜତ ଜେନା ଓ କୁଳମଣି ପଳେଇ ପ୍ରମ୍ମୁଖ ବକ୍ତବ୍ୟ ଦେଇ କେନ୍ଦ୍ର ମୋଦୀ ସରକାରଙ୍କ ଆକାଶ ଛୁଆଁ ଦରବୃଦ୍ଧି ନୀତି କୁ ତୀବ୍ର ନିନ୍ଦା କରିଥିଲେ।ଶହେ ଦିନରେ ଦର ଦାମ କମେଇବା କହି କରନା ଆତଙ୍କ ସମୟରେ ପେଟ୍ରୋଲ ,ଡିଜେଲ,ରନ୍ଧନ ଗ୍ୟାସ,ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ଵୃଦ୍ଧି ଯୋଗୁଁ ସାଧାରଣ ଲୋକେ ଆଜି ନାହିଁ ନ ଥିବା ହଇରାଣ ହେଉଛନ୍ତି ବୋଲି ବକ୍ତାମାନେ ଏହି ପ୍ରତିବାଦ ସଭା ରେ ନିଜନିଜର ବକ୍ତବ୍ୟ ରଖିଥିଲେ ।ଏହା ଦ୍ବାରା ଗରୀବ ଲୋକଙ୍କ ପକେଟ ଲୁଟୁ ହେଲାବେଳେ ପୁଞ୍ଜିପତି ଙ୍କ ପକେଟ ଭରୁଛନ୍ତି ଏ ସରକାର।ସରକାର ତୁରନ୍ତ ଦରବୃଦ୍ଧି ନୀତି ପ୍ରତ୍ୟାହାର କରିବା ସହ ସମସ୍ତଙ୍କୁ ମାଗଣା କରୋନା ଟୀକା ଯୋଗାଇଦେବା,ଗରୀବ ପରିବାରକୁ ୧୦କେଜି ଚାଉଳ /ଗହମ ଓ ଆୟକର ଦେଉ ନଥିବା ପରିବାରକୁ ମାସିକ 7500ଟଙ୍କା ଯୋଗାଇ ଦେବାକୁ ଦାବୀ କରିଥିଲେ।ପରେ ଆନ୍ଦୋଳନ କାରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ବଜ଼ାର ପରିକ୍ରମା କରିଥିଲେ ।ଆନ୍ଦୋଳନକୁ ରଣପୁର ବାସୀ ସମ୍ପୂର୍ଣ୍ଣ ସମର୍ଥନ ଦେଇଥିବାରୁ ପାର୍ଟି ତରଫରୁ ଅଞ୍ଚଳ ବାସୀଙ୍କୁ ଧନ୍ୟବାଦ ଦେଇଥିଲେ।








