ହେଡଲାଇନସ୍:

ଆଦିବାସୀ ମହିଳାଙ୍କୁ ମାଡମାରି ହାତ ଭାଙ୍ଗିବା ଘଟଣା : ଓଡିଶା ସରକାରଙ୍କୁ ଏନଏଚଆରସିର କାରଣଦର୍ଶାଅ ନୋଟିସ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 National Human Rights Commission (NHRC): Structure, Powers, Composition and  Limitations

ବାରିପଦା / ଦିଲ୍ଲୀପ ମହାନ୍ତି : ୨୦ ଫେବୃଆରୀ ୨୦୨୦ ରେ ମୟୁରଭଞ୍ଜ ଜିଲ୍ଲା ବର୍ହାପାନପୋଷୀ ଗ୍ରାମର ଆଦିବାସୀ ମହିଳା  ସୁକମତି ଗୁରିଆଙ୍କୁ ଜଙ୍ଗଲ ବିଭାଗ କର୍ମଚାରୀମାନେ  ମାଡ ମାରି  ହାତ ଭାଙ୍ଗିବା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଜାତୀୟ ମାନବାଧିକାର କମିଶନ | ଏହି ଘଟଣାରେ କମିଶନ ଓଡିଶା ସରକାରଙ୍କୁ ନୋଟିସ ଜାରି କରିଛନ୍ତି | ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏଥିନେଇ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଆଦିବାସୀ ମହିଳା ସୁକମତି ଗୁରିଆଙ୍କୁ ୨ ଲକ୍ଷ ତାଙ୍କ କ୍ଷତିପୂରଣ ଦେବା ପ୍ରସଙ୍ଗ ଉପରେ ଉତ୍ତର ଲୋଡିଛନ୍ତି | ଏ ପ୍ରସଙ୍ଗ ଉପରେ ଜିଲ୍ଲା ଏସପି ଓ ପିସିସିଏଫଙ୍କ ଠାରୁ କାର୍ଯ୍ୟନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି କମିଶନ  | ଏହି ମାମଲାରେ ଜିଲ୍ଲା ଏସପିଙ୍କୁ ସର୍ତ୍ତମୂଳକ ସମନ ମଧ୍ୟ ଜାରି ହୋଇଛି | PHR ଅଧିନିୟମ, 1993 ର 18 ଧାରା ଅନୁଯାୟୀ ସମ୍ପୃକ୍ତ ଆଦିବାସୀ ମହିଳାଙ୍କୁ କାହିଁକି ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କମିଶନ ସୁପାରିଶ ନକରିବେ ସେଥିପାଇଁ କାରଣ ଦର୍ଶାଅ ନୋଟିସରେ ଉଲ୍ଲେଖ ରହିଛି | 

0
0
0
s2sdefault