ହେଡଲାଇନସ୍:

ଜୁଲାଇ ୧୯ରୁ କାର୍ଯ୍ୟକାରୀ ହେବ ଓଡିଶା ଉଚ୍ଚ ନ୍ୟାୟାଳୟ କାର୍ଯ୍ୟାଳୟ ଟେଲିଗ୍ରାମ୍ ଚାନେଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Expedite trial of pending cases against lawmakers: Orissa High Court- The  New Indian Express

 କଟକ/ଭୁବନେଶ୍ୱର : ସୂଚନା ଓ ଯୋଗାଯୋଗ ଜ୍ଞାନ କୌଶଳ  ପ୍ରୟୋଗ ମାଧ୍ୟମରେ ଆଇନଜୀବୀ ଓ ଆଇନ୍ ସହାୟତା ଅପେକ୍ଷାରେ ଥିବା ଲୋକମାନଙ୍କ ପାଇଁ ନ୍ୟାୟାଳୟ ସଂପର୍କିତ ସୂଚନା ଆହରଣକୁ  ସହଜ ଓ ସୁବିଧାଜନକ ନିଶ୍ଚିତ  କରିବା ଉଦ୍ଦେଶ୍ୟରେ ତତକ୍ଷଣାତ ସୂଚନା ଆଦାନପ୍ରଦାନ ନିମନ୍ତେ ଏକ ଅତିରିକ୍ତ ବ୍ୟବସ୍ଥା ସ୍ୱରୂପ ଓଡିଶା ଉଚ୍ଚ  ନ୍ୟାୟାଳୟର ଏକ  କାର୍ଯ୍ୟାଳୟ ଟେିଲିଗ୍ରାମ୍ ଚାନେଲ ପ୍ରସ୍ତୁତ କରାଯାଇଛି  । 

        ଏହି ଚାନେଲ ଜରିଆରେ ମାନ୍ୟବର ନ୍ୟାୟାଳୟଙ୍କ  କୋର୍ଟ କାର୍ଯ୍ୟକ୍ରମ, ସର୍କୁଲାର, ବିଜ୍ଞାପନ, ପ୍ରେସ୍ ବିଜ୍ଞପ୍ତି, କାରଣ ଦର୍ଶାଅ ତାଲିକାଗୁଡିକ ସଂପର୍କରେ ଆଇନଜୀବୀ ଓ ଆଇନ ସହାୟତା ପାଇବାକୁ ଥିବା ସାଧାରଣ ଜନତାଙ୍କୁ ଏକ ନିଦ୍ଧିଷ୍ଟ ସମୟାନୁଭିତ୍ତିକ  ତ୍ୱରିତ ସୂଚନା ପ୍ରଦାନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଉକ୍ତ ଚାନେଲର ଉପଯୋଗ କରି  ସଂପୃକ୍ତ ଆଇନଜୀବୀ ଓ ବ୍ୟକ୍ତିବିଶେଷମାନେ ଏହି ସୁବିଧା ଲାଭ କରିପାରିବେ  । 

          ଓଡିଶା ଉଚ୍ଚ ନ୍ୟାୟାଳୟ କାର୍ଯ୍ୟାଳୟ ଟେଲିଗ୍ରାମ୍ ଚାନେଲ ଉପଯୋଗ କରିବା ପାଇଁ  ଗୁଗୁଲ ପ୍ଲେ ଷ୍ଟୋର/ଆପ୍ଲ ଷ୍ଟୋରରୁ ଏହି ଟେଲିଗ୍ରାମ୍ ମୋବାଇଲ୍ ଆପ୍ ଡାଉନଲୋଡ଼ ଓ ଇନଷ୍ଟଲ କରିବାକୁ ପଡିବ ଏବଂ  ନ୍ୟାୟାଳୟଙ୍କ ଟେଲିଗ୍ରାମ୍ ଚାନେଲ htpps://t.me/OrissaHighCourtକୁ ସବସକ୍ରାଇବ କରିବାକୁ ପଡିବ । 

           ଏହି ନ୍ୟାୟାଳୟ ଚାନେଲର ବ୍ୟବହାରକାରୀଙ୍କୁ କୋର୍ଟର ୱେବ୍ ସାଇଟ୍କୁ ବାରମ୍ବାର  ତଦାରଖ କରିବାକୁ ପଡିବ ନାହିଁ କିମ୍ବା ଯେତେବେଳେ କୌଣସି କାରଣରୁ ଏହି ୱେବ୍ ସାଇଟରେ  ଥିବା ସେବାଗୁଡିକ ମିଳିବାରେ ଅସୁବିଧା ଉପୁଜିବ, ସେତେବେଳେ ସେମାନେ ନ୍ୟାୟାଳୟ ବିବରଣୀ ସଂପର୍କରେ ସଦ୍ୟତମ ସୂଚନା  ଏହି ଟେଲିଗ୍ରାମ ଚାନେଲ ମାଧ୍ୟମରେ ପାଇପାରିବେ ।  ଏହି ଟେଲିଗ୍ରାମ୍ ଚାନେଲ ଜରିଆରେ ଓଡିଶା ଉଚ୍ଚ ନ୍ୟାୟାଳୟ ସଂପର୍କିତ କୌଣସି ସୂଚନା ପ୍ରକାଶ ପାଇଲେ ଏବଂ ବ୍ୟବହାରକାରୀ ନୋଟିଫିକେସନ ଅପ୍ସନ ରଖିଥିଲେ, ଏହା ତାଙ୍କୁ ସ୍ୱତଃ ସୂଚନା ଜଣାଇଦେବ ।  ଏପରି ସୂଚନା ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ହାତ ପାଆନ୍ତାରେ ଥିବା ମୋବାଇଲ୍ ବା କମ୍ପ୍ୟୁଟର ଆଦି ବ୍ୟବସ୍ଥାର ସୁବିଧାଜନକ ବ୍ୟବହାର ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ କାର୍ଯ୍ୟାଳୟ ସଂପର୍କିତ ସୂଚନା ପ୍ରଦାନ କରିବାର ନ୍ୟାୟାଳୟର ଉଦ୍ୟମକୁ ଏହା ପରିବର୍ଦ୍ଧିତ କରିବ । 

        ବ୍ୟବହାରକାରୀ ବା ନ୍ୟାୟାଳୟ ସଂପର୍କିତ ସୂଚନା ପାଇବାକୁ ଥିବା ସଂପୃକ୍ତ ସମସ୍ତ ଅଂଶୀଦାରୀମାନେ ଏହି ଚାନେଲଟିକୁ ଯଥା ସମୟରେ ସବସକ୍ରାଇବ କରିବାକୁ ସୁନିଶ୍ଚିତ କରିବା ନିମନ୍ତେ ୨୦୨୧ ମସିହା ଜୁଲାଇ ୧୯ ତାରିଖ ସୋମବାରଠାରୁ ଉଚ୍ଚ ନ୍ୟାୟାଳୟ କାର୍ଯ୍ୟାଳୟ ଟେଲିଗ୍ରାମ୍ ଚାନେଲ ମାଧ୍ୟମରେ ସୂଚନା ଆଦାନପ୍ରଦାନ ଆରମ୍ଭ କରାଯିବାକୁ ସ୍ଥିର କରାଯାଇଛି । 

 

0
0
0
s2sdefault