ହେଡଲାଇନସ୍:

ଆଂଶିକ ଲକଡାଉନ ଆଉ ଦୁଇ ସପ୍ତାହ ବଢ଼ିଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଖୋଲିବ ସାଲୁନ, ବିୟୁଟି ପାର୍ଲର, ସ୍ପା 

  • ରାଜ୍ୟ ସାରା ଚାଲିବ ବସ, ୨୫ ପର୍ଯ୍ୟନ୍ତ ପୁରୀକୁ ବସ ମନା 

ଭୁବନେଶ୍ୱର : ଆଂଶିକ ଲକଡାଉନ ଆଉ ଦୁଇ ସପ୍ତାହ ବଢ଼ିଲା | ପୂର୍ବଭଳି ଦୁଇଟି କାଟାଗୋରିରେ ରହିବ ସବୁ ଜିଲ୍ଲା | କାଟାଗୋରି ଏ ରେ ୨୦ ଜିଲ୍ଲା ଓ କାଟାଗୋରି ବିରେ ୧୦ ଜିଲ୍ଲା | କାଟାଗୋରି ଏ ରେ ଥିବା ୨୦ ଜିଲ୍ଲାରେ ଦୋକାନ ବଜାର ସପ୍ତାହ ସାରା ସକାଳ ୬ ରୁ ରାତି ୮ଟା ପର୍ଯ୍ୟନ୍ତ  ଓ କାଟାଗୋରି ବିରେ ଥିବା ୧୦ ଜିଲ୍ଲାରେ ଦୋକାନ ବଜାର ସପ୍ତାହକୁ ୫ ଦିନ ସକାଳ ୬ ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଖୋଲିବ | କାଟାଗୋରି ବିରେ ଥିବା ୧୦ ଜିଲ୍ଲାରେ ସପ୍ତାହାନ୍ତ ଲକ ଡାଉନ ଜାରି ରହିବ | ରାଜ୍ୟ ସାରା ବସ ସେବା ଆରମ୍ଭ ହେବ | ଯେତିକି ସିଟ ସେତିକି ପସେଞ୍ଜରଙ୍କୁ ମିଳିଛି ଅନୁମତି | ରଥଯାତ୍ରା ଚାଲିଥିବା ଯୋଗୁ  ପୁରୀକୁ ୨୫ ତାରିଖ ପର୍ଯ୍ୟନ୍ତ ବସ ମନା |   ଖୋଲିବ ସାଲୁନ, ବିୟୁଟି ପାର୍ଲର, ସ୍ପା | ହେଲେ ଖୋଲିବନୀ ବାର, ମଲ ଓ ଫିଲ୍ମ ହଲ |  ଆଉଟ ଡୋର ଆଉ ଇନଡୋର ସୁଟିଂ ପାଇଁ ଅନୁମତି ମିଳିଲା  | 

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ଏ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ,  ରାଜ୍ୟରେ ସଂକ୍ରମଣ ୩%ରେ ପହଂଚିଛି | କାଟାଗୋରି ବିରେ ଥିବା ୧୦ ଟି ଜିଲ୍ଲା ମଧ୍ୟରୁ ତିନୋଟି ଜିଲ୍ଲାରେ କେବଳ ରାଜ୍ୟର ମୋଟ ସଂକ୍ରମିତଙ୍କ ୪୦ % ଚିହ୍ନଟ ହେଉଛନ୍ତି | ସେଥିପାଇଁ   କୋଭିଡ-୧୯ ସଂକ୍ରମଣ କୁ ପ୍ରତିହତ କରିବା ପାଇଁ ସାରା ରାଜ୍ୟରେ  ସମ୍ପ୍ରତି ଚାଲିଥିବା  ଲକ ଡାଉନ କୁ ସରକାର ଆସନ୍ତା ଅଗଷ୍ଟ ୦୧ ତାରିଖ ପର୍ଯ୍ୟନ୍ତ   ବଳବତ୍ତର ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ  ସରକାର ନୂତନ ମାର୍ଗଦର୍ଶିକା ଘୋଷଣା କରିଛନ୍ତି।ଏହି ନୂତନ ମାର୍ଗଦର୍ଶିକା ଅନୁଯାୟୀ ସମଗ୍ର ରାଜ୍ୟକୁ ଦୁଇ ଭାଗରେ  ଏ  ଓ ବି  ଭାବରେ ବିଭକ୍ତ କରାଯାଇଥିଲା।ଯେଉଁ ଜିଲ୍ଲା ଗୁଡିକରେ ସଂକ୍ରମଣ କମ ହେଉଛି ସେଗୁଡିକୁ ଏ କାଟାଗୋରୀ ରେ ଥିବା ବେଳେ ସଂକ୍ରମଣ ଅଧିକ ଥିବା ଜିଲ୍ଲା ଗୁଡିକୁ  ବି କାଟାଗୋରୀ ରେ ରଖାଯାଇଛି।ଆଜି ସରକାରଙ୍କ ଘୋଷିତ ନୂତନ କୋଭିଡ ୧୯ ମାର୍ଗଦର୍ଶିକା ଅନୁଯାୟୀ ଏ କାଟାଗୋରୀ ଜିଲ୍ଲା ଗୁଡ଼ିକରେ ଦୋକାନ ବଜାର ସକାଳ ୬ଟାରୁ ରାତି ଆଠଟା ପର୍ଯ୍ୟନ୍ତ ଖୋଲା ରହିବ। କାଟାଗୋରୀ ବି ଜିଲ୍ଲା ଗୁଡିକରେ ଦୋକାନ ବଜାର ସକାଳ ୬ଟା ରୁ ସନ୍ଧ୍ୟା ୦୫ ଟା ପର୍ଯ୍ୟନ୍ତ ଖୋଲା ରହିବ।ସମଗ୍ର ରାଜ୍ୟରେ ବସ ଚଳାଚଳ କୁ ଅନୁମତି ଦିଆଯାଇଥିବା ବେଳେ ବସ ରେ ଯେତିକି ସିଟ ସେତିକି ଯାତ୍ରୀ ଯିବା ଆସିବା କରି ପାରିବେ। ଜିମ ,ସ୍ପା,ଓ ସାଲୁନ  ଗୁଡିକ କୋଭିଡ ୧୯ ମାର୍ଗଦର୍ଶିକାକୁ ଅନୁସରଣ କରି ଖୋଲିବେ।  କାଟାଗୋରୀ ଏ  ଜିଲ୍ଲା ଗୁଡିକରେ ପୂର୍ବପରି ନାଇଟ କର୍ଫ୍ୟୁ ରାତି ୮ଟା ସକାଳ ୦୬ ଟା ପଯ୍ୟନ୍ତ ବଳବତ୍ତର ରହିବ | କାଟାଗୋରୀ ବି ଜିଲ୍ଲା ଗୁଡିକରେ ପୂର୍ବପରି ନାଇଟ କର୍ଫ୍ୟୁ ସନ୍ଧ୍ୟା ୦୫ ଟାରୁ ସକାଳ ୦୬ ଟା ପଯ୍ୟନ୍ତ ବଳବତ୍ତର ରହିବ। ଶନିବାର ଓ ରବିବାର ସପ୍ତାହାନ୍ତ  ସର୍ଟଡାଉନ ବଳବତ୍ତର ରହିବ।

0
0
0
s2sdefault